Posted inଜାତୀୟ

କେନ୍ଦ୍ରକୁ ଟୁଇଟର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୬ା୭:ଟୁଇଟରରୁ କଣ୍ଟେଣ୍ଟ ହଟାଇବା ପାଇଁ ଗତବର୍ଷ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶକୁ ଏହି ସୋସିଆଲ ମିଡିଆ କମ୍ପାନୀ ମଙ୍ଗଳବାର କର୍ନାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ୨୦୨୧ରେ କେନ୍ଦ୍ର ଟୁଇଟର, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରୁ କେତେକ କଣ୍ଟେଣ୍ଟ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତହିଁରୁ କେତେକ ପୋଷ୍ଟ କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲାରେ ବିଫଳତା, କେନ୍ଦ୍ରର ୩ କୃଷି ଆଇନ ଉଚ୍ଛେଦ ଦାବିରେ ଚାଷୀ ଆନ୍ଦୋଳନ ଏବଂ ଖଲିସ୍ତାନ ପ୍ରତିଷ୍ଠା ସମ୍ପର୍କରେ ରହିଥିଲା। ଯେଉଁ ଲୋକଙ୍କ ଆକାଉଣ୍ଟଗୁଡ଼ିକରେ ପ୍ରକାଶିତ ପୋଷ୍ଟକୁ ହଟାଇଦେବା ପାଇଁ କୁହାଯାଇଥିଲା, ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ମୁଖପାତ୍ର ପବନ ଖେରା ଅନ୍ତର୍ଭୁକ୍ତ।
ପକ୍ଷରୁ ଗତବର୍ଷ ଜାନୁୟାରୀ ଓ ଏପ୍ରିଲରେ ନୋଟିସ୍‌ ଜାରି କରାଯାଇଥିଲା। ସମ୍ପୃକ୍ତ ଟୁଇଟ୍‌ଗୁଡ଼ିକୁ ହଟା ନ ଗଲେ ଏହି ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେତେବେଳେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏପରି କି ଆଦେଶ ଉଲ୍ଲଂଘନ ବା ଅବଜ୍ଞା କଲେ କମ୍ପାନୀର ଚିଫ୍‌ କମ୍ପ୍ଲିଆନ୍‌ ଅଥରିଟି (ମୁଖ୍ୟ ଅନୁପାଳନ ଅଧିକାରୀ)ଙ୍କ ବିରୋଧରେ ମଧ୍ୟ ଆପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର କହିଥିଲା। ଟୁଇଟର ସେହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କର୍ନାଟକ ହାଇକୋର୍ଟରେ ପିଟିଶନ ଦାଖଲ କରିଛି। କଣ୍ଟେଣ୍ଟ ବ୍ଲକ୍‌ କରିବା ନେଇ ନିର୍ଦ୍ଦେଶନାମା ଆଇଟି ଆଇନର ଧାରା ୬୯ଏଠାରୁ ଭିନ୍ନ ବୋଲି ଟୁଇଟର ଏଥିରେ ଦର୍ଶାଇଛି।
ଲ୍ଲେଖଯୋଗ୍ୟ, ଆଇଟି ଆକ୍ଟର ଧାରା ୬୯ଏ ଅନୁଯାୟୀ ଯଦି କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବା ଆକାଉଣ୍ଟରେ ସାମାଜିକ ବ୍ୟବସ୍ଥାକୁ ବିଗାଡ଼ିବା ଭଳି କିମ୍ବା ଭାରତର ସାର୍ବଭୌମତ୍ୱ ତଥା ଅଖଣ୍ଡତା ପ୍ରତି ବିପଦ ସୃଷ୍ଟିକାରୀ ପୋଷ୍ଟ କରାଯାଇଥିବ, ତେବେ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ। କେନ୍ଦ୍ର ସମେତ କେତେକ ରାଜ୍ୟ ସରକାରଙ୍କ ମଧ୍ୟ ଟୁଇଟର ସହ ମତଭେଦ ଦେଖିବାକୁ ମିଳିଛି।
ପ୍ରଦେଶରେ ଗତବର୍ଷ ଏକ ଭିଡିଓ ବହୁଳ ପ୍ରସାରିତ ହୋଇଥିଲା। ମୁସଲମାନ ସମ୍ପ୍ରଦାୟର ଜଣେ ବରିଷ୍ଠ ନାଗରିକଙ୍କୁ ଦାଢ଼ି କାଟିବା ଏବଂ ବନ୍ଦେ ମାତରମ୍‌ ଓ ଜୟ ଶ୍ରରାମ କହିବାକୁ ବାଧ୍ୟ କରାଯାଇଥିବା ଦୃଶ୍ୟ ଏଥିରେ ଦେଖିବାକୁ ମିଳିଥିଲା। ଯାଞ୍ଚ ପରେ ଉକ୍ତ ଭିଡିଓ ଫେକ୍‌ ବୋଲି ଜଣାପଡ଼ିଥିଲା। ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ନିଜ ଅଭିଯୋଗରୁ ଓହରିଯାଇଥିଲେ। ଏହା ପରେ ୟୁପି ପୋଲିସ ପକ୍ଷରୁ ଟୁଇଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଅପରାଧ ଦଣ୍ଡ ସଂହିତା (ସିଆର୍‌ପିସି) ଧାରା ୪୧ଏ ଅନୁସାରେ ନୋଟିସ୍‌ ଜାରି କରାଯାଇଥିଲା। ସେତେବେଳେ ମାହେଶ୍ୱରୀ କର୍ନାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅନ୍ତରୀଣ ଜାମିନ ଆବେଦନ କରି ତାହା ପାଇଥିଲେ। ଏହା ପରେ ୟୁପି ସରକାର ତାଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯାହାକି ଅଦ୍ୟାବଧି ବିଚାରାଧୀନ ରହିଛି। ଟୁଇଟରର ସଦ୍ୟ ଆଇନଗତ ପଦକ୍ଷେପ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?