ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ୨ ଜଣ ସହକାରୀ ଶିକ୍ଷକ ନେଉଛନ୍ତି ତାଲିମ: କାର୍ଯ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୧୨।୧୧(ସୁଶାନ୍ତ ବାରିକ): ପ୍ରଧାନ ଶିକ୍ଷକଙ୍କଠାରେ ବିଭିନ୍ନ ଦକ୍ଷତା ହାସଲ ପାଇଁ ଆସନ୍ତା ୧୭ ତାରିଖଠାରୁ ୫ ଦିନ ପର୍ଯ୍ୟନ୍ତ ସମ୍ଭବ ତାଲିମ ରହିଛି। ଏହାପୂର୍ବରୁ ମଙ୍ଗଳବାରଠାରୁ ୫ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲରେ ରିସୋସପର୍ସନଙ୍କ ତାଲିମ ଆରମ୍ଭ ହୋଇଯାଇଛି । ଲୋଇସିଂହା ବ୍ଳକରୁ ରିସୋସପର୍ସନ ପାଇଁ ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ୨ ଜଣ ସହକାରୀ ଶିକ୍ଷକ ତାଲିମ ପାଇଁ ପଠାଯାଇଛି। ବ୍ଳକରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ଉଠିଛି। ବ୍ଳକ ଶିକ୍ଷା ବିଭାଗର ଏପରି ବ୍ୟତିକ୍ରମକୁ ନେଇ ଶିକ୍ଷକ ଓ ବୃଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବ୍ଳକରେ ୨୦ଟି ହାଇସ୍କୁଲର ରହିଛି । ୨୦ ଜଣ ପ୍ରଧାନଶିକ୍ଷକ ମଧ୍ୟ କାର୍ଯ୍ୟରତ ଅଛନ୍ତି । ଅନେକ ଦକ୍ଷ ପ୍ରଧାନ ଶିକ୍ଷକ ରହିଛନ୍ତି । ଏହାସତ୍ତ୍ବେ ସମ୍ଭବ ରିସୋସପର୍ସନ ତାଲିମ ପାଇଁ ଜଣେ ମଧ୍ୟ ପ୍ରଧାନ ଶିକ୍ଷକଙ୍କୁ ନ ପଠାଇ ୨ ଜଣ ସହକାରୀ ଶିକ୍ଷକଙ୍କୁ ପଠାଇବା ଘଟଣା ଲୋଇସିଂହାରେ ଆଲୋଚ୍ୟର ବିଷୟ ପାଇଛି । ରିସୋସପର୍ସନ ତାଲିମ ପାଇଁ ଲୋଇସିଂହା ହରେ କୃଷ୍ଣ ମହତାବ ହାଇସ୍କୁଲର ସହକାରୀ ଶିକ୍ଷକ ରାଜ କୁମାର ଭୋଇ ଓ ସରଗାଡା ଲାଲବାହାଦୁର ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷକ ଜନତା ନାଗଙ୍କୁ ବ୍ଳକ ଶିକ୍ଷା ବିଭାଗରୁ ମନୋନୀତ କରି ପଠା ଯାଇଛି। ବ୍ଳକ ଶିକ୍ଷା ବିଭାଗର ଏପରି କାର୍ଯ୍ୟ ଯୋଗୁ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ ହୋଇପଡିଛି । ଆଗକୁ ବାର୍ଷିକ ପରୀକ୍ଷା ଆସୁଛି । ଏପରି ସମୟରେ ୨ ଜଣ ସହକାରୀ ଶିକ୍ଷକଙ୍କୁ ରିସୋସପର୍ସନ ପାଇଁ ପଠା ଲଯାଇଥିବାରୁ ସେହି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସମ୍ପୃକ୍ତ ଶିକ୍ଷକ ଦ୍ବୟଙ୍କ ବିଷୟ ଭିତ୍ତିକ ଶିକ୍ଷାଦାନରୁ ବଞ୍ଚିତ ହେବା ସୁନିଶ୍ଚିତ ହୋଇପଡିଛି।
ଅପରପକ୍ଷେ, ଆସନ୍ତା ୧୭ ତାରିଖରୁ ପ୍ରଧାନ ଶିକ୍ଷମାନେ ନେବେ ସମ୍ଭବ ତାଲିମ । ତେବେ ପ୍ରଧାନ ଶିକ୍ଷକଙ୍କ ଅଧୀନରେ ଥିବା ସହକାରୀ ଶିକ୍ଷକ ଦୟ ରିସୋସପର୍ସନ ସାଜି ତାଲିମ ଦେଲେ ତାହା କେତେ ଯୁକ୍ତି ଯୁକ୍ତ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏହା ଛଡା ସରକାର ଶିକ୍ଷାନୁଷ୍ଠାନକୁ ବିଭିନ୍ନ ସମୟରେ ବିଭିନ୍ନ ଅନୁଦାନ ଯୋଗାଉଛନ୍ତି। ଏହି ଅନୁଦାନରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଗଠନରୁ ଆରମ୍ଭକରି ବିଭିନ୍ନ ଉପକରଣ କ୍ରୟ କରାଯାଉଛି। ଉପଯୁକ୍ତ ତାଲିମ ଅଭାବରୁ ଜିଏସଟି ଓ ସିଏସଟି ବିଲକୁ ନେଇ ଅନେକ ସମୟରେ ଶିକ୍ଷାନୁଷ୍ଠାନଗୁଡିକ ଠକେଇର ଶିକାର ହେଉଛନ୍ତି। ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ସହକାରୀ ଶିକ୍ଷକଙ୍କୁ ପଠାଇବା ଏପରି ତାଲିମର ମାନେ କଣ ରହିଲା ବୋଲି ସାଧାରଣରେ ମତପ୍ରକାଶ ପାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?