Posted inଜାତୀୟ

ନୂଆ ଆଇଟି ନିୟମ ମାନୁନାହିଁ ଟୁଇଟର

ନୂଆଦିଲ୍ଲୀ, ୨୯।୫: ପ୍ରିଭେସିକୁ ନେଇ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଶୁକ୍ରବାର ଭିନ୍ନ ମୋଡ଼ ନେଇଛି। ଦେଶର ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ସରକାରଙ୍କ ନୂଆ ଆଇଟି ନିୟମକୁ ଅନୁପାଳନ କରିଥିବାବେଳେ ଟୁଇଟର ଏପର୍ଯ୍ୟନ୍ତ ଏହାକୁ ମାନିନାହିଁ। ନୂଆ ନିୟମ ଅନୁଯାୟୀ ଟୁଇଟର ଜଣେ ସ୍ଥାନୀୟ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି, ଯିଏକି ଗ୍ରିଭାନ୍ସ ଅଫିସର ଭାବେ କାର୍ଯ୍ୟ କରିବେ ବୋଲି ସରକାରଙ୍କୁ ଜଣାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏକ ଆଇନ ଫାର୍ମରେ କାର୍ଯ୍ୟରତ ଜଣେ ଓକିଲଙ୍କୁ ଟୁଇଟର ଏହାର ନୋଡାଲ ତଥା ଗ୍ରିଭାନ୍ସ ଅଫିସର ଭାବେ ନିଯୁକ୍ତି ଦେଇଛି। ସୂଚନା ପ୍ରଯୁକ୍ତି ବିଦ୍ୟା (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ) ରୁଲ୍ସ, ୨୦୨୧ ଅନୁଯାୟୀ ସମ୍ପୃକ୍ତ ଅଧିକାରୀ ଜଣକ ଭାରତର ବାସିନ୍ଦା ଓ କମ୍ପାନୀର ଜଣେ କର୍ମଚାରୀ ହେବା ଆବଶ୍ୟକ। ତେବେ ଟୁଇଟରର ଏହି ପଦକ୍ଷେପକୁ କେନ୍ଦ୍ର ନିୟମର ସମ୍ପୂର୍ଣ୍ଣ ଅନୁପାଳନ ବୋଲି ବିଚାର କରିନାହିଁ। କାରଣ କୁ, ଶେୟାରଚାର୍ଟ, ଟେଲିଗ୍ରାମ, ଲିଙ୍କଡ୍‌ଇନ୍‌, ଗୁଗଲ, ଫେସ୍‌ବୁକ୍‌ ଓ ହ୍ବାଟ୍ସଆପ୍‌ ଭଳି ଅଧିକାଂଶ ପ୍ଲାଟଫର୍ମ ନିଜ ନିଜ ନୋଡାଲ ଓ ଗ୍ରିଭାନ୍ସ ଅଧିକାରୀମାନଙ୍କ ଆବଶ୍ୟକ ବିବରଣୀ ଶେୟାର କରି ନିୟମ ଅନୁପାଳନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଟୁଇଟର କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶହ କିଲୋଗ୍ରାମ୍‌ ଆମ୍ବରେ ହେଲା ବାଲାଜୀଙ୍କ ଆମ୍ରାଭିଷେକ

ଇନ୍ଦୋର,୮।୬: ମଧ୍ୟପ୍ରଦେଶ ଇନ୍ଦାରଠାରେ ଥିବା ତିରୁପତି ବାଲାଜୀଙ୍କ ମନ୍ଦିରରେ କରାଯାଇଛି ଏକ ସ୍ବତନ୍ତ୍ର ଅଭିଷେକ। ୫ କିଲୋଗ୍ରାମ୍‌ ଅମ୍ବରେ ଭଗବାନ ବାଲାଜୀଙ୍କ ଆମ୍ରାଭିଷେକ ହୋଇଛି। ଅତ୍ୟଧିକ...

ଟାଇମ୍‌ ପ୍ରଭାବଶାଳୀ ନେତାଙ୍କ ତାଲିକାରେ ମୋଦି

ନୂଆଦିଲ୍ଲୀ, ୨୩।୯: ଟାଇମ୍‌ ମାଗାଜିନ୍‌ର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ୨୦୨୦ରେ ପୃଥିବୀର ଶହେ ଜଣ ପ୍ରଭାବଶାଳୀ ନେତାଙ୍କ...

ନିଜ ଓଜନର ରୁପା ଦାନ କଲେ ଭାଜପା ନେତା: ବଣ୍ଟାଗଲା ୧୦୧ କିଲୋଗ୍ରାମ୍‌ ରୁପା

ସୁରଟ,୯।୧୧: ଗୁଜରାଟର ରାଜ୍ୟ ଭାଜପା ଅଧ୍ୟକ୍ଷ ସି.ଆର୍‌. ପାଟିଲ ନିଜ ଓଜନର ରୁପା ଦାନ କରିଛନ୍ତି। ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ...

ଆମ ପାଇଁ ପାକିସ୍ତାନରେ ନିର୍ବାଚନ ଜିତିବା ସହଜ ହେବ, କାହିଁକି ଏମିତି କହିଥିଲେ ଅଟଳ ବିହାରୀ ବାଜପେୟୀ

ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡିଛି। ଭାରତ ସହ କେଉଁପଟେ ରାଗ ସୁଝାଇବ ତାହା ଚିନ୍ତା କରୁଛି ପାକିସ୍ତାନ। କିନ୍ତୁ...

ଭାଜପାରେ ଯୋଗ ଦେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

ଆଲିଗଡ,୮।୭: ଭାରତୀୟ ଜନତା ପାର୍ଟି ଏବେ ତା’ର ସଦସ୍ୟତା ଯୋଗାଡ କରିବା ଅଭିଯାନ ଚଳାଇଛି। ତେଣୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବେ ଭାଜପାରେ...

ମୋବାଇଲ୍‌ ଚାର୍ଜରେ ବସାଇ କଥା ହେଉଥିଲେ ମହିଳା, ଘଟିଲା ଏମିତି

ଚେନ୍ନାଇ,୧୧।୮: ତାମିଲନାଡୁରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ ଫାଟି ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ୨୯...

ଭେଣ୍ଟିଲେଟରରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନ

ଲକ୍ଷ୍ନୌ, ୧୫।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଚେତନ ଚୌହାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। କରୋନା...

କଶ୍ମୀରରୁ କନ୍ୟାକୁମାରୀ: ୮ ଦିନରେ ସାଇକେଲ୍‌ରେ ୩୬ ହଜାର କିମି

ବେଙ୍ଗାଲୁରୁ,୨।୧୧: କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କମ୍‌ ସମୟରେ ସାଇକେଲ ଯାତ୍ରା କରି ଲ୍ୟୁଟ୍‌ନାଟ୍‌ କଲୋନେଲ୍‌ ଭାରତ ପାନ୍ନୁ ଗିନିଜ୍‌ ରେକର୍ଡ କରିଛନ୍ତି। ସେ ଧାର୍ଯ୍ୟ ୩୬...

Advertisement


Archives

Model This Week