ଭାରତକୁ ଟୁଇଟର ଦେଲା ୧୧୦ କୋଟି

ଓ୍ବାଶିଂଟନ୍‌, ୧୨ା୫: କରୋନା ମୁକାବିଲାରେ ଭାରତକୁ ସହାୟତା କରିବାକୁ ୧୫ ମିଲିୟନ ଆମେରିକୀୟ ଡଲାର(ପ୍ରାୟ ୧୧୦,୨୨,୧୭,୨୫୦ ଟଙ୍କା) ଦାନ କରିଛି ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର। ଏ ନେଇ ଟୁଇଟର ସିଇଓ ଜ୍ୟାକ୍‌ ପାଟ୍ରିକ୍‌ ଡୋର୍‌ସେ ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ୩ ବେସରକାରୀ ସଂସ୍ଥା କେୟାର, ଆସୋସିଏଶନ୍‌ ଫର୍‌ ଇଣ୍ଡିଆସ୍‌ ଡେଭଲପମେଣ୍ଟ (ଏଡ୍‌ ଇଣ୍ଡିଆ) ଏବଂ ସେବା ଇଣ୍ଟରନ୍ୟାଶନାଲ ୟୁଏସ୍‌ଏକୁ ଏହି ଟଙ୍କା ପ୍ରଦାନ କରିଥିବା ସେ କହିଛନ୍ତି। କେୟାରକୁ ୭୩.୪୪ କୋଟି ଏବଂ ଏଡ୍‌ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାଶନାଲ ୟୁଏସ୍‌ଏକୁ ୧୮.୩୬ କୋଟି ଲେଖାଏଁ ସହାୟତା ଦେଇଛି ଟୁଇଟର। ସାନ୍‌ ଫ୍ରାନ୍ସିସ୍‌କୋରେ ଥିବା ହିନ୍ଦୁ ସଙ୍ଗଠନ ସେବା ଇଣ୍ଟରନ୍ୟାଶନାଲ ଏହି ଅର୍ଥକୁ ଭାରତରେ କୋଭିଡ୍‌ ମୁକାବିଲା ନିମନ୍ତେ ଆବଶ୍ୟକ ଭେଣ୍ଟିଲେଟର, ବେଡ୍‌ ସହ ଅନ୍ୟାନ୍ୟ ଚିକିତ୍ସା ଉପକରଣ ବିଭିନ୍ନ ହସ୍ପିଟାଲକୁ ପ୍ରଦାନ କରାଯିବ ବୋଲି ଏକ ବିବୃତିରେ କହିଛି। ସେହିପରି ଅତ୍ୟାବଶ୍ୟକ ମେଡିକାଲ ଉପକରଣ, ଅକ୍ସିଜେନ, ସ୍ବାସ୍ଥ୍ୟକର୍ମୀଙ୍କ ନିମନ୍ତେ ପିପିଇ କିଟ୍‌, ଦୁର୍ବଳ ବର୍ଗର ଲୋକଙ୍କୁ ଚିକିତ୍ସା ପ୍ରଦାନ ଆଦି ସହାୟତା ଭାରତକୁ ଦିଆଯିବା ନିମନ୍ତେ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି କେୟାର ଏବଂ ଏଡ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ବିଶ୍ୱଯୁଦ୍ଧରେ ଶହୀଦ ଭାରତୀୟ ଯବାନଙ୍କୁ ଫ୍ରାନ୍ସରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ପ୍ୟାରିସ,୬।୧୦: ଭାରତ ଓ ଫ୍ରାନ୍ସ ରବିବାର ସେହି ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଯେଉଁମାନେ ପ୍ରଥମ ବିଶ୍ୱଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଫ୍ରାନ୍ସରେ ଥିବା ଭାରତୀୟ...

କଟକରୁ ୮୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୧୨।୮-କଟକ ସହରରୁ ବୁଧବାର ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନରୁ ୨୪ ଜଣ, କ୍ୱାରାଣ୍ଟାଇନରୁ ୪୦ ଜଣ ଆକ୍ରାନ୍ତ...

ଏଲନ ମସ୍କ ଲଞ୍ଚ କରିପାରନ୍ତି ନୂଆ ସୋସିଆଲ ମିଡିଆ ଫ୍ଲାଟଫର୍ମ, ଟୁଇଟ କରି ଦେଲେ ସଙ୍କେତ

ଓଟାୱା,୨୭ ।୩: ସୋସିଆଲ ମିଡିଆକୁ ବେଶି ଭଲପାଇଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ଏମାନଙ୍କୁ ଆଉ ଏକ ପ୍ଲାଟଫର୍ମ ମିଳିପାରେ ।...

ସୁରଟରେ ଅଟକିଛନ୍ତି ଶତାଧିକ ଓଡ଼ିଆ

ଆଠମଲ୍ଲିକ/ଛେଣ୍ଡିପଦା,  ୨୯।୩(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ଅନୁଗୋଳ ଜିଲା ଆଠମଲ୍ଲିକ ଓ ଛେଣ୍ତିପଦା ବ୍ଲକର ଶତାଧିକ ଦାଦନ ସୁରଟରେ ଫସି ରହିଛନ୍ତି। ଟଙ୍କା ଅଭାବରୁ ସେମାନେ...

ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ଉପର ମୁହାଁ…

ନୂଆଦିଲ୍ଲୀ,୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କଲେ ବିଡିଓ

ଶେରଗଡ଼,୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅଲାରିଗଡ଼ ପଞ୍ଚାୟତର ନିର୍ମାଣ ଶ୍ରମିକଙ୍କୁ ବିଡିଓ ସୁରଞ୍ଜନ କୁମାର ସାହୁ ବୁଧବାର ସହାୟତା ରାଶି ପ୍ରଦାନ ଆରମ୍ଭ କରିଛନ୍ତି।...

୧୧୫୭ ପ୍ରବାସୀଙ୍କ ମଧ୍ୟରୁ ୫୮ କରୋନା ନେଗେଟିଭ୍‌

କେନ୍ଦ୍ରାପଡ଼ା ଅଫିସ, ୬ା୫: ଗତ ୪ ତାରିଖରୁ ଅଦ୍ୟାବଧି ୧୧୫୭ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କଠାରୁ ସଂଗୃହୀତ ସ୍ବାବ୍‌ ଟେଷ୍ଟିଂ ପରେ ୫୮ ଜଣ କରୋନା...

କାହାକୁ କେଉଁ ଟିକା ଦିଆଯିବ ସରକାର ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏବେ ଦେଶରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକା ଉପଲବ୍ଧ...

Advertisement
Archives

Model This Week