Posted inଜାତୀୟ

ଦିଲ୍ଲୀ-ମିରଠ ଏକ୍ସପ୍ରେସୱେରେ ଦୁଇ ଚକିଆ, ତିନି ଚକିଆ ଯାନ ମନା

ନୂଆଦିଲ୍ଲୀ,୬ ।୮: ଦିଲ୍ଲୀ-ମିରଠ ଏକ୍ସପ୍ରେସୱେରେ ଯଦି ଦୁଇ ଚକିଆ ଅବା ତିନି ଚକିଆ ଯାନ ଭୁଲରେ କେହି ନେଇ ଯାଇଥିବେ ତେବେ ସେହି ଗାଡିକୁ ସିଜ କରିଦିଆଯିବ ବୋଲି କୁହାଯାଇଛି । ଏହାସହ ୨୦ ହଜାର ଟଙ୍କାର ଜରିମାନା ବି ଆଦାୟ କରାଯିବ । ଏକ୍ସପ୍ରେସୱେରେ ଦୁଇ ଚକିଆ ଯାନରେ ହାଇଥିବା ଦୁର୍ଘଟଣା ପରେ ପୋଲିସର ଚେତା ପଶିଥିବା କୁହାଯାଉଛି ।
ଏସଏସପି ମାମଲାକୁ ଗୁରୁତର ସହ ନେଇ ଏସପି ଟ୍ରାଫିକଙ୍କୁ ଏନଏଚଏଆଇ ସହ ସମନ୍ୱୟ ରଖି ସମସ୍ୟାକୁ ଦୂର କରିବା ଓ ଏକ୍ସପ୍ରେସୱେରେ ଦୁଇ ଚକିଆ ଓ ତିନି ଚକିଆ ଯାନ ଚଳାଚଳ ବାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଜୁଲାଇ ୨୮ରେ ମସୁରୀର ଦିନାନାଥପୁର ପୁଠି ନିବାସି ଜଣେ ମହିଳା, କିଶୋରୀ ଓ ଶିଶୁ ଦୁଇ ଚକିଆ ଯାନରେ ଯାଉଥିବା ସମୟରେ ରାସ୍ତା ଭୁଲିଯାଇ ଦିଲ୍ଲୀ-ମିରଠ ଏକ୍ସପ୍ରେସୱେ ଉପରେ ଚଢି ଯାଇଥିଲେ । ଆଉ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସେମିତି ଏହା ପୂର୍ବରୁ କାଉଡିଆ ଯାତ୍ରାରେ ଯାଇଥିବା କେତେଜଣ କାଉଡିଆଙ୍କର ସଡ଼କ ଦୁର୍ଘଟଣାରେ ବି ମୃତ୍ୟୁ ହୋଇଥିଲା । ୨୬ ଜୁଲାଇରେ ଏକ ଦୁଇ ଚକିଆ ଯନକୁ ବଞ୍ଚାଇବାକୁ ଯାଇ ଏକ ଓମନି ଡିଭାଇଡରରେ ପିଟି ହୋଇଯିବା ଫଳରେ ଗାଡିରେ ନିଆଁ ଲାଗିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏକ୍ସପ୍ରେସୱେ ବଡ ଗାଡି ଚଳାଚଳ ପାଇଁ ନିର୍ମାଣ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ଦଣ୍ଡ ବିଧାନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀପୁର ହିଂସା, ୪୫ ଲକ୍ଷ କ୍ଷତି ପୂରଣରେ ପ୍ରଶାସନ-କୃଷକଙ୍କ ମଧ୍ୟରେ ସହମତି…

ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାରେ ପ୍ରଶାସନ ଏବଂ କୃଷକଙ୍କ ମଧ୍ୟରେ ସହମତି ହୋଇଛି। ୪ ମୃତକଙ୍କ ପରିବାରଙ୍କୁ ୪୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା...

କମ୍ପାନୀ ଆଇନରେ ଆସିବ ସଂଶୋଧନ

ନୂଆଦିଲ୍ଲୀ,୧୮।୫: କମ୍ପାନୀ ଆଇନରେ ସଂଶୋଧନ ଆଣିବା ଲାଗି ସରକାର ଅଧ୍ୟାଦେଶ ଆଣିବେ। ଉକ୍ତ ଆଇନରେ ଥିବା ବିଭିନ୍ନ ଧାରାକୁ ଅପରାଧମୁକ୍ତ କରିବା, ଭାରତୀୟ କର୍ପୋରେଟଗୁଡ଼ିକୁ ସିଧାସଳଖ...

ପାମେଲାଙ୍କ ୫ମ ବିବାହ

ନୂଆଦିଲ୍ଲୀ,୨୯।୧: କାନାଡା-ଆମେରିକୀୟ ଅଭିନେତ୍ରୀ ତଥା ବଓ୍ବୋଚ୍‌ ଷ୍ଟାର ପାମେଲା ଆଣ୍ଡେରସନ ୫୩ ବର୍ଷ ବୟସରେ ପୁଣି ବିବାହ କରିଛନ୍ତି। ଏହା ତାଙ୍କର ୫ମ ବିବାହ। ଏଥର...

ଟେରର ଫଣ୍ଡିଂକୁ ନେଇ ଏନଆଇଏର କଡା କାର୍ଯ୍ୟାନୁଷ୍ଠାନ, ୧୦ ରାଜ୍ୟରେ ଚଢାଉ, ପିଏଫଆଇର ଶହେରୁ ଅଧିକ ଲୋକ ଗିରଫ

ନୂଆଦିଲ୍ଲୀ,୨୨ ।୯: ଏନଆଇଏର ଟିମ ସାରା ଦେଶରେ ଚଢାଉ ଆରମ୍ଭ କରିଛନ୍ତି । କୁହାଯାଉଛି କି କେରଳରେ ପ୍ରାୟ ୫୦ଟି ସ୍ଥାନରେ ଏନଆଇଏ ଟିମ ଚଢାଉ...

ମଧ୍ୟାହ୍ନ ଭୋଜନରେ ଲୁଣ,ରୁଟି ଦିଆଯିବା ଘଟଣା: ଭିଡିଓ ଉତ୍ତୋଳନ କରିଥିବା ଖବରଦାତାଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ,୨।୯: ଉତ୍ତର ପ୍ରଦେଶ ମିର୍ଜାପୁର ଜିଲାର ଏକ ସରକାରୀ ସ୍କୁଲରେ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ବାଟବଣା ହୋଇଥିବା ଦୃଶ୍ୟ...

ବ୍ରିଟେନକୁ ଚେତାବନୀ ଦେଲା ଭାରତ: ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା କ୍ଷେତ୍ରରେ ଭେଦଭାବ ନୁହେଁ ଗ୍ରହଣୀୟ

ନୂଆଦିଲ୍ଲୀ,୨୦।୩: ବ୍ରିଟେନର ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଭାରତୀୟ ତ୍ରିରଙ୍ଗାର ଅପମାନ ଏବଂ ବିଶୃଙ୍ଖଳାକୁ ନେଇ ଭାରତର ବୈଦେଶିକ ବ୍ୟାପାର...

ଲୋକ ସଭା ନିର୍ବାଚନ ଲାଗି ଏକ୍‌ଜିଟ ପୋଲ୍‌ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୦।୫(ଆଇଏଏନ୍‌ଏସ୍‌): ସାତ ପର୍ଯ୍ୟାୟ ବିଶିଷ୍ଟ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ ପୋଲ୍‌ (ବୁଥ୍‌ଫେରନ୍ତା ଜନମତ ସର୍ଭେ) ରିପୋର୍ଟ...

ଉଦ୍ଧବ ସରକାରଙ୍କ ଅଗ୍ନିପରୀକ୍ଷା ପୂର୍ବରୁ ଭାଜପା ସହ କଥା ହେଲେ ଅଜିତ

ମୁମ୍ବାଇ,୩୦।୧୧: ଶିବସେନା ନେତା ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହୋଇଛି। ମେଣ୍ଟ କରି ଶିବସେନା ସରକାର ଗଠନ କରିଥିବାରୁ ତା’ମନରେ ସବୁବେଳେ ଦ୍ୱନ୍ଦ୍ୱ...

Advertisement
Archives

Model This Week