ରକ୍ତ ଦେଇ ଶିଶୁପୁତ୍ରର ଜୀବନ ବଞ୍ଚାଇଲେ ଦୁଇ ଆମ୍ବୁଲାନ୍ସ କର୍ମଚାରୀ

ରେଢାଖୋଲ,୩୧।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୁକ୍ରବାର ରେଢାଖୋଲ ଡାକ୍ତରଖାନାରେ ରକ୍ତ ଦେଇ ଜଣେ ୫ ବର୍ଷ ଶିଶୁପୁତ୍ରର ଜୀବନ ବଞ୍ଚାଛନ୍ତି। ରେଢାଖୋଲ ବ୍ଲକ୍‌ ରେଙ୍ଗାଲି ପଞ୍ଚାୟତ କସଣ୍ଡା ଗ୍ରାମର ନିରଞ୍ଜନ ମିର୍ଦ୍ଧାଙ୍କ ଶିଶୁପୁତ୍ର ଅନୁଭବ ଆନିମିଆ ରୋଗରେ ପୀଡିତ। ଶୁକ୍ରବାର ସେ ଗୁରୁତର ହୋଇଥିଲେ। ଘର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଗ୍ରାହକ ସମ୍ପର୍କ କେନ୍ଦ୍ରରୁ ନିର୍ଦ୍ଦେଶ ପାଇ କସଣ୍ଡାରେ ପହଞ୍ଚିଥିଲେ। ଏହାପରେ ମା’ ବାପା ଶିଶୁପତ୍ରକୁ ଆମ୍ବୁଲାନ୍ସରେ ଧରି ରେଢାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ତେବେ ଶିଶୁପୁତ୍ର ଲାଗି ରକ୍ତ ଆବଶ୍ୟକ ଥିବା ଡାକ୍ତର କହିବା ପରେ ମା’ ବାପା ଚିନ୍ତାରେ ପଡ଼ିଥିଲେ। ସ୍ଥାନୀୟ ରକ୍ତଭଣ୍ଡାରକୁ ଯାଇ ଯୋଗାଯୋଗ କରିଥିଲେ। ହେଲେ ରକ୍ତ ନ ଥିବା ଯୋଗୁ ଭାଙ୍ଗି ପଡ଼ିଥିଲେ। ଏହା ଜାଣିଲା ପରେ ଅମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ ନିଯୁକ୍ତ ସୌମ୍ୟରଞ୍ଜନ ଶତପଥୀ ଓ ତାଙ୍କ ସହଯୋଗୀ ଅନିଲ ପ୍ରଧାନ ଶିଶୁପୁତ୍ର ଲାଗି ରକ୍ତଦାନ କରିଥିଲେ। ଏଥିରୁ ଗୋଟିଏ ପ୍ୟାକେଟ୍‌ ରକ୍ତ ଶିଶୁପୁତ୍ରକୁ ଦିଆଯାଇଥିଲା। ଆଉ ଏକ ରକ୍ତ ପ୍ୟାକେଟ୍‌ ଅନ୍ୟ ଜଣେ ରକ୍ତଶିକୁଳି ରୋଗୀ ଯୁବକଙ୍କୁ ଦିଆଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀ ଏଭଳି ମାନବିକତା ପ୍ରଦର୍ଶନ କରି ଏଠାରେ ପ୍ରଶଂସାର ପାତ୍ର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା କାରରେ ଯୁବତୀଙ୍କୁ ଗଣବଳାତ୍କାର ମାମଲା : ପୀଡ଼ିତାଙ୍କ ବୟାନକୁ ନେଇ ଦ୍ୱନ୍ଦ୍ୱରେ ପୋଲିସ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଚଳନ୍ତା କାରରେ ଜଣେ ଯୁବତୀଙ୍କୁ ଗଣବଳାକତ୍ାର କରି ଖୋର୍ଦ୍ଧା ପିଏନ୍‌ କଲେଜ ନିକଟରେ ଫିଙ୍ଗିଦେବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି...

ପୁରୀ ସେବାୟତଙ୍କୁ କରୋନା: କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ

ପୁରୀ ଅଫିସ୍‌,୨୩।୬: ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମଙ୍ଗଳବାର ନୀତି ନିର୍ଘଣ୍ଟ ଅନୁଯାୟୀ ରଥଯାତ୍ରା ଆରମ୍ଭ ହୋଇଛି। ଏପଟେ ଶ୍ରୀମନ୍ଦିରର ଜଣେ ସେବାୟତ...

ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ଗଛ ପକାଇ ପୋଷ୍ଟର ମାରିଲେ

ବାଲିଗୁଡ଼ା,୬ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଗୁମା ଛକ ମୁଖ୍ୟ ରାସ୍ତାରେ ଶନିବାର ଗଛ ପକାଇ ଚେତାବନୀ...

ପ୍ରଥମଦିନରେ ୯ଲକ୍ଷ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକର୍ମୀ ନେଲେ କରୋନା ବୁଷ୍ଟର ଡୋଜ

ନୂଆଦିଲ୍ଲୀ,୧୧ ।୧: ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଅନ୍ୟପଟେ ସୋମବାର କୋଭିଡ ରୋଧି ଟିକାର ପ୍ରିକଶନ ଡୋଜ ବା ତୃତୀୟ...

କରୋନା ସହ ଲଢ଼େଇ ପାଇଁ ଅଣ୍ଟାଭିଡ଼ା: ତୁର୍କୀର ୩୧ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ

ଆଙ୍କରା,୧୧।୪: କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ରୋକିବା ପାଇଁ ତୁର୍କୀର ୩୧ଟି ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି। କର୍ଫ୍ୟୁ ଜାରି ହୋଇଥିବା ଅଞ୍ଚଳ ମଧ୍ୟରେ...

ବଉଳା କୁମ୍ଭୀର ବସା ଉଦ୍ଧାର: ଭିତରକନିକା ନିଆଗଲା ଅଣ୍ଡା, ନାଳରେ ଛାଡ଼ି ଦିଆଗଲା କୁମ୍ଭୀର

ମହାକାଳପଡ଼ା,୧୯।୫(ଡି.ଏନ୍‌.ଏ.): ମହାକାଳପଡ଼ା ବନାଞ୍ଚଳ ଅଧୀନ ଗାବରୀ ନଦୀ ପାର୍ଶ୍ୱ ଅରଡ଼ ଗ୍ରାମର ଏକ ବୁଦା ମୂଳେ ଏକ ବଉଳା କୁମ୍ଭୀର ବସା ବାନ୍ଧି କିଛି ଅଣ୍ଡା...

ରାସ୍ତାକୁ ଯିଏ ଆସିଲା ସିଏ ଫସିଲା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ)ସକାଳୁ ସକାଳୁ ସହରର ସାଧାରଣ ଜୀବନଯାତ୍ରା ସ୍ବାଭାବିକ ଥିଲା। ହେଲେ ୧୦ଟା ପରେ ରାଜଧାନୀର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଚାରିପଟୁ ରାଜଧାନୀକୁ ପ୍ରବେଶ କରିଥିଲା ମାଳମାଳ...

ଦିଲ୍ଲୀ ଆସୁଥିବା ଯାତ୍ରୀଙ୍କୁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ, ୪।୬: ଦିଲ୍ଲୀକୁୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଲାଗି ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ ନିୟମ ଲାଗୁ ହୋଇଛି। ବସ୍‌,ଟ୍ରେନ୍‌ ଅବା ବିମାନରେ ଦିଲ୍ଲୀକୁ ଆସୁଥିବା...

Advertisement
Archives

Model This Week