ଭିନ୍ନମୋଡ଼ରେ ମୋରଡ଼ା ରାଜନୀତି, ବିଧାୟକ ଛାନିଆ

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଜିଲା ତଥା ରାଜ୍ୟ ରାଜନୀତିରେ ଏହା ଗୁରୁତ୍ୱ ବହନ କରେ। ନିର୍ବାଚନମଣ୍ଡଳୀ ଗଠନ ହେବାଠାରୁ ଏହା ବିଜେଡିର ଗଡ଼ ହୋଇ ରହିଆସିଥିବା ବେଳେ ୨୦୧୯ରେ ବିଜେଡି ଶରଣରେ ପଶି ପ୍ରଥମଥର ପାଇଁ ରାଜକିଶୋର ଦାସ ବିଧାୟକ ହୋଇଥିଲେ ସତ କିନ୍ତୁ ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ତେବେ ବିଗତ ୫ ବର୍ଷ ମଧ୍ୟରେ ଅଞ୍ଚଳର ବହୁ ସମସ୍ୟାକୁ ଉପସ୍ଥାପନା ତଥା ସମାଧାନ କରି ପାରି ନ ଥିବା ନିର୍ବାଚନମଣ୍ଡଳୀର ଭୋଟର କହୁଛନ୍ତି। ସେଥିପାଇଁ ଏଥର କୌଣସି ଦଳ ନୁହେଁ ବରଂ ଲୋକଙ୍କ ପାଇଁ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମର୍ଥନ ଦେବେ ବୋଲି ଭୋଟରମାନେ କହିଛନ୍ତି।
୨୦୧୯ ନିର୍ବାଚନ ପୂର୍ବରୁ ଭାଜପାରେ ଥିବା ରାଜକିଶୋର ଦାସ୍‌ ହଠାତ ଦଳ ବଦଳ କରି ବିଜେଡି ଟିକେଟରେ ଲଢ଼ି ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ। ସ୍ଥାନୀୟ ବିଜେଡି ସଂଗଠନ ଜଣେ ଆଗ ଧାଡିର ନେତୃତ୍ୱ ପାଇ ଶ୍ରୀ ଦାସଙ୍କୁ କୋଳେଇ ନେଇଥିଲା। ତେବେ ଦଳୀୟ କର୍ମୀମାନଙ୍କର ସେ ଆସ୍ଥା ଭାଜନ ହୋଇପାରି ନ ଥିବା କୁହାଯାଉଛି। ବହୁ ବର୍ଷ ଧରି ବିଜେଡି ସହିତ ଜଡ଼ିତ ଥିବା ତଥା ତୃଣମୂଳ ସ୍ତରର କର୍ମୀ ଅଣଦେଖା ହେଉଥିବା ଏବଂ ଶ୍ରୀ ଦାସ କେବଳ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହିତ ରହି ସେ ପରିଚାଳିତ ହେଉଥିବାର ସାଧାରଣରେ ଆଲୋଚନା ହେଉଛି। ତେଣୁ ଆଗାମୀ ନିର୍ବାଚନ ଶ୍ରୀ ଦାସଙ୍କ ପାଇଁ କଷ୍ଟସାଧ୍ୟ ହେବ ବୋଲି ଜଣାପଡୁଛି। ଫଳରେ ଦଳ ତାଙ୍କ ଉପରେ ଭରସା ରଖି ପୁନର୍ବାର ଟିକେଟ ଦେବ ନା ନାହିଁ ତାହା ଅସ୍ପଷ୍ଟ ହୋଇରହିଛି।
ସେପଟେ ଏବେଠୁ ରାଜୁଙ୍କ ପ୍ରତି ବିଦ୍ରୋହର ସୁଅ ଛୁଟୁଥିବାର ଦେଖିବାକୁ ମିଳିଲାଣି। ବିଜେଡି ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ ବିଧାୟକ ଶ୍ରୀ ଦାସଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ସ୍ଥାନୀୟ ଅଞ୍ଚଳବାସୀଙ୍କ ସୁବିଧା ଅସୁବିଧାରେ ସାମିଲ ହେଉନାହାନ୍ତି ବିଧାୟକ, ତେଣୁ ଅଞ୍ଚଳବାସୀ ମୋରଡ଼ାର ବିକାଶକୁ ଆଗକୁ ନେବା ପାଇଁ ଆଗାମୀ ଦିନରେ ତାଙ୍କ ନେତୃତ୍ୱକୁ ପସନ୍ଦ କରୁଛନ୍ତି।
ସେହିପରି ଅଳ୍ପ କିଛି ଦିନ ହେବ ବିଜେଡି ଛାଡିଥିବା ବରିଷ୍ଠ ନେତା ତଥା ଆଶାୟୀ ବିଧାୟକ ପ୍ରାର୍ଥୀ ସମୀର ରାଜ ମଧ୍ୟ ରାଜକିଶୋରଙ୍କ ଉପରେ ବର୍ଷିଛନ୍ତି। ସରକାରୀ ଯୋଜନାର ଉନ୍ନତିମୂଳକ କାର୍ଯ୍ୟ ଚାଲିଛି କିନ୍ତୁ ମୋରଡାର ବିକାଶ ପାଇଁ ବିଧାୟକ ନିଜ ଆଡୁ କୌଣସି ଆଖିଦୃଶିଆ କାର୍ଯ୍ୟ କରି ନାହାନ୍ତି ଏବଂ ବିଧାୟକଙ୍କୁ ବର୍ତ୍ତମାନ ସମସ୍ତେ ବିରୋଧ କରୁଛନ୍ତି। ବିଧାୟକଙ୍କ ସହିତ ବର୍ତ୍ତମାନ ଯେଉଁମାନେ ଅଛନ୍ତି, ସେମାନେ ଭାରତୀୟ ଜନତା ପାର୍ଟିର ବୋଲି କହିଛନ୍ତି ଶ୍ରୀ ରାଜ।
ସେପଟେ ବିଧାୟକ ଶ୍ରୀ ଦାସଙ୍କୁ କିଛି ପୁରୁଖା ବିଜେଡି ନେତା, କର୍ମୀ ସର୍ବ ସମ୍ମୁଖରେ ମୁହଁ ଖୋଲି ପାରୁ ନ ଥିଲେ ମଧ୍ୟ ବିଧାୟକଙ୍କ ପ୍ରତି ଅସନ୍ତୁଷ୍ଟ ଥିବାର ଜଣାପଡ଼ିଛି ଏବଂ ସେମାନେ ଆଗାମୀ ଦିନରେ ବିଧାୟକଙ୍କୁ ଉଚିତ ଜବାବ ଦେବେ ବୋଲି ସାଧାରଣର ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?