Posted inଖେଳ

ଦୁଇଥର ପଜିଟିଭ୍‌ ସ୍ବର୍ଣ୍ଣ ଜିତିଲେ

ଟୋକିଓ, ୨୮ା୭ (ଏପି)- ବ୍ରିଟେନର ଟମ୍‌ ଡିନ୍‌ ଥରେ ନୁହେଁ ଦୁଇଥର କରୋନା ସଂକ୍ରମିତ ହୋଇ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାରେ ସମର୍ଥ ହୋଇଛନ୍ତି। ମଙ୍ଗଳବାର ସେ ପୁରୁଷ ୨୦୦ ମିଟର ଫ୍ରିଷ୍ଟାଇଲ ସନ୍ତରଣରେ ସ୍ବର୍ଣ୍ଣ ଜିତିଛନ୍ତି।
ଡିନ୍‌ କହିଛନ୍ତି ତାଙ୍କ ଜୀବନର ଏହା ହେଉଛି ସବୁଠାରୁ ବଡ଼ ସଫଳତା। ତାଙ୍କ ଦେଶର ଅନ୍ୟ ଜଣେ ପ୍ରତିଯୋଗୀ ଡନ୍‌କାନ୍‌ ସ୍କଟ୍‌ ରୌପ୍ୟ ପଦକ ଲାଭ କରିଛନ୍ତି। ବ୍ରିଟେନ ଦୀଘର୍ର୍ ୧୦୦ରୁ ଅଧିକ ବର୍ଷ ପରେ ସନ୍ତରଣ ପ୍ରତିଯୋଗିତାର କୌଣସି ଇଭେଣ୍ଟରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି। ଦେଶ ପୂର୍ବରୁ ଏହ ସଫଳତା ୧୯୦୮ ଲଣ୍ଡନ ଗେମ୍ସରେ ହାସଲ କରିଥିଲା। ଡିନ୍‌ ୪ ମାସ ମଧ୍ୟରେ ଦ୍ୱିତୀୟ ଥର କରୋନା ସଂକ୍ରମିତ ହୋଇଥିଲେ। ତାଙ୍କର ଅହରହ କାଶ ହେଉଥିଲା। ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଜାନୁୟାରୀରେ ସେ ସନ୍ତରଣ କରିପାରିବେ କି ନା ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ତାଭ୍କୁ ଟ୍ରେନିଂ ବନ୍ଦ କରିବାକୁ ହୋଇଥିଲା। ନିଜ ଆପାର୍ଟମେଣ୍ଟରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ହୋଇଥିଲା। ଆଉ ୩ ମାସ ପରେ ଅର୍ଥାତ ଏପ୍ରିଲ ଟ୍ରାଏଲ୍ସ ହେବାରୁ କାର୍ଯ୍ୟକ୍ରମ ରହିଥିଲା। ଅଲିମ୍ପକ ସ୍ବର୍ଣ୍ଣ ତ ଦୂରୁହ ବ୍ୟାପାର। ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ବେଳେ ମହାମାରୀ କିପରି ବାଧା ସୃଷ୍ଟି କରିଥିଲା। ବହୁ ଅଲିମ୍ପିଆଙ୍କଠାରୁ ଅନେକ କଥା ଶୁଣିବାକୁ ମିଳେ। ମାତ୍ର ଡିନ୍‌ ଦୁଇଥର ଗୁରୁତର ଭାବେ ସଂକ୍ରମିତ ହୋଇଛନ୍ତି। ସୁସ୍ଥ ହେବା ପରେ ସେ ଏତେଟା ଦୁର୍ବଳ ହୋଇ ପଡ଼ିଥିଲେ ଯେ, ୬ ସପ୍ତାହ ଧରି ସନ୍ତରଣାଗାରକୁ ଯାଇ ପାରି ନ ଥିଲେ। ଅଲିମ୍ପିକ୍ସ ଟ୍ରାଏଲ ବେଳକୁ ସେ ଫିଟ୍‌ ହୋଇପାରିବେ କି ନା ସେ ନେଇ ତାଙ୍କର ସନ୍ଦେହ ରହିଥିଲା। କିନ୍ତୁ କୋଚ୍‌ ଡେଭିଡ ମ୍ୟାକ୍‌ନଲ୍ଟିଙ୍କ ଯୋଗୁ ସେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେଇ ପାରିଲେ ବୋଲି ୨୧ ବର୍ଷୀୟ ଡିନ୍‌ କହିଛନ୍ତି। ଡିନ୍‌ଙ୍କ ବିଜୟ ଗ୍ରେଟ୍‌ ବ୍ରିଟେନ ଟିମ୍‌କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। କାରଣ ସମସ୍ତେ ସ୍କଟ ସ୍ବର୍ଣ୍ଣ ଜିତିବେ ବୋଲି ଆଶା କରୁଥିଲେ। ମାତ୍ର ଡିନ୍‌ ଅଳ୍ପକେ ଆଗରେ ରହି ପ୍ରଥମ ହେବା ସହ ସ୍କଟଙ୍କ ଦ୍ୱାରା ପ୍ରତିଷ୍ଠା ବ୍ରିଟିଶ ରେକର୍ଡକୁ ସେ ଭଙ୍ଗ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?