Posted inଗଜପତି

ଅବ୍ୟବସ୍ଥାରେ ନଳାଘାଟ ବିଦ୍ୟାଳୟ

ପାରଳାଖେମୁଣ୍ଡି,୨୮।୪(ଡି.ଏନ୍‌.ଏ.):  ମୋହନା ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡିକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଏପରିକି ଅନେକ ବିଦ୍ୟାଳୟ ରହିଛି ଯେଉଁଠିକି ବିଦ୍ୟୁତ୍‌ ବଲ ଓହଳିଛି ତାର ବିଛା ଯାଇଛି କିନ୍ତୁ ବିଦ୍ୟୁତ୍‌ ସଂଯୋଗ ହୋଇନି । ଶୌଚାଳୟ ଅଛି ହେଲେ କବାଟ ନାହିଁ । କେଉଁ ବିଦ୍ୟାଳୟରେ ପାଚେରୀ ନଥିବା ବେଳେ ଶ୍ରେଣୀ ଗୃହର ଅଭାବତା ସାଙ୍ଗକୁ ଶିକ୍ଷୟିତ୍ରୀ ଶିକ୍ଷକ ମଧ୍ୟ ଅଭାବ। ଗଜପତି ଜିଲା ମୋହନା ବ୍ଲକର ନଳାଘାଟ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ସଂଖ୍ୟା ରହିଛି ୧୪୭ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ୪ ଜଣ। ଶ୍ରେଣୀ ଗୃହ ଅଭାବରୁ ୩ଟି ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବସାଇ ପାଠ ପଢା ଯାଉଛି। ଯାହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପାଠ ପଢିବାରେ ବାଧା ସୃଷ୍ଟି ହେଉଛି । ଖାଲି ସେତିକି ନୁହେଁ ଶୌଚାଳୟ ରହିଛି ଭଗ୍ନ ଅବସ୍ଥାରେ । କବାଟ ନଥିବାରୁ ଶୌଚ ଯିବାରେ ଅସୁବିଧା ହେଉଛି । ବିଦ୍ୟୁତ୍‌ ସଂଯୋଗ ନଥିବାରୁ ପିଲାମାନେ ଖରା ଦିନେ ବହୁ କଷ୍ଟରେ ପାଠ ପଢୁଛନ୍ତି। ପାଚେରୀ ନଥିବାରୁ କୋଣସି ଗଛ ଲଗାଇଲେ ମଧ୍ୟ ରହୁନାହିଁ। ଗାଈ ଗୋରୁ ନଷ୍ଟ କରି ଦେଉଥିବା ଶିକ୍ଷକମାନେ କହିଛନ୍ତି । ଏ ସମ୍ପର୍କରେ ବହୁବାର ପ୍ରଶାସନକୁ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସୀ ସଫଳ ମିଳୁ ନ ଥିବା କହିଛନ୍ତି ଅଭିବାକ ମାନେ। ତେଣୁ ରାଜ୍ୟ ସରକାର ତୁରନ୍ତ ଏହିପ୍ରତି ଦୃଷ୍ଟି ଦେଲେ ପିଲାଙ୍କ ପାଠ ପଢାରେ ଉନ୍ନତି ହେବ ବୋଲି ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?