ବଡ଼ ପରଦାରୁ ଟିଭି ସିରିଏଲ୍‌…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶୋମା ଆନନ୍ଦଙ୍କୁ ମଙ୍ଗଳବାର ୬୩ ବର୍ଷ ପୂରଣ ହୋଇଛି। ୧୯୫୮ ଫେବୃୟାରୀ ୧୬ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ରେ ବାରୁଦ ଫିଲ୍ମରେ ସେ ଋଷି କପୁରଙ୍କ ସହିତ ଅଭିନୟ କରି ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଋଷିଙ୍କ ଭଳି ବଡ଼ ଷ୍ଟାରଙ୍କ ସହିତ ଫିଲ୍ମ କରି ମଧ୍ୟ ଶୋମାଙ୍କ କ୍ୟାରିଅର ଆଗକୁ ଆଗେଇ ନ ଥିଲା। ଏହାପରେ ପତିତା ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ତେବେ ନାୟିକା ବଦଳରେ ପାର୍ଶ୍ୱ ନାୟିକା ଭାବେ ସେ ବିଭିନ୍ନ ଫିଲ୍ମରେ ଅଭିନୟ କରିଥିଲେ। ଜାଗିର, କୁଲି, ଜୈସୀ କରନି ୟୈସୀ ଭରନି, ଘର ଏକ୍‌ ମନ୍ଦିର, ହଙ୍ଗାମା, କ୍ୟା କୁଲ୍‌ ହୈ ହମ୍‌, କଲ ହୋ ନା ହୋ, ଆଦି ଫିଲ୍ମରେ ସେ ସହ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। ଜୀବନରେ ଗୋଟିଏ ଭୁଲ ପାଇଁ ତାଙ୍କର ଅଭିନୟ ଜୀବନରେ ଭଟ୍ଟା ଆସିଥିଲା ବୋଲି ସେ କୁହନ୍ତି। ଶୋମା ଫିଲ୍ମ ର୍ନିମାତା ତଥା ନିର୍ଦ୍ଦେଶକ ତାରିକ ଶାହାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ପରିବାର ସୁଖ ମିଳି ନ ଥିଲା କି ଫିଲ୍ମ ବି ମିଳି ନ ଥିଲା। ତେବେ ଅଭିନୟ କରିବା ଜିଦ ଯୋଗୁ ସେ ହାର୍‌ ମାନି ନ ଥିଲେ। ବଡ଼ ପରଦାରୁ ଦୂରେଇ ଯିବା ପରେ ଛୋଟ ପରଦାରେ ଅଭିନୟ ଆରମ୍ଭ କରିଥିଲେ। ଭାବି, ହମ୍‌ ପାଞ୍ଚ୍‌, ସରାରତ, ଗିଲ୍‌ ଗିଲ୍‌ ଗପ୍ପା, ଖେଲତି ହୈ ଜିନ୍ଦେଗି ଆଖୋଁ ମେ ଚୋଲି, ୟାରୋଁ କା ଟଶନ ଆଦି ଟିଭି ସିରିଏଲରେ ନିଖୁଣ ଅଭିନୟ ଯୋଗୁ ଶୋମା ଘରେଘରେ ପରିଚିତି ହାସଲ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲଗା ହେଲେ ସାଉଥ୍‌ର ଲୋକପ୍ରିୟ ଯୋଡ଼ି

ମୁମ୍ବାଇ: ବେଶ୍‌ କିଛିଦିନ ହେବ ସାଉଥ୍‌ର ଲୋକପ୍ରିୟ ଯୋଡ଼ି ସମନ୍ଥା -ନାଗାଚୈତନ୍ୟଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଆଜି ସମନ୍ଥା ପରସ୍ପରଠାରୁ...

ନିଜ ବାୟୋପିକ୍‌କୁ ନେଇ କ’ଣ କହିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ମାତ୍ର ୨୮ ବର୍ଷ ବୟସରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମରୁ ସେ ଜଣେ ୬୫ ବର୍ଷ...

ସାଧାରଣ ଝିଅରୁ ଏବେ ବଲିଉଡ୍‌ରେ ହିଟ୍‌ ଗାୟିକା ନେହା କକ୍କର

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ଜନ୍ମ ଜୁନ୍‌ ୬ ଅର୍ଥାତ ଶନିବାର। ନେହାଙ୍କୁ କେବଳ ଗୀତ ପାଇଁ ନୁହେଁ, ହସ ପାଇଁ ମଧ୍ୟ...

ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଯୁବରାଜ ସିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ସମ୍ପର୍କ କଛି ନୂଆ କଥା ନୁହେଁ। ବଲିଉଡ୍‌ ଏବଂ କ୍ରିକେଟ ଦୁନିଆର ଏପରି ଅନେକ ଯୋଡ଼ି ଥିଲେ,...

ଭଉଣୀଙ୍କୁ ଇର୍ଷା କରୁଛନ୍ତି ପ୍ରିୟଙ୍କା ଚୋପ୍ରା

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ତୁର୍କୀରେ ଛୁଟି କାଟୁଛନ୍ତି। ସେ ଇନଷ୍ଟାଗ୍ରାମରେ ଏହାର ଫଟୋ ମଧ୍ୟ ଶେୟାର କରୁଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ...

ବିବାହକୁ ନେଇ ଏମିତି କହିଲେ ପ୍ରଭାସ

ସାଉଥ ସିନେମାର ସୁପରଷ୍ଟାର ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’କୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହାସହ ପ୍ରଭାସ ନିଜ ବିବାହକୁ ନେଇ ସର୍ବଦା...

ଅଭିନୟ ପାଇଁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ଚୁମ୍ବନ ଦୃଶ୍ୟ କରି ବେଶ୍‌ ହଇଚଇ ସୃଷ୍ଟି କରିଥିବା ଅଭିନେତ୍ରୀ ହେଲେ ମଲ୍ଲିକା ଶେରାଓ୍ବତ୍‌। ୨୦୦୩ରେ ଫିଲ୍ମ ‘ଖ୍ବାହିଶ’ରୁ...

ଫ୍ୟାନ୍‌ଙ୍କୁ ସେଲ୍‌ଫି ପାଇଁ ସୁଯୋଗ ଦେଲେ କ୍ୟାଟ୍ରିନା

ନୂଆଦିଲ୍ଲୀ: ସ୍ଥାନୀୟ ବିମାନ ବନ୍ଦରରେ ଫ୍ୟାନ୍‌ମାନେ କ୍ୟାଟ୍ରିନାଙ୍କ ସହ ସେଲ୍‌ଫି ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସମୟରେ କ୍ୟାଟ୍ରିନା ବରଂ ବିରକ୍ତ...

Advertisement
Archives

Model This Week