Posted inଫୁରସତ

ଇଦ୍‌ ପାଇଁ ୮ ଫୁଟ୍‌ ଲମ୍ବ, ୧୬୦ କେଜିର ଛେଳି

ରାୟପୁର, ୩୧।୭: ଛତିଶଗଡ଼ ଦୁର୍ଗ ଜିଲାର ଏକ ଛେଳି ଏହାର ଅନନ୍ୟ କାରଣ ଲାଗି ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଛେଳିର ବିଶେଷତା କାହାକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ। ଏହି ଛେଳିର ବିଶେଷତ୍ୱ ହେଉଛି ଏହାର ଲମ୍ବ ୮ ଫୁଟ୍‌ ଏବଂ ଓଜନ ୧୬୦ କିଲୋଗ୍ରାମ। ଶନିବାର ଇଦ୍‌ ପର୍ବ ପଡ଼ୁଥିବାରୁ ଏହି ଛେଳିକୁ କୁର୍ବାନ ପାଇଁ ପଞ୍ଜାବରୁ ଏଠାକୁ ଅଣାଯାଇଛି। ଲମ୍ବ, ଉଚ୍ଚତା ଓ ଓଜନ ଲାଗି ସାଧାରଣ ଛେଳିଠାରୁ ଭିନ୍ନ ଏହି ସ୍ବତନ୍ତ୍ର ଧରଣର ଛେଳିକୁ ଦେଖିବାକୁ ଏବେ ଲୋକଙ୍କ ଭିଡ଼ ଜମୁଛି।

ତୋତାପାରୀ ଓ ଜାମନାପାରୀ ପ୍ରଜାତିର ଏହି ଛେଳିର ମାଲିକ ହେଉଛନ୍ତି ଭିଲାଇ ଫରିଦ୍‌ ନଗରର ଆଇ ଅହମ୍ମଦ ଲାଲ ବାହାଦୂର। ସେ ଏହି ଛେଳିକୁ ୧ ଲକ୍ଷ ୫୩ ହଜାର ଟଙ୍କା ଦେଇ କିଣିଛନ୍ତି। ରିପୋର୍ଟ ମୁତାବକ ଗୋଟିଏ ସପ୍ତାହ ତଳେ ଲାଲ୍‌ ବାହାଦୂର ଏହି ଛେଳିଟିକୁ ପଞ୍ଜାବରୁ କିଣି ଏଠାକୁ ଆଣିଥିଲେ। ପଞ୍ଜାବରୁ ଭିଲାଇକୁ ଆଣିବା ଲାଗି ତାଙ୍କୁ ୨୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଛେଳିର ଲମ୍ବ ୮ ଫୁଟ୍‌ ହୋଇଥିବାବେଳେ ସେ ବେକକୁ ୧୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ଲମ୍ବାଇ ପାରେ। ଏହି ଛେଳିର ଖାଦ୍ୟକୁ ନେଇ ଲାଲ୍‌ ବାହାଦୂର କହିଛନ୍ତି, ‘ଛେଳିଟି ଫଳ ଖାଇବାକୁ ବହୁତ ପସନ୍ଦ କରେ। ଏପରିକି ତାଜା ପନିପରିବାକୁ ବହୁତ ଉତ୍ସାହର ସହିତ ଚୋବାଇ ଖାଇଥାଏ।’ ଇଦ୍‌ରେ ବଳି ପାଇଁ ଏହି ଛେଳିକୁ ଆଣିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ବେତନରେ ବୃକ୍ଷରୋପଣ କରିଥିଲି: ସଂସ୍କୃତିପ୍ରେମୀ ନରେନ୍ଦ୍ର କୁମାର ପୃଷ୍ଟି

ଆଇନଜୀବୀ, ସମାଜସେବୀ ତଥା ସଂସ୍କୃତିପ୍ରେମୀ ନରେନ୍ଦ୍ର କୁମାର ପୃଷ୍ଟି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଖୋର୍ଦ୍ଧା ଜିଲା ଟାଙ୍ଗିଆପଡ଼ା ଗ୍ରାମପଞ୍ଚାୟତ ଅଧୀନ ଅରାଙ୍ଗ...

ଲଗାଣ ବର୍ଷାରେ ଓଲା, ଉବର ସେବା ଯୋଗାଉଛି କୁମ୍ଭୀର

କୁମ୍ଭୀର ଓ ବେଙ୍ଗକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ରାସ୍ତାରେ କୁମ୍ଭୀର...

ରହସ୍ୟମୟ ସ୍ଥାନ : ଏଠାକୁ ଆସିଥା’ନ୍ତି ପ୍ରେତଲୋକ

ଆତ୍ମା ଏବଂ ପ୍ରେତାତ୍ମା ସହିତ ଜଡ଼ିତ କିଛି କାହାଣୀ ନିଶ୍ଚିତ ପରିବାରର ବଡ଼ ସଦସ୍ୟମାନଙ୍କଠାରୁ ଶୁଣିଥିବେ। ଏହି କଥାକୁ କିଛି ଲୋକ ବିଶ୍ୱାସ କରୁଥିବାବେଳେ ଆଉ...

ଝିଅ ପାଇଁ ୩୬ ବର୍ଷ ହେବ ପୁରୁଷ ବେଶରେ ରହିଆସୁଛନ୍ତି ମା’

ଚେନ୍ନାଇ,୧୬।୫:ତାମିଲନାଡୁ ଥୁତୁକୁଡି ଜିଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଆସୁଛନ୍ତି। କଥାଟା ଆଶ୍ଚର୍ଯ୍ୟ...

ଭାରତରେ ୬ଥର ପାଳନ କରାଯାଏ ନବବର୍ଷ

ପ୍ରତିବର୍ଷ ଜାନୁୟାରୀ ୧ ତାରିଖକୁ ନୂଆବର୍ଷ ଭାବେ ସାରା ବିଶ୍ୱରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ହେଲେ ଭାରତର ନୂଆବର୍ଷ ପାଳନ ସବୁଠାରୁ ଅଲଗା। ଏଠାରେ...

ଶୀତ ମହୌଷଧି ମହୁ

ଶୀତଦିନେ ନିଜ ଶରୀରର ବିଶେଷ ଧ୍ୟାନ ରଖିବା ନିହାତି ଆବଶ୍ୟକ। କୁହାଯାଏ, ଥଣ୍ଡା ସମୟରେ ମହୁର ସେବନ ଶରୀର ପକ୍ଷେ ଲାଭଦାୟକ ହୋଇଥାଏ। କାରଣ ଏଥିରେ...

ମାର୍ଭେଲକୁ ବଞ୍ଚାଇଥିଲା ଆଇରନ ମ୍ୟାନ୍‌

ଆଇରନ ମ୍ୟାନ୍‌ ହେଉ କି, ସ୍ପାଇଡରମ୍ୟାନ୍‌, ହଲ୍‌କ, କ୍ୟାପଟେନ୍‌ ଆମେରିକା ଭଳି ସୁପର ହ୍ୟୁମାନ ଭଳି କାଳ୍ପନିକ କାହାଣୀ ଓ ଚରିତ୍ର ଉପରେ ଫିଲ୍ମ ନିର୍ମାଣ...

ଏମିତି ସହର, ଯାହା ଦେଖିବାକୁ ଶିବଲିଙ୍ଗ ସଦୃଶ

ବିଶ୍ୱରେ ଏମିତି ଏକ ସହର ରହିଛି, ଯାହା ଦେଖିବାକୁ ସମ୍ପୂର୍ଣ୍ଣ ଶିବଲିଙ୍ଗ ସଦୃଶ। ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ। ଏମିତି ଏକ ସହର ହେଉଛି...

Advertisement
Archives

Model This Week