ପୋଲ ତଳେ ପଡିଛି ପିପିଇ କିଟ୍‌: ଗ୍ରାମବାସୀ ଭୟଭୀତ

ଶଙ୍କରାଖୋଲ,୩୧ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ୧୫୭ ନଂ. ଜାତୀୟ ରାଜପଥ ନିକଟ ଗୁଡ୍ରିଗଁା ପୋଲ ତଳେ ୫ଟି ପିପିଇ କିଟ୍‌ ପଡ଼ିଥିବା ଶୁକ୍ରବାର ସକାଳେ ଗ୍ରାମବାସୀ ଦେଖିଥିଲେ। ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। କରୋନା ରୋଗୀମାନଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରିବା ଓ ଚିକିତ୍ସା ପାଇଁ ଏହି ପିପିଇ କିଟ୍‌ କେବଳ ଡାକ୍ତର, ନର୍ସ, ସାସ୍ଥ୍ୟ କର୍ମଚାରୀ ଓ ସଂକ୍ରମିତଙ୍କୁ ନେବା ଆଣିବାରେ ଆମ୍ବୁଲାନ୍ସ ଚାଳକ ଆଦି ବ୍ୟବହାର କରୁଛନ୍ତି। ବ୍ୟବହାର ପରେ ଏହାକୁ ପୋଡି ନଷ୍ଟ କରିଦେବା ନିୟମ ରହିଛି। ପୋଲ ତଳେ ଦେଇ ଯାଇଥିବା ନାଳର ପାଣିରେ ଗ୍ରାମବାସୀ ପ୍ରତିଦିନ ଗାଧୋଇବା ସହ ଅନ୍ୟାନ୍ୟ କାମ ପାଇଁ ବ୍ୟବହାର କରିଥାନ୍ତି। ପିପିଇ କିଟ୍‌ ପଡିଥିବା ଦେଖିବାପରେ ଏହାକୁ ବ୍ୟବହାର କରିବାକୁ ଭୟ କରୁଥିବା ରୀନା ବାରିକ, ସଞ୍ଜୁକ୍ତା ସାହୁ, ୱାର୍ଡସଭ୍ୟ ଜଳେଶର କହଁର, ଭାବଗ୍ରାହୀ ପ୍ରଧାନ ପ୍ରମୁଖ କହିଛନ୍ତି। ଏନେଇ ଜିଲା ସ୍ବାସ୍ଥ୍ୟ ଅଧିକାରୀ ରାଜ୍ୟଶ୍ରୀ ପଟ୍ଟନାୟକ କହିଛନ୍ତି, ବ୍ୟବହୃତ କିଟ୍‌ ଏଣେତେଣେ ପକାଇବା କଥା ନୁହେଁ। କିଏ ପକାଇଲା ଜାଣିବା ପରେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୧୬ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୪୪୧କୁ ବୃଦ୍ଧି

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୪୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

୧୦ ହଜାର ଲାଞ୍ଚ ନେଇ ଆଇସିଡିଏସ୍‌ ସୁପରଭାଇଜର ଗିରଫ

ଭବାନୀପାଟଣା,୧୨।୧: କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କୁଟୁରୁଖମାର ସେକ୍ଟର ଆଇସିଡିଏସ୍‌ ସୁପରଭାଇଜର ରାଧାରାଣୀ ଦେଈ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ...

ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଖାଦ୍ୟ, ପାଣି ବଣ୍ଟନ

ପୁରୁଷୋତ୍ତମପୁର, ୩।୪(ଡି.ଏନ୍‌.ଏ.): ମାରାତ୍ମକ କରୋନାକୁ ନେଇ ସାରା ରାଜ୍ୟ ଲକ୍‌ଡାଉନ କରାଯାଇଥିବା ବେଳେ ଗରିବ ଦିନ ମଜୁରିଆମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। କାମଧନ୍ଦା ନ...

ଥାନାରେ ହାଜର ହେଲେ ଓଏଏସ୍‌ ଅଫିସର

ବାଲିଚନ୍ଦ୍ରପୁର,୧୦।୧୧(ସ୍ବ.ପ୍ର.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟି ରବିବାର ବିଳମ୍ବିତ ରାତିରେ ଥାନାରେ...

କଟକରୁ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୯।୮-କଟକ ସହରରୁ ବୁଧବାର ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୨ରୁ ୧୦୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୨ ଲୋକାଲ କଣ୍ଟାକ୍ଟ...

ଥଣ୍ଡା, କାଶ ପାଇଁ ଘରେ ବସି ନେବେ ଡାକ୍ତରଙ୍କ ପରାମର୍ଶ

ପୁରୀ ଅଫିସ,୬ା୪: କରୋନାର ମୁକାବିଲା ପାଇଁ ଦିନକୁ ଦିନ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। କିପରି ଏହି ପ୍ରାଣଘାତୀ ଭୂତାଣୁ ନ ବ୍ୟାପିବ ସେଥିଲାଗି...

ନୂଆ ଆବେଦନକାରୀଙ୍କୁ ମିଳୁନାହିଁ ରାଶନ କାର୍ଡ, ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବହୁ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। କମ୍ପ୍ୟୁଟର ଖୋଲୁ ନ ଥିବାରୁ ଜଣେ ବି ଯୋଗ୍ୟ...

୨ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ୨୮୭ କୋଟି ଟଙ୍କା

ପୁରୀ ଅଫିସ,୨୬ା୩: ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ଟଙ୍କା। ଗୁରୁବାର ଟେଣ୍ଡର ମାଧ୍ୟମରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ବରୋଦାକୁ...

Play 250+ Trending Games
Archives

Model This Week

Why Dharitri