ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଖାଦ୍ୟ ଲାଗି ପଶୁପକ୍ଷୀଙ୍କ ମାରପିଟ ହେଉଥିବା ଦେଖିବାକୁ ମିଳିଥାଏ। ମାତ୍ର ଏହି ଭିଡିଓରେ ଏକ ପାତ୍ରରେ ଥିବା କ୍ଷୀରକୁ ୨ ଟି ବିଲେଇ ପିଇବାକୁ ମାରପିଟ ହେଉନାହାନ୍ତି ବରଂ ଜଣେ ଅନ୍ୟ ଜଣକୁ ପାତ୍ରଟିକୁ ଦେଉଛନ୍ତି । ଏହି ଭିଡିକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘ଫ୍ରମ ଦ ସିଟି ଅଫ ନବାବ ପେହଲେ ଆପ୍, ପେହଲେ ଆପ୍’ ।ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
From the city of Navab🙏
Pehle aap pehle aap.. pic.twitter.com/YpTe4QT8gF— Susanta Nanda IFS (@susantananda3) July 31, 2020