Posted inଜାତୀୟ

କାନରେ ଇୟରଫୋନ୍‌ ଲଗାଇ ରେଳ ଟ୍ରାକ୍‌ରେ ଚାଲୁଥିଲେ ୨ ଯୁବକ, ଆଉ ତା’ ପରେ…

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ବୁରହାନପୁର ଜିଲାର ରେଳ ଟ୍ରାକରେ କର୍ଣ୍ଣାଟକ ଏକ୍ସପ୍ରେସରେ କଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କର ଶରୀର ୫୦ରୁ ୬୦ ଖଣ୍ଡ ହୋଇଯାଇଛି। ଫଳରେ ସୁରକ୍ଷା ଦୃଷ୍ଟିରୁ ୩ଟି ଟ୍ରେନ୍‌ ଅଧ ଘଣ୍ଟା ଅଟକି ରହିଥିଲା।

୧୯ ବର୍ଷୀୟ ଇର୍‌ଫାନ ଏବଂ ୧୬ ବର୍ଷୀୟ କଲିମ ଶୁକ୍ରବାର ସନ୍ଧ୍ୟାରେ ରେଳ ଟ୍ରାକ୍‌ ଦେଇ ବୁରହାନପୁର ଅଭିମୁଖେ ଯାଉଥିଲେ। କିଛି ସମୟ ପରେ କର୍ଣ୍ଣାଟକ ଏକ୍ସପ୍ରେସ ଭୁସାବଲରୁ ଲାଲବାଗ ରେଳ ଷ୍ଟେଶନକୁ ଆସୁଥିଲା। ରେଳ ଟ୍ରାକ ପୋଲ୍‌ ନମ୍ବର ୪୯୬/୨ ରୁ ୪୯୬/୪ ମଧ୍ୟରେ ଟ୍ରେନରେ କଟି ଉଭୟଙ୍କର ମୃତ୍ୟୁ ଘଟିଛି।

ଲାଲବାଗ ଷ୍ଟେଶନରେ ପହଞ୍ଚିବା ପରେ କର୍ଣ୍ଣାଟକ ଏକ୍ସପ୍ରେସର ଡ୍ରାଇଭର ଦୁର୍ଘଟଣା ସମ୍ପର୍କରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଡ୍ରାଇଭର କହିଛନ୍ତି ଯେ, ଉଭୟ ଯୁବକ ଟ୍ରାକରେ ଯାଉଥିବା ବେଳେ ସେ ସାଇରନ ବଜାଇବା ଥିଲେ। ତଥାପି ସେମାନେ ଟ୍ରାକରୁ ଘୁଞ୍ଚି ନ ଥିଲେ। ଯେଉଁଥିପାଇଁ ଉଭୟଙ୍କୁ ଟ୍ରେନ୍‌ ଧକ୍କା ଦେଇଥିଲା।

ଏହା ମଧ୍ୟ ସୂଚନା ଦିଆଯାଇଥିଲା ଯେ, ସେହି ସମୟରେ ଟ୍ରେନ ଅନ୍ୟ ଏକ ଟ୍ରାକ୍‌ରେ ଆସିଥିଲା। ସୂଚନା ପାଇବା ମାତ୍ରେ ରେଳବାଇ ଏବଂ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଖବର ପାଇ ଗ୍ରାମବାସୀ ମୃତ ଯୁବକ ଦ୍ୱୟଙ୍କୁ ଚିହ୍ନଟ କରିବା ପାଇଁ ଟ୍ରାକରେ ପହଞ୍ଚିଥିଲେ।

ଟ୍ରେନର ଶକ୍ତ ଧକ୍କା ହେତୁ ଶରୀରର ଏତେଖଣ୍ଡ ଥିଲା ଯେ, ଚେହେରା ଚିହ୍ନିବା ମଧ୍ୟ କଷ୍ଟସାଧ୍ୟ ଥିଲା। ମୃତଦେହ ଖୋଜିବା ପାଇଁ ପୋଲିସ ସମେତ ପ୍ରାୟ ୪୦ ଜଣ ଲୋକଙ୍କୁ ଦୁଇ ଘଣ୍ଟା ଲାଗିଥିଲା। ପୋଲିସର କହିବାନୁସାରେ, ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ, ତଦନ୍ତ ଚାଲିଛି। ମୃତ ଦେହର କିଛି ଅଂଶ ସଂଗ୍ରହ କରାଯାଇଛି। ବର୍ତ୍ତମାନ ମଧ୍ୟ ଖୋଜା ଚାଲିଛି। ପରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, କଲିମ ଦ୍ୱାଦଶ ଶ୍ରେଣୀର ଛାତ୍ର ଏବଂ ଇରଫାନ ଜଣେ ଶ୍ରମିକ ଭାବରେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri