Posted inଖେଳ

‘ଆରସିବିରେ ଏବେ ଦୁଇ ୩୬୦ ଡିଗ୍ରୀ ଖେଳାଳି’

ମୁମ୍ବାଇ, ୨୫।୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ସଂସ୍କରଣରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ପ୍ରଦର୍ଶନରେ ଖୁବ୍‌ ପ୍ରଭାବିତ ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳରେ ଏବେ ୨ ଜଣ ୩୬୦ ଡିଗ୍ରୀ ଖେଳାଳି ବୋଲି ସେ ପ୍ରକାଶ କରିଛନ୍ତି। ବିପକ୍ଷ ଦଳର ବୋଲରମାନେ ଯେତେଯାହା କଲେ କରନ୍ତୁ, ସେମାନଙ୍କୁ ୨ ଜଣ ୩୬୦ ଡିଗ୍ରୀ ଖେଳାଳିଙ୍କୁ ବୋଲିଂ କରିବାକୁ ହେବ ବୋଲି ସେ କହିଛନ୍ତି। ଚଳିତ ଆଇପିଏଲରେ ଆରସିବି ଏ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଆସିଛି। ଖେଳିଥିବା ୪ଟି ଯାକ ମ୍ୟାଚରେ ବିଜୟୀ ହୋଇଛି। ମ୍ୟାକ୍ସଓ୍ବେଲଙ୍କୁ ସାମିଲ କରିବା ବିରାଟ କୋହଲିଙ୍କ ଦଳ ପାଇଁ ବଢ଼ିଆ କାମ ଦେଇଛି। ଗତ ସିଜନରେ ୧୩ଟି ମ୍ୟାଚରେ ୧୦୮ ରନ କରିଥିବା ଏହି ଅଷ୍ଟ୍ରେଲୀୟ ଖେଳାଳି ଚଳିତ ସିଜନରେ ୩ ଇନିଂସରେ ୩୯, ୫୯ ଓ ୭୮ ରନ କରି ତାହାକୁ ଟପି ଯାଇଛନ୍ତି। ଆରସିବିର ପ୍ରଥମ ୩୬୦ ଡିଗ୍ରୀ ଖେଳାଳି ହେଲେ ଏବି ଡି’ଭିଲର୍ସ। ତାଙ୍କ ପରି ରିଭର୍ସ ସୁଇପ୍‌, ସ୍କୁପ୍ସ, ସୁଇଚ୍‌ ହିଟ୍‌ ଶଟ୍‌କୁ ମ୍ୟାକ୍ସଓ୍ବେଲ ଅତି ଦକ୍ଷତାର ସହ ଖେଳି ପାରୁଛନ୍ତି। ତେଣୁ ତାଙ୍କୁ ଚଳିତ ସିଜନରେ ରୋକିବା କଷ୍ଟକର ହୋଇପଡ଼ିବ ବୋଲି ଗାଭାସ୍କର କହିଛନ୍ତି। ମ୍ୟାକ୍ସଓ୍ବେଲ ଭଲ ଫର୍ମରେ ଥିବାରୁ ବିରାଟ ଏବଂ ଡି’ଭିଲର୍ସଙ୍କ ଉପରୁ ଚାପ କମାଇ ପାରିଛନ୍ତି। ଆରସିବି ଜଣେ ଏଭଳି ବ୍ୟାଟ୍ସମ୍ୟାନଙ୍କୁ ଆବଶ୍ୟକ କରୁଥିଲା। ପ୍ରକୃତରେ ମ୍ୟାକ୍ସଓ୍ବେଲ ଅବିଶ୍ୱସନୀୟ ପ୍ରଦର୍ଶନ କରୁଛନ୍ତି ବୋଲି ସେ କହିଛନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ମ୍ୟାକ୍ସଓ୍ବେଲ କ୍ରମାଗତ ୨ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ ଡେଥ୍‌ ଓଭରରେ ସେ ଦଳକୁ ଅନେକ ସହାୟକ ହୋଇ ପାରୁଛନ୍ତି। ଡି’ଭିଲର୍ସ ମଧ୍ୟ ଚମତ୍କାର ଖେଳୁଛନ୍ତି। ଟପ୍‌ ଅର୍ଡରରେ କ୍ଲାସିକାଲ ଖେଳାଳି ବିରାଟ ଓ ଦେବଦତ୍ତ ପଡିକାଲ ଦକ୍ଷତା ଦେଖାଇଛନ୍ତି। ଫଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦଳ ୧୦ ଉଇକେଟରେ ବିଜୟୀ ହୋଇ ପାରିଛି। ଡି’ଭିଲର୍ସ ଓ ମ୍ୟାକ୍ସଓ୍ବେଲଙ୍କ ଉପସ୍ଥିତିରେ ଦଳ ଶେଷ ୭-୮ ଓଭରରେ ଭଲ ରନ କରିପାରୁଛି ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri