ମା’ଙ୍କ ମୁଖାଗ୍ନି ଦେବାକୁ ଗାଁକୁ ଯାଉଥିଲେ: ଦୁର୍ଘଟଣାରେ ଦୁଇ ଭାଇ ଗୁରୁତର

ମୋହନା,୨୭ା୮(ମନ୍ମଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ପାଇ ମୁଖାଗ୍ନି ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଦୁଇ ଭାଇ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ମୋହନା ହିଲଟପ୍‌ କଲେଜ ଛକ ନିକଟରେ।

ରବିବାର ଗଞ୍ଜାମ ଜିଲା ବାଳକୃଷ୍ଣପୁର ଗ୍ରାମର ଦୁଇ ଭାଇ ଶିବରାମ ନାହାକ (୨୯) ଏବଂ ଶଙ୍କର୍ଷଣ ନାହାକ (୨୮)ଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ସେମାନେ ଏହି ଖବର ପାଇ ରାୟଗଡ଼ାରୁ ଘରକୁ ଆସୁଥିଲେ। ହେଲେ ହିଲଟପ୍‌ କଲେଜ ଛକ ନିକଟ ବୁଲାଣିରେ ଦିଗପହଣ୍ଡିରୁ ରାୟଗଡ଼ା ଅଭିମୁଖେ ଯାଉଥିବା ଏକ କାର ସହିତ ମୁହାଁମୁହିଁ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ବାଇକ୍‌ରୁ ଦୁଇ ଭାଇ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦୁଇ ଭାଇଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ୩ ଦଳ

ଭୁବନେଶ୍ୱର,୨୯ା୪(ସୁନୀତ୍‌ ମିଶ୍ର):ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ହେଲେ ଅଦ୍ୟାବଧି ବିଜେଡି, ଭାଜପା ତା’ର ପ୍ରାର୍ଥୀ ତାଲିକା ଘୋଷଣା...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ଦେଶର ଷଷ୍ଠ ଏବଂ ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ୩ୟ ପର୍ଯ୍ୟାୟ ଲାଗି...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri