ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ରାଜକନିକା, ୧୨ା୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରୀ ଗାଁର ଏକ ପୋଖରୀରେ ବୁଡି ଦୁଇ ଶିଶୁଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ଏନେଇ ଥାନା ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଗଞ୍ଜା ଗାଁର ବିନୋଦ ପାତ୍ରଙ୍କ ପୁଅ ପ୍ରବୀର (୫) ମାମୁ ଘର ଡଙ୍ଗାରୀ ଗାଁ ପ୍ରଭାତ ସାମଲଙ୍କ ଘରକୁ ଆସିଥିଲେ। ପ୍ରଭାତଙ୍କ ଝିଅ ପ୍ରଜ୍ଞାରାଣୀ ସାଙ୍ଗରେ ପ୍ରବୀର ବାଡିରେ ଖେଳୁଥିଲେ। ପ୍ରାୟ ଘଣ୍ଟାଏ ପରେ ଦୁହେଁ ଘରକୁ ନ ଫେରିବାରୁ ପ୍ରଭାତ ଓ ବିନୋଦଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ଖୋଜାଖୋଜି କରିଥିଲେ। ପୋଖରୀ ଉପରେ ସନ୍ଦେହ ହେବାରୁ ସ୍ଥାନୀୟ ଗ୍ରାମବାସୀ ଖୋଜାଖୋଜି କରି ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଜମା ଥେରାପିର ହବ୍‌ ହେବ ଏସ୍‌ସିବି

ଭୁବନେଶ୍ୱର, ୧୦।୭(ବ୍ୟୁରୋ)- କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖୁବ୍‌ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, କିମ୍ସ, ଏସଏମ...

ପାନୀୟ ଜଳ, ବିଜୁଳି, ଡ୍ରେନେଜ ଉପରେ ପଞ୍ଚାୟତ ସମିତିର ଗୁରୁତ୍ୱ

ସଜନାଗଡ଼,୧୩ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ସାଧାରଣ ନିର୍ବାଚନ ପରେ ପ୍ରଥମଥର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଜାନକୀ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପରିବାରର ୪ ସଦସ୍ୟ

ବ୍ରହ୍ମପୁର ଅଫିସ,୮ା୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ...

ବଳ ଯାହାର ବୁଢ଼ାପଙ୍କ ତାହାର

ବଅଁରପାଳ,୧୫ା୨: ଅନୁଗୋଳ ଇତିହାସରେ ଗଡ଼ ବୁଢ଼ାପଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଏହା ଥିଲା ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ଅଭେଦ୍ୟ ଦୁର୍ଗ। କିନ୍ତୁ ବ୍ରିଟିଶ୍‌ ଶାସନ ସମୟରେ...

ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରି ଦିଅର ଗିରଫ

ବ୍ରଜରାଜନଗର,୧୩।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଲଜକୁରା ଫାଟକପଡ଼ାର ଜଣେ ଯୁବକ ସମ୍ପର୍କୀୟ ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଘଟଣା ପ୍ରଘଟ କଲେ ମହିଳାଙ୍କୁ...

ଅନୁଗୋଳରେ ଯୋଗଦେଲେ ନୂତନ ଆର୍‌ଟିଓ

ଅନୁଗୋଳ ଅଫିସ, ୭।୧୨ – ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଭାବେ ଜିତେନ୍ଦ୍ର କୁମାର ଭୋଇ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ କେନ୍ଦୁଝରରେ...

ପାରାଦୀପ ପୌର ପାଳିକାର ବାର୍ଷିକ ବଜେଟ : ୫୭ କୋଟି ୮୨ଲକ୍ଷର ବ୍ୟୟ ଅଟକଳ

ପାରାଦୀପ,୯ା୭(ସ୍ବ.ପ୍ର.): ଆଉ ୭ ମାସ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ସୋମବାର ପାରାଦୀପ ପୌର ପାଳିକା ପକ୍ଷରୁ ୨୦୧୯-୨୦ ଆର୍ଥତ୍କ ବର୍ଷ ପାଇଁ...

ବିଦ୍ୟୁତ୍‌ ଫାଶରେ ହାତୀ

ଢେଙ୍କାନାଳ ଅଫିସ, ୧୮।୧ – ଅସୁରକ୍ଷିତ ହାତୀବଂଶ। ଜଙ୍ଗଲରେ ଖାଦ୍ୟାଭାବ, ଶିକାରୀ ଭୟ। ଜଙ୍ଗଲ ତଳି ଅଞ୍ଚଳରେ ବିଦ୍ୟୁତ୍‌ ଫାଶ। ପାଦେ ପାଦେ ଜୀବନ ପ୍ରତି...

Advertisement
Archives

Model This Week