ସିଦ୍ଧାର୍ଥଙ୍କ ପାଇଁ ଶେହନାଜଙ୍କ ଶେଷ ଶବ୍ଦ ଶୁଣି ଆଖିରେ ଆସିଯିବ ଲୁହ

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁ ପରେ ତାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ପ୍ରଶଂସକ। ଏହି ଘଟଣା ପରଠୁ ସବୁବେଳେ ହସ ହସ ମୁହଁରେ ରହୁଥିବା ତାଙ୍କ ପ୍ରେମିକା ଶେହନାଜ ଗିଲ୍‌ଙ୍କ ଆଖିରୁ ଲୁହ ଶୁଖୁନି। ସିଦ୍ଧାର୍ଥଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ସେଲିବ୍ରିଟି ଓଶିବାରା ଶ୍ମଶାନରେ ପହଞ୍ଚିଥିଲେ। ସିଦ୍ଧାର୍ଥ ଖୁବ ନିକଟତର ଥିବା ଶେହନାଜ ଗିଲ ବି ସେଠାରେ ପହଞ୍ଚିଥିଲେ। ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ଏବଂ ଶେଷଥର ପାଇଁ ସେ ସିଦ୍ଧାର୍ଥଙ୍କୁ କାନ୍ଦି କାନ୍ଦି କହୁଥିଲେ ‘ସିଦ୍ଧାର୍ଥ ମେରା ବଚା..’ ତୁମ ବିନା ମୁଁ କେମିତି ବଞ୍ଚିବି। ଶୁଟିଂ ସେଟ୍‌ରେ ଥିବା ଶେହନାଜ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ଅଧାରୁ ଶୁଟିଂ ଛାଡି ଚାଲି ଆସିଥିଲେ। ସିଦ୍ଧାର୍ଥଙ୍କ ସହ ଶେହନାଜଙ୍କ କେମିଷ୍ଟ୍ରୀକୁ ଫ୍ୟାନ ଖୁବ ପସନ୍ଦ କରନ୍ତି। ଏପିରିକି ଦୁହେଁ ପରସ୍ପରକୁ ଭଲ ପାଉଥିବା ମଧ୍ୟ ଗୁଜବ ଉଠେ। କିନ୍ତୁ ଏପର୍ଯ୍ୟନ୍ତ କେହିକି ଖୁଲମଖୁଲା ନିଜ ସମ୍ପର୍କର ଖୁଲାସା କରିନଥିଲେ।
ବିଗ ବସ-୧୩ରେ ସିଦ୍ଧାର୍ଥ ଓ ଗିଲ ପରସ୍ପର ନିକଟତର ହୋଇଥିଲେ। ସେମାନଙ୍କର ବନ୍ଧୁତା ଶୋ’ ଶେଷ ହେବା ପରେ ମଧ୍ୟ ବଳବତ୍ତର ରହିଥିଲା। ଏହି ଯୋ ସୋସିଆଲ ମିଡିଆରେ ସବୁଠାରୁ ପସନ୍ଦର ଯୋଡି ଆଖ୍ୟା ପାଇଥିଲେ। ଉଭୟଙ୍କ ଫ୍ୟାନ ସୋସିଆଲ ମିଡିଆରେ ସିଡନାଜର ଟ୍ରେଣ୍ଡ ଚଳାଇଥିଲେ।
ନିକଟରେ ଶେହନାଜ ଓ ସିଦ୍ଧାର୍ଥ ବିଗ ବସ ଓଟିଟିରେ ଅତିଥି ଭାବେ ନଜର ଆସିଥିଲେ। ଏହାବ୍ୟତୀତ ଏହି ଯୋ ‘ଡ୍ୟାନ୍ସ ଦିୱାନେ’ ସେଟରେ ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା। ବିଗ ବସ ପରେ ସିଦ୍ଧାର୍ଥଙ୍କ ଲାଇଫ ଷ୍ଟାଇଲ ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଏବଂ ତାଙ୍କୁ କିଛି ବଡ ବଡ ପ୍ରୋଜେକ୍ଟ ମଧ୍ୟ ଅଫର୍‌ କରାଯାଇଥିଲା। ସିଦ୍ଧାର୍ଥ ଏବଂ ଶେହନାଜ ଡିସେମ୍ବର ୨୦୨୧ରେ ବିବାହ କରିବାକୁ ଯୋଜନା କରୁଥିଲେ। ଉଭୟ ଏ ସମ୍ପର୍କରେ ନିଜ ପରିବାରକୁ ମଧ୍ୟ ସୂଚନା ଦେଇଥିଲେ। ଯାହା ପରେ ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲ।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମହାଉସରେ ସଲମାନଙ୍କୁ ହତ୍ୟା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ନିରନ୍ତର ବିପଦ ରହିଛି। ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଥରେ ଏହି ପ୍ଲାନ୍‌ ...

ଆଦିତ୍ୟଙ୍କୁ ଛାଡ଼ି ଛୁଟି ମନାଇବାକୁ ବାହାରିଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଆଜିକାଲି ରିଲାକ୍ସ ମୁଡ୍‌ରେ। ଇଣ୍ଡିଆନ୍‌ ଆଇଡଲ୍‌ରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ବିବାହ ଡ୍ରାମା...

କେଆର୍‌କେଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କଲେ ସଲମାନ

ମୁମ୍ବାଇ: ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସଲମାନ ଖାନ୍‌ଙ୍କ ଫିଲ୍ମ ‘ରାଧେ ୟୋର୍‌ ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ଭାଇ’କୁ ମିଶ୍ରିତ ଫଳ ମିଳିଛି। ତେବେ ପରିସଂଖ୍ୟାନ ଅନୁଯାୟୀ,...

ଓସ୍କାର ନୋମିନି ‘ବିଟ୍ଟୁ’

ନୂଆଦିଲ୍ଲୀ, ୧୧ା୨: ଭାରତୀୟ ଶର୍ଟ ଫିଲ୍ମ ‘ବିଟ୍ଟୁ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। କରିସ୍ମା ଦେବଙ୍କ ନିର୍ଦ୍ଦେଶିତ ଏକତା କପୁର, ଗୁନୀତ ମୋଙ୍ଗା, ତାହିରା କଶ୍ୟପ୍‌ଙ୍କ...

ଶୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ହାତରେ ଛେପ ପକାଇଥିଲେ ଅମିର, ଆଉ ତା’ ପରେ

୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ’ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମରେ ଅମିର ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା...

ସୋନମ-ଆନନ୍ଦଙ୍କ ଘରକୁ ଆସିଲା କୁନି ଅତିଥି

ବମ୍ବେ: ମା’ ହୋଇଛନ୍ତି ବଲିଉଡ୍‌ର ଫ୍ୟାଶନ୍‌ ଡିଭା ତଥା ଅଭିନେତ୍ରୀ ସୋନମ କପୁର। ବିବାହର ଚାରି ବର୍ଷ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ...

ସିନେ ଜଗତର ଏହି ସବୁ ଅଭିନେତ୍ରୀ ବିବାହିତ କି ନାହିଁ ଜାଣନ୍ତିନି ପ୍ରଶଂସକ

ପ୍ରତ୍ୟେକ ପ୍ରଶଂସକ ସେମାନଙ୍କର ପ୍ରିୟ ଅଭିନେତ୍ରୀ, ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ। ସେମାନେ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଜାଣିବାକୁ...

କରୋନାକୁ ଡରି ହୋଲି ଖେଳିବେନି ରାକ୍ଷୀ, ପ୍ରଶଂସକଙ୍କୁ କହିଲେ ସତର୍କ ରୁହନ୍ତୁ

ବମ୍ବେ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଗୋଟିଏ ପରେ ଗୋଟିଏ ଦେଶରେ ଏହା ପ୍ରଭାବ ବିସ୍ତାର କରୁଛି। ବଲିଉଡ୍‌ କଳାକାର ମଧ୍ୟ...

Advertisement
Archives

Model This Week