ଜେଲ ଗଲେ ଦୁଇ ଏବିଭିପି ସଦସ୍ୟ

ଭୁବନେଶ୍ୱର,୧୪ା୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍ସ ଫୋରମ୍‌ ପକ୍ଷରୁ ସେମିନାର ଚାଲିଥିବାବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟମାନେ ଜେଏନ୍‌ୟୁ ପ୍ରଫେସର, କର୍ମକର୍ତ୍ତା ଓ ଅନ୍ୟ ଅତିଥିଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ଘଟଣାରେ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିରେ ସମ୍ପୃକ୍ତ ଦୁଇ ପୂର୍ବତନ ଛାତ୍ର ତଥା ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଶହୀଦନଗର ଥାନା ପୋଲିସ ସୋମବାର ଗିରଫ କରିଛି। ସେମାନେ ହେଲେ ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ କୁରୁଡ଼ା ଗ୍ରାମର ମାନସ କୁମାର ସାହୁ (୩୧) ଓ ନୂଆଗାଁ ଗ୍ରାମର ସଞ୍ଜୟ କୁମାର ମଲ୍ଲିକ (୩୨)। ମାମଲା (ନଂ.୫୯/୨୦୨୩)ରେ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ମାନସଙ୍କ ନାମରେ ପୂର୍ବରୁ ୮ଟି ଓ ସଞ୍ଜୟଙ୍କ ନାମରେ ୯ଟି ଆପରାଧିକ ମାମଲା ରହିଥିବା ପୋଲିସ କହିଛି। ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଥାନା ହାଜତରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏବିଭିପିର ରାଜ୍ୟ ମିଡିଆ ସଂଯୋଜକ ବିଶ୍ୱଜିତ ପାତ୍ର କହିଛନ୍ତି, ପୋଲିସ ଗୁଣ୍ଡା ସାଜି ଏବିଭିପି ସଦସ୍ୟଙ୍କୁ ମାଡ଼ ମାରିଛି। ଛାତ୍ର ନେତା ସଞ୍ଜୟ କୋର୍ଟରେ ଅଚେତ ହୋଇପଡ଼ିଥିଲେ। ହେଲେ ତାଙ୍କୁ ମେଡିକାଲ ନ ନେଇ ଝାରପଡ଼ା ଜେଲ ପଠାଇ ଦିଆଯାଇଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ଏବିଭିପି ସଦସ୍ୟଙ୍କ ଏଭଳି ଆଚରଣକୁ ବିରୋଧ କରି ଛାତ୍ର କଂଗ୍ରେସ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାରେ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ପ୍ରତିବାଦ କରାଯାଇଥିଲା। ଛାତ୍ର କଂଗ୍ରେସର ୩୦ରୁ ଅଧିକ କର୍ମୀ ଟାୟାର ଜାଳି ନାରାବାଜି ଦେବା ସହ ବିକ୍ଷୋଭ କରିଥିଲେ। ଛାତ୍ର କଂଗ୍ରେସ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି, ବାଣୀବିହାର ପରିସର ଅଶାନ୍ତ କରିବାକୁ ଏବିଭିପି ଚକ୍ରାନ୍ତ କରୁଛି। ଉତ୍କଳ ବିଶ୍ୱବିଦ୍ୟାଳୟର ଯଶ ଗରିମାକୁ କ୍ଷୁଣ୍ଣ କରିବା ସହ ଏହାର ଚେହେରା ଓ ପରିଚୟକୁ ସାରା ଭାରତରେ ମଳିନ କରାଇବା ଅପପ୍ରୟାସରୁ ଏବିଭିପି ନିବୃତ୍ତ ରହୁ ବୋଲି ଛାତ୍ର କଂଗ୍ରେସ କହିଛି। ସେହିପରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବା ସହ ପ୍ରତିବାଦ କରାଯାଇଥିଲା। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ନଷ୍ଟ କରି ଅରାଜକତା ସୃଷ୍ଟି କରିଥିବା ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ସେହିପରି ସିଟିଜେନ୍ସ ଫୋରମ ପକ୍ଷରୁ ମଧ୍ୟ ମାଷ୍ଟର କ୍ୟାଣ୍ଟିନଠାରେ ଖବରଦାତା ସମ୍ମିଳନୀ କରାଯାଇ ପ୍ରତିବାଦ କରାଯାଇଥିଲା। ବିଶ୍ୱ ବିଦ୍ୟାଳୟରେ ଏବିଭିପିର ଏହା ପ୍ରାୟୋଜିତ ଗୁଣ୍ଡାରାଜ ଓ ହିଂସା ବୋଲି ଫୋରମ୍‌ ଅଭିଯୋଗ ଆଣିଛି।
ସୂଚନାଯୋଗ୍ୟ, ରବିବାର ସିଟିଜେନ୍ସ ଫୋରମ ପକ୍ଷରୁ ‘ଭାରତ ସମ୍ବିଧାନ ଏବଂ ଶିକ୍ଷାନୀତି’ ଉପରେ ରାଜ୍ୟସ୍ତରୀୟ ସେମିନାର୍‌ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପ୍ରଫେସର ସୁର୍‌ଜିତ ମଜୁମ୍‌ଦାର ବକ୍ତବ୍ୟ ରଖୁଥିବା ସମୟରେ ଏବିଭିପିର ସଦସ୍ୟମାନେ ବିରୋଧ କରିଥିଲେ। ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଉଥିବା ଅଭିଯୋଗ ଆଣି ୭ରୁ ଅଧିକ ଏବିଭିପି ସଦସ୍ୟ ଗାଳିଗୁଲଜ କରିବା ସହ ସିଟିଜେନ୍ସ ଫୋରମର ଆବାହକ ପ୍ରଦୀପ୍ତ ନାୟକ, ଜେଏନ୍‌ୟୁ ପ୍ରଫେସର ଓ ଅନ୍ୟ ଅତିଥିଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଏନେଇ ପ୍ରଦୀପ୍ତ ନାୟକ ଥାନାରେ ଅଭିଯୋଗ କରିଥିଲେ। ଅପରପକ୍ଷରେ ଏବିଭିପି ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri