ସରକାରୀ ଟୁଇଟର ଆକାଉଣ୍ଟରେ ଦେଖାଗଲାଣି ଗ୍ରେ ଟିକ, ମୋଦିଙ୍କ ସମେତ ବିଶ୍ୱର ବଡ ବଡ ନେତାଙ୍କ ବଦଳିଲା ମାର୍କ

ଲସ ଆଞ୍ଜେଲସ,୨୦ ।୧୨: ଟୁଇଟରର ନୂଆ ଭେରିଫିକେଶନ ପ୍ରଣାଳୀର ରଙ୍ଗ ଏବେ ସାଇଟରେ ନଜର ଆସିଲାଣି । ସରକାରୀ ଅଧିକାରୀ ଓ ସଙ୍ଗଠନ ଏବେ ମାଇକ୍ରୋବ୍ଲଗିଂ ସାଇଟରେ ସେମାନଙ୍କ ନାଁ ସହ ଗ୍ରେ କଲର ଟିକ୍ ସହିତ ଦୃଶ୍ୟ ହେଉଛନ୍ତି । ପୂର୍ବରୁ ବି କିଛି ପ୍ରୋଫାଇଲରେ ଏଭଳି ପରିବର୍ତ୍ତନ ଦେଖାଦେଇ ସାରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବିଶ୍ୱର ଅନେକେ ରାଜନେତାଙ୍କ ଟୁଇଟର ପ୍ରୋଫାଇଲରେ ଗ୍ରେ ଟିକ ନଜର ଆସିଛି । ଯଦିଓ ଏହା ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇ ନାହିଁ, କେତେକ ରାଜନେତାଙ୍କ ପ୍ରୋଫାଇଲ ଏବେବି ପୁରୁଣା ନୀଳ ରଙ୍ଗର ଟିକ ସହ ନଜର ଆସିଛି ।
ଏହାପୂର୍ବରୁ ଟୁଇଟର ସିଇଓ ଏଲନ ମସ୍କ ତାଙ୍କର ନୂତନ ଯାଞ୍ଚ ବ୍ୟବସ୍ଥା ଘୋଷଣା କରିବାକୁ ମାଇକ୍ରୋବ୍ଲଗିଂ ସାଇଟର ସାହାରା ନେଇଥିଲେ । ସେ ଟୁଇଟ କରିଥିଲେ ଯେ ବିଳମ୍ବ ପାଇଁ ଦୁଃଖିତ, ଆସନ୍ତା ସପ୍ତାହରେ ଶୁକ୍ରବାର ଯାଞ୍ଚ ବ୍ୟବସ୍ଥା ଆରମ୍ଭ କରୁଛୁ । କମ୍ପାନୀ ଗୁଡିକ ପାଇଁ ଗୋଲଡେନ ଟିକ, ସରକାରଙ୍କ ପାଇଁ ଗ୍ରେ ଟିକ, ସାଧାରଣ ଜନତାଙ୍କ ପାଇଁ ବ୍ଲୁ ଟିକ ଓ ସମସ୍ତ ଯାଞ୍ଚ ହୋଇଥିବା ଆକାଉଣ୍ଟ ଗୁଡିକ ମାନୁଆଲ ପ୍ରମାଣିକରଣ ହେବ । ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ଉପଯୋଗ ସମ୍ପର୍କରେ ସେ ଟୁଇଟ କରିଥିଲେ । ହେଲେ ନିକଟରେ ସେ ଏହାର ସବିଶେଷ ତଥ୍ୟ ଦେଇଥିଲେ । ସମସ୍ତ ଯାଞ୍ଚ ହୋଇଥିବା ବ୍ୟକ୍ତିଗତ ୟୁଜର୍ସଙ୍କ ନିକଟରେ କେବଳ ବ୍ଲୁ ଟିକ ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri