ଟୁଇଟର୍‌ ପୁଣି ଆରମ୍ଭ କଲା ‘ବ୍ଲୁ ଟିକ୍‌ ଭେରିଫିକେଶନ୍‌’ ପ୍ରକ୍ରିୟା: ଜାଣନ୍ତୁ କିଭଳି ପାଇବେ…

ନୂଆଦିଲ୍ଲୀ,୨୨।୧: ବ୍ଲୁ ଟିକ୍‌ ଦେବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ଭେରିଫିକେଶନ ପ୍ରକ୍ରିୟା ଆରମ୍ଭ କରିଛି। ୨୦୧୭ରେ ଏହି ସେବାକୁ କମ୍ପାନୀ ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ହେଲେ ଏବେ ପୁନର୍ବାର ଏହା କରାଯାଇପାରିବ। ଟୁଇଟର କହିଛି, କମ୍ପାନୀ କେବଳ ବର୍ତ୍ତମାନ ସମୟରେ ଆକ୍ଟିଭ୍‌ ଥିବା ଏବଂ ସମାଜରେ ପରିଚୟ ସୃଷ୍ଟି କରିଥିବା ଆକାଉଣ୍ଟଧାରୀଙ୍କୁ ଏହି ସୁଯୋଗ ଦେବ। ସେମାନେ ଯେପରି ଅଧିକରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିପାରୁଥିବେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଟୁଇଟର ଛଅ ପ୍ରକାର ଆକାଉଣ୍ଟ ଭେରିଫିକେଶନ କରିବ। ସେଥିରେ ସରକାରୀ ବିଭାଗ, ବ୍ରାଣ୍ଡ, ନନ୍‌ ପ୍ରଫିଟ୍‌ ଅର୍ଗାନାଇଜେଶନ୍‌, ନ୍ୟୁଜ୍‌, ମନୋରଞ୍ଜନ, ଖେଳଜଗତର ସେଲିବ୍ରିଟି, ଅର୍ଗାନାଇଜର ସାମିଲ ରହିବେ। ନିର୍ଦ୍ଧାରିତ ସୀମାଠାରୁ ଅଧିକ ଫଲୋଅର୍‌ ଥିବା ଆକାଉଣ୍ଟକୁ ମଧ୍ୟ ଭେରିଫାଏ କରାଯିବ ବୋଲି କମ୍ପାନୀ କହିଛି।

କିଛି ଚର୍ଚ୍ଚିତ ଚେହେରା ଦୁନିଆରୁ ବିଦାୟ ନେଇଥିଲେ ହେଁ ତାଙ୍କ ଆକାଉଣ୍ଟ ପୂର୍ବଭଳି ରହିଛି। ଏଣୁ ସେଗୁଡିକରୁ ବ୍ଲୁ ଟିକ୍‌ ହଟାଯାଇପାରେ ବୋଲି କୁହଯାଉଛି। ଏହାଛଡ଼ା କମ୍ପାନୀ ନିୟମ ଉଲ୍ଲଂଘନ କରୁଥିବା କିଛି ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମଧ୍ୟ ହଟାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରିୟଲ ଇଷ୍ଟେଟ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁ ନିର୍ମାଣ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ଜାରି ରହିଛି। ଏହି ସମସ୍ୟା ସମାଧାନ କରିବା ଲାଗି ରାଜ୍ୟ...

ଦରମା ନ ପାଇ ଜେଟ୍‌ କର୍ମଚାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୮-୪: ଜେଟ୍‌ ଏୟାରଓ୍ବେଜର ଜଣେ ସିନିୟର ଟେକ୍ନିସିଆନ ଦରମା ନ ପାଇବା କାରଣରୁ ଆତ୍ମହତ୍ୟା  କରିଛନ୍ତି। ମହାରାଷ୍ଟ୍ରର ପାଲଘର ଜିଲାର ୪୫ ବର୍ଷୀୟ ଶୈଳେଶ ସିଂହଙ୍କୁ...

କଳାଧନ ନେଇ ୫୦ ଭାରତୀୟଙ୍କୁ ନୋଟିସ ଦେଲା ସୁଇଜରଲାଣ୍ଡ

ନୂଆଦିଲ୍ଲୀ,୧୭-୬: ସ୍ବିସ୍‌ ବ୍ୟାଙ୍କରେ ଅଘୋଷିତ ଅର୍ଥ(କଳାଧନ) ଲୁଚାଇ ରଖିଥିବା ଭାରତୀୟଙ୍କ ବିରୋଧରେ ଉଭୟ ସ୍ବିଜରଲାଣ୍ଡ ଏବଂ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ସ୍ବିଜରଲାଣ୍ଡ...

ଭାରତକୁ ରେମିଟାନ୍ସ କମିବ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଯୋଗୁ ଏବେ ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିଛି। ଫଳରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ରେମିଟାନ୍ସ (ପ୍ରେରିତ ଅର୍ଥ) ୨୩% କମିବ ବୋଲି...

ନୀତି ଆୟୋଗର ଏସ୍‌ଡିଜି ସୂଚକାଙ୍କ: ଶୀର୍ଷରେ କେରଳ, ସର୍ବାଧିକ ଉନ୍ନତିରେ ଓଡ଼ିଶା

ନୂଆଦିଲ୍ଲୀ,୩୧-୧୨: ସରକାରଙ୍କ ଥିଙ୍କ୍‌ ଟ୍ୟାଙ୍କ ନୀତି ଆୟୋଗର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ସୋମବାର ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କରେ କେରଳ ଶୀର୍ଷ ସ୍ଥାନରେ...

୨୬ରେ ଶ୍ରମିକ ସଙ୍ଗଠନଗୁଡିକର ଧର୍ମଘଟ

ନୂଆଦିଲ୍ଲୀ: ଦେଶର ୧୦ ଶ୍ରମିକ ସଙ୍ଗଠନଗୁଡିକ ପକ୍ଷରୁ ଚଳିତ ମାସ ୨୬ରେ ଧର୍ମଘଟ ଡାକରା ଦିଆଯାଇଛି। ଏ ନେଇ ସଙ୍ଗଠନଗୁଡିକ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।...

ବାଲାଜୀ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଫର୍ନିଚର ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବାଲାଜୀ ଗ୍ରୁପ୍‌ର ମଲ୍‌ଟି ବ୍ରାଣ୍ଡ୍‌ ଷ୍ଟୋର ‘ବାଲାଜି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଫର୍ନିଚର’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ବୁଧବାର ଆନୁଷ୍ଠାନିକ...

୫୬ କର୍ମଚାରୀଙ୍କୁ ଛଟେଇ କଲା ଓ୍ବାଲ୍‌ମାର୍ଟ

ନୂଆଦିଲ୍ଲୀ,୧୪-୧: ବିଶ୍ୱର ସର୍ବବୃହତ୍ତ ରିଟେଲର ଓ୍ବାଲମାର୍ଟ ଇଙ୍କ ଭାରତରେ କାର୍ଯ୍ୟରତ ଏହାର ୫୬ ଏକଜିକ୍ୟୁଟିଭଙ୍କୁ ଛଟେଇ କରି ଦେଇଛି। ବ୍ୟବସାୟ ପୁନର୍ଗଠନ ଯୋଜନା ମୁତାବକ କମ୍ପାନୀ...

Advertisement
Archives

Model This Week