ରାଜନୈତିକ ଶତ୍ରୁତାରୁ ୨ ବିଜେଡି ନେତାଙ୍କୁ ହତ୍ୟା ଘଟଣା: ପୋଲିସ କବ୍‌ଜାରେ ୬ ସନ୍ଦିଗ୍ଧ

ଦିଗପହଣ୍ଡି,୨୮।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ପଞ୍ଚାୟତର ସଉରା ପାହାଡ ଗାଁ ନିକଟ ରାସ୍ତା ପାର୍ଶ୍ୱରେ ଗତ ଶନିବାର ପାଳଝାଡି ଗ୍ରାମର ୨ ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର କାନ୍ତ ପାତ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୬ ସନ୍ଦିଗ୍ଧ ପୋଲିସ କବ୍‌ଜାରେ ଅଛନ୍ତି। ତଦନ୍ତରେ ବ୍ୟାଘାତ ଆଶଙ୍କାରେ ସ୍ପଷ୍ଟ ସୂଚନା ଦେବାକୁ ମନା କରିଦେଇଛନ୍ତି ଚିକିଟି ଏସ୍‌ଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା। ସେମାନଙ୍କୁ ଏକ ଅଜଣା ସ୍ଥାନରେ ରଖାଯାଇ ମାରାଥନ ଜେରା କରାଯାଉଛି। ଶୀଘ୍ର ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ପୋଲିସର ୩ ସ୍ବତନ୍ତ୍ର ଟିମ୍‌ ଘଟଣାର ଛାନଭିନ୍‌ କରୁଛି। ସୁପାରି କିଲରଙ୍କ ସହାୟତାରେ ୨ ଜଣଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିବା ପରେ ଅଧିକା କ୍ରିୟାଶୀଳ ହୋଇଛି ପୋଲିସ। ଟାର୍ଗେଟରେ ଥିଲେ ସୁଦର୍ଶନ। ସୁଦର୍ଶନଙ୍କୁ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ହେଲେ ସୁଦର୍ଶନଙ୍କ ସାଙ୍ଗରେ ଥିବା ସୁଧୀର ନିଜ ଜୀବନ ବଞ୍ଚାଇବାକୁ ଦୌଡି ନଯାଇ ସେମାନଙ୍କ ମୁହଁରୁ ଘନିଷ୍ଠ ସାଙ୍ଗ ସୁଦର୍ଶନଙ୍କୁ ବଞ୍ଚାଇବା ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ। ହେଲେ ପାରି ନଥିଲେ। ଇଛା ନଥିଲେ ମଧ୍ୟ ଅଭିଯୁକ୍ତମାନେ ସୁଦର୍ଶନଙ୍କ ସହ ସୁଧୀରଙ୍କୁ ମାରିଥିବା ପୋଲିସ ତଦନ୍ତରୁ ସୂଚନା ମିଳିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଏକ କାର ଯୋଗେ ଦିଗପହଣ୍ଡି ଦେଇ ଭୁବନେଶ୍ୱର ଭାୟା ବ୍ରହ୍ମପୁର ଦେଇ ଫେରାର ହେବାରେ ସଫଳ ହୋଇଥିଲେ। ପୋଲିସ ଉକ୍ତ କାର ନମ୍ବର ସଂଗ୍ରହ କରି ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିଛି। ଟୋଲ ଗେଟମାନଙ୍କରୁ ସିସିଟିଭି ଫୁଟେଜ ଗୁଡ଼ିକୁ ପୋଲିସ ଯାଞ୍ଚ୍‌ କରି ସମସ୍ତ ତଥ୍ୟ ପ୍ରମାଣ ପାଇଥିବା ବେଳେ ଅଭିଯୁକ୍ତମାନେ ପୋଲିସ ନିକଟରେ ସମସ୍ତ ସତ ମାନିଥିବା ସୂଚନା ମିଳିଛି। ତେବେ ରାଜନୈତିକ ଆକ୍ରୋଶରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସକୁ ସ୍ପଷ୍ଟ ପ୍ରମାଣ ମିଳିଛି। ହତ୍ୟାକାରୀମାନଙ୍କୁ ଚିହ୍ନଟ କରାଯାଇଛି। ୨୦ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କୁ ଦିଗପହଣ୍ଡି ଥାନାକୁ ଡ଼କାଇ ପଚରାଉଚୁରା କରି ଛାଡ଼ି ଦିଆଯାଇଛି। ଅପରପକ୍ଷରେ ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ପ୍ରାର୍ଥୀନୀଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମୃତକଙ୍କ ପରିବାର ପୋଲିସକୁ କହିଛନ୍ତି । ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବା ସହ ଏହି ଘଟଣାରେ ପୋଲିସର ଭୂମିକାକୁ ଭାଜପା ନେତା ଇଂ. ଉତ୍ତମ କୁମାର ପାଣିଗ୍ରାହୀ ତୀବ୍ର ନିନ୍ଦା କରିଛନ୍ତି। ବୁଧବାର ଦିଗପହଣ୍ଡି ଠାରେ ଆୟୋଜିତ ଖବରଦାତା ସମ୍ମିଳନୀର ସେ ଶାସକ ଦଳର ଗୋଷ୍ଠୀ କନ୍ଦଳରୁ ଏହି ପ୍ରାୟୋଜିତ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି। ତେଣୁ ପୋଲିସ ପ୍ରକୃତ ତଥ୍ୟ ପ୍ରମାଣ ସଂଗ୍ରହ କରି ଏହି ମାମଲାର ପର୍ଦ୍ଦାଫାଶ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ

ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ

ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?