Posted inଖେଳ

‘ଆରସିବିରେ ଏବେ ଦୁଇ ୩୬୦ ଡିଗ୍ରୀ ଖେଳାଳି’

ମୁମ୍ବାଇ, ୨୫।୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ସଂସ୍କରଣରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ପ୍ରଦର୍ଶନରେ ଖୁବ୍‌ ପ୍ରଭାବିତ ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳରେ ଏବେ ୨ ଜଣ ୩୬୦ ଡିଗ୍ରୀ ଖେଳାଳି ବୋଲି ସେ ପ୍ରକାଶ କରିଛନ୍ତି। ବିପକ୍ଷ ଦଳର ବୋଲରମାନେ ଯେତେଯାହା କଲେ କରନ୍ତୁ, ସେମାନଙ୍କୁ ୨ ଜଣ ୩୬୦ ଡିଗ୍ରୀ ଖେଳାଳିଙ୍କୁ ବୋଲିଂ କରିବାକୁ ହେବ ବୋଲି ସେ କହିଛନ୍ତି। ଚଳିତ ଆଇପିଏଲରେ ଆରସିବି ଏ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଆସିଛି। ଖେଳିଥିବା ୪ଟି ଯାକ ମ୍ୟାଚରେ ବିଜୟୀ ହୋଇଛି। ମ୍ୟାକ୍ସଓ୍ବେଲଙ୍କୁ ସାମିଲ କରିବା ବିରାଟ କୋହଲିଙ୍କ ଦଳ ପାଇଁ ବଢ଼ିଆ କାମ ଦେଇଛି। ଗତ ସିଜନରେ ୧୩ଟି ମ୍ୟାଚରେ ୧୦୮ ରନ କରିଥିବା ଏହି ଅଷ୍ଟ୍ରେଲୀୟ ଖେଳାଳି ଚଳିତ ସିଜନରେ ୩ ଇନିଂସରେ ୩୯, ୫୯ ଓ ୭୮ ରନ କରି ତାହାକୁ ଟପି ଯାଇଛନ୍ତି। ଆରସିବିର ପ୍ରଥମ ୩୬୦ ଡିଗ୍ରୀ ଖେଳାଳି ହେଲେ ଏବି ଡି’ଭିଲର୍ସ। ତାଙ୍କ ପରି ରିଭର୍ସ ସୁଇପ୍‌, ସ୍କୁପ୍ସ, ସୁଇଚ୍‌ ହିଟ୍‌ ଶଟ୍‌କୁ ମ୍ୟାକ୍ସଓ୍ବେଲ ଅତି ଦକ୍ଷତାର ସହ ଖେଳି ପାରୁଛନ୍ତି। ତେଣୁ ତାଙ୍କୁ ଚଳିତ ସିଜନରେ ରୋକିବା କଷ୍ଟକର ହୋଇପଡ଼ିବ ବୋଲି ଗାଭାସ୍କର କହିଛନ୍ତି। ମ୍ୟାକ୍ସଓ୍ବେଲ ଭଲ ଫର୍ମରେ ଥିବାରୁ ବିରାଟ ଏବଂ ଡି’ଭିଲର୍ସଙ୍କ ଉପରୁ ଚାପ କମାଇ ପାରିଛନ୍ତି। ଆରସିବି ଜଣେ ଏଭଳି ବ୍ୟାଟ୍ସମ୍ୟାନଙ୍କୁ ଆବଶ୍ୟକ କରୁଥିଲା। ପ୍ରକୃତରେ ମ୍ୟାକ୍ସଓ୍ବେଲ ଅବିଶ୍ୱସନୀୟ ପ୍ରଦର୍ଶନ କରୁଛନ୍ତି ବୋଲି ସେ କହିଛନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ମ୍ୟାକ୍ସଓ୍ବେଲ କ୍ରମାଗତ ୨ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ ଡେଥ୍‌ ଓଭରରେ ସେ ଦଳକୁ ଅନେକ ସହାୟକ ହୋଇ ପାରୁଛନ୍ତି। ଡି’ଭିଲର୍ସ ମଧ୍ୟ ଚମତ୍କାର ଖେଳୁଛନ୍ତି। ଟପ୍‌ ଅର୍ଡରରେ କ୍ଲାସିକାଲ ଖେଳାଳି ବିରାଟ ଓ ଦେବଦତ୍ତ ପଡିକାଲ ଦକ୍ଷତା ଦେଖାଇଛନ୍ତି। ଫଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦଳ ୧୦ ଉଇକେଟରେ ବିଜୟୀ ହୋଇ ପାରିଛି। ଡି’ଭିଲର୍ସ ଓ ମ୍ୟାକ୍ସଓ୍ବେଲଙ୍କ ଉପସ୍ଥିତିରେ ଦଳ ଶେଷ ୭-୮ ଓଭରରେ ଭଲ ରନ କରିପାରୁଛି ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତଦାନ କଲେ ତେନ୍ଦୁଲକର

ମୁମ୍ବାଇ, ୧୪ା୬ (ପି.ଟି.)-ବିଶ୍ୱ ରକ୍ତଦାନ ଦିବସ ଅବସରରେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ ତେନ୍ଦୁଲକର ସୋମବାର ରକ୍ତଦାନ କରିଛନ୍ତି। ଏହି ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ...

ପୂଜାରା-ଆୟାରଙ୍କ ଅର୍ଦ୍ଧଶତକ: ଭାରତର ସ୍କୋର ୨୦୦ ଟପିଲା

ଚଟ୍ଟୋଗ୍ରାମ,୧୪।୧୨: ଚଟ୍ଟୋଗ୍ରାମରେ ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଚେତେଶ୍ୱର ପୂଜାରା ଏବଂ ଶେୟାୟାଶ ଆୟାର ବାଂଲାଦେଶ ବୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି। ତିନି ନମ୍ବରରେ...

ବିଶ୍ୱକପ୍‌ ଅଧାରୁ ଦଳ ଛାଡ଼ି ସ୍ବଦେଶ ଫେରିଗଲେ ଏହି ଅଭିଜ୍ଞ କ୍ରିକେଟର

ନୂଆଦିଲ୍ଲୀ,୨୨।୧୦: ଶ୍ରୀଲଙ୍କା କ୍ରିକେଟ ଟିମ୍‌କୁ ଲାଗିଛି ଝଟକା। ଟି-୨୦ ବିଶ୍ୱକପ୍‌ର ସୁପର-୧୨ରେ ସ୍ଥାନ ପାଇବା ପରେ ଦଳର ପରାମର୍ଶଦାତା ଭାବେ କାମ କରୁଥିବା ପୂର୍ବ ଅଭିଜ୍ଞ...

ପିଅନ ଚାକିରି ପାଇଁ ଆବେଦନ କରିଛନ୍ତି ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ, ୨୯ା୭ (ପି.ଟି.)-ଅର୍ଥାଭାବ ଯୋଗୁ ଭାରତର ପୂର୍ବତନ ଭିନ୍ନକ୍ଷମ କ୍ରିକେଟ ଦଳର ଅଧିନାୟକ ଦୀନେଶ ସଇନ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ରେ ଏକ ପିଅନ...

ପଡ଼ିଆରୁ ୪ ମାସ ଦୂରେଇ ରହିବେ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୮ା୪- ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାରଙ୍କ କାନ୍ଧରେ ଗୁରୁବାର ସଫଳ ଅସ୍ତ୍ରୋପଚାର କରାଯାଇଛି। ଗତ ମାସରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ...

ମହିଳା ୧୦୦ମିଟର ରେକର୍ଡ ଭାଙ୍ଗିଲେ ଥମ୍ପସନ ହେରାଥ୍‌

ଟୋକିଓ, ୧ା୮ (ଏପି)-ଜାମାଇକାର ଇଲେନ୍‌ ଥମ୍ପସନ ହେରାଥ୍‌ ଅଲିମ୍ପିକ୍ସ ମହିଳା ୧୦୦ ମିଟର ଦୌଡ଼ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଦୂରତାକୁ ୧୦.୬୧...

ଘରାମି, ମଜୁମଦାରଙ୍କ ଶତକ

ଇନ୍ଦୋର, ୯।୨: ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ସେମିଫାଇନାଲ ବୁଧବାରଠାରୁ ଆରମ୍ଭ ହୋଇଛି। ସୁଦୀପ କୁମାର ଘରାମି ଓ ଅନୁସ୍ତୁପ ମଜୁମଦାରଙ୍କ ଶତକ...

ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍‌: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ଦୁବାଇ, ୧୨।୩(ପି.ଟି.)- ବୁଧବାର ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତର ପଏଣ୍ଟ ୨୬୮ରେ ପହଞ୍ଚତ୍ଥିବାବେଳେ...

Advertisement
Archives

Model This Week