Posted inଖେଳ

ଦୁଇ ବର୍ଷ ଧରି ଖେଳି ନାହାନ୍ତି, ହେଲେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏହି କ୍ରିକେଟରଙ୍କୁ ଖେଳାଇବାକୁ ଦାବି କରୁଛନ୍ତି…

ନୂଆଦିଲ୍ଲୀ,୪।୨: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା। ନିକଟରେ ଅଷ୍ଟ୍ରେଲିଆକୁ ଘରୋଇ ମଇଦାନରେ ପରାଜିତ କରି ଫେରିଥିବା ଭାରତୀୟ ଦଳ ଏହି ସିରିଜ ଖେଳିବାକୁ ପ୍ରସ୍ତୁତ ରହିଛି। ଅଧିନାୟକ ବିରାଟ କୋହଲି ଏହି ସିରିଜରେ ଛୋଟବଡ଼ ପରିବର୍ତ୍ତନ କରିବା ଆଶଙ୍କା କରୁଛନ୍ତି ପ୍ରଶଂସକ। ଏହାକୁ ଦୃଷ୍ଟିରେ ରଖି କ୍ରିକେଟ ପ୍ରଶଂସକ ଜଣେ ଭାରତୀୟ ଖେଳାଳିଙ୍କୁ ଦଳରେ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି। ସେ ହେଲେ କୁଲଦୀପ ଯାଦବ। ଏହି ଭାରତୀୟ ସ୍ପିନର ୨୦୧୯ ଜାନୁୟାରୀରେ ଶେଷ ଥର ପାଇଁ କ୍ରିକେଟ ଖେଳିଥିବା ନଜର ଆସିଥିଲେ। ଏହାପରଠାରୁ ତାଙ୍କୁ ପଡ଼ିଆକୁ ଓହ୍ଲାଇବାକୁ ସୁଯୋଗ ମିଳିନାହିଁ। ଅଷ୍ଟ୍ରେଲିଆ ଗସ୍ତରେ ବି ତାଙ୍କୁ ଦଳରେ ଜାଗା ମିଳିଥିଲେ ହେଁ ଗୋଟିଏ ବି ମ୍ୟାଚ୍‌ ଖେଳିପାରି ନ ଥିଲେ। ହେଲେ ସେ ନେଟ୍ସରେ ଭାରତୀୟ ଖେଳାଳିମାନଙ୍କୁ ସମର୍ଥନ କରିଥିବାକୁ ନେଇ କୋଚ୍‌ଙ୍କ ସହ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ ତାଙ୍କର ପ୍ରଶଂସା କରିଥିଲେ।

କୌଣସି ମଇଦାନ ହୋଇଥାଉନା କାହିଁକି କୂଲଦୀପ ସ୍ପିନ୍‌ କରିବାରେ ମାହିର ବୋଲି କୋହଲି କହିଥାନ୍ତି। ଏଣୁ ଘରୋଇ ସିରିଜରେ ତାଙ୍କୁ ସୁଯୋଗ ଦିଆଯାଇପାରେ। ଇଂଲଣ୍ଡ ବିପକ୍ଷରେ ସେ ଲାଭଦାୟକ ସାବ୍ୟସ୍ତ ହୋଇପାରନ୍ତି। ଏଣୁ ତାଙ୍କୁ ସୁଯୋଗ ଦିଆଯାଉ ବୋଲି ପ୍ରଶଂସକମାନେ ଟୁଇଟ୍‌ କରୁଥିବା ଦେଖାଯାଇଛି।

ଅପରପକ୍ଷେ ଦଳପାଇଁ ଖେଳିବାକୁ ନେଇ ମଧ୍ୟ କୂଲଦୀପ ଆଶା ରଖିଛନ୍ତି। ସେ ଅସଫଳତା ଦେଖିଛନ୍ତି। ଏଣୁ ତାକୁ ଭଲ ଭାବେ ବୁଝନ୍ତି। ଦୁଇବର୍ଷ ପରେ ସେ କ୍ରିକେଟ ଖେଳିଲେ ତାଙ୍କୁ ଡେବ୍ୟୁ ଖେଳିବା ଭଳି ଲାଗିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ନାମରେ ଷ୍ଟାଣ୍ଡ

ନୂଆଦିଲ୍ଲୀ,୧୩।୯(ପି.ଟି.): ନୂଆ କରି ନାମିତ ହୋଇଥିବା ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଡିଡିସିଏ ଏକ ନୂଆ ପ୍ୟାଭିଲିୟନ ଷ୍ଟାଣ୍ଡ ଉନ୍ମୋଚନ କରିଥିଲା। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ...

ମହିଳା କ୍ରିକେଟ: ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ମାର୍ଚ୍ଚ ୭ରୁ

ନୂଆଦିଲ୍ଲୀ, ୨୩ା୨ (ପି.ଟି.)- ମାର୍ଚ୍ଚ ୭ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ମଧ୍ୟରେ ୮ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବାର ଯୋଜନା...

ପ୍ରମୋଦ ‘ସ୍ପୋଟର୍‌ସମ୍ୟାନ ଅଫ ଦି ଇୟର’

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ପାରାସ୍ପୋଟର୍‌ସ ତାରକା ପ୍ରମୋଦ ଭଗତ କ୍ୟାରିୟରରେ ଆଉ ଏକ ସ୍ମରଣୀୟ ସ୍ବୃତି ଲାଭ କରିଛନ୍ତି। ସୋମବାର ସେ ସ୍ପୋଟର୍‌ସଷ୍ଟାର ଏସେସ୍‌...

ମହିଳା ଫୁଟ୍‌ବଲ: କ୍ରମାଗତ ୫ ଅଲିମ୍ପିକ୍ସରେ ଗୋଲ ସ୍କୋର କଲେ ମାର୍ଟା

ରିଫୁ, ୨୨ା୭ (ଏପି)- ଅଲିମ୍ପିକ୍ସ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ବୁଧବାର ବ୍ରାଜିଲ ୫-୦ ଗୋଲରେ ଚାଇନାକୁ ପରାସ୍ତ କରିଛି। ବିଶ୍ୱ ର଼୍ୟାଙ୍କିଙ୍ଗରେ ୭...

କୋରାନା ନେଲା କିମ୍ବଦନ୍ତୀ ଫୁଟବଲଙ୍କ ଜୀବନ

ଲଣ୍ଡନ,୨୬।୩- ମାରାତ୍ମକ କରୋନା ଭାଇରସ ଯୋଗୁ ସୋମାଲିଆର କିମ୍ବଦନ୍ତୀ ଫୁଟବଲ ଖେଳାଳି ଅବଦୁଲକାଦିର ମହମ୍ମଦ ଫାରାଙ୍କ ମୃତ୍ୟୁ ଘଟିଛି। ଏ ନେଇ କନଫେଡେରେଶନ ଅଫ୍‌ ଆଫ୍ରିକାନ...

କ’ଣ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଋତୁରାଜ? ସିଏସ୍‌କେ ବ୍ୟାଟ୍ସମ୍ୟାନ୍‌ ଦେଲେ କିଛି ଏଭଳି…

ନୂଆଦିଲ୍ଲୀ,୧୬।୫: କ୍ରିକେଟର-ଅଭିନେତ୍ରୀଙ୍କ ମଧ୍ୟରେ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ସେଥିରୁ କିଛି ବିବାହ ପର୍ଯ୍ୟନ୍ତ ଯାଇଥିବା ବେଳେ କିଛି ଗୁଜବ ବୋଲି...

ଆଇପିଏଲ୍‌ରୁ ଓହରିଲେ ହରଭଜନ

ନୂଆଦିଲ୍ଲୀ, ୫ା୯(ପି.ଟି.)-ସିନିୟର ଅଫ୍‌ସ୍ପିନର ହରଭଜନ ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରି ଯାଇଛନ୍ତି। ସେ ତାଙ୍କ ନିଷ୍ପତ୍ତି...

କ୍ୱାର୍ଟର ଫାଇନାଲରେ ନାଗାଲ

ପ୍ରାଗ୍‌(ଚେକ୍‌ ରିପବ୍ଲିକ), ୨୦।୮(ପି.ଟି.)- ଭାରତର ଶୀର୍ଷସ୍ଥାନୀୟ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ପ୍ରାଗ୍‌ ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

Advertisement
Archives

Model This Week