Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଦେଖାଇ ଗିରଫ ହେଲେ ନ୍ୟୁଜ୍‌ ଆଙ୍କର

ନୂଆଦିଲ୍ଲୀ,୫।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଉପସ୍ଥାପନ କରିବା ଅଭିଯୋଗରେ ନୋଏଡା ପୋଲିସ ମଙ୍ଗଳବାର ସକାଳେ ନ୍ୟୁଜ୍‌ ଆଙ୍କର ରୋହିତ ରଞ୍ଜନଙ୍କୁ ଗିରଫ କରିଛି। ରୋହିତଙ୍କୁ ଗିରଫ କରିବା ପାଇଁ ଗାଜିଆବାଦରୁ ନୋଏଡା ପର୍ଯ୍ୟନ୍ତ ହାଇ ଭୋଲଟେଜ ଡ୍ରାମା ହେବା ପରେ ଦୁଇ ରାଜ୍ୟର ପୋଲିସ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ଶେଷରେ ନୋଏଡା ପୋଲିସ ରୋହିତଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ରୋହିତ ନିଜେ ଟୁଇଟ୍‌ କରି ଛତିଶଗଡ ପୋଲିସ ତାଙ୍କ ଘରେ ପହଞ୍ଚିବା ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ସ୍ଥାନୀୟ ପୋଲିସକୁ ନ ଜଣାଇ ଛତିଶଗଡ ପୋଲିସ ମୋତେ ଗିରଫ କରିବା ପାଇଁ ମୋ ଘର ବାହାରେ ଠିଆ ହୋଇଛି, ଏହା ଆଇନଗତ ଠିକ ଅଟେ କି ୟୁପି ପୋଲିସ ଅଧିକାରୀଙ୍କୁ ଟ୍ୟାଗ କରି ପ୍ରଶ୍ନ ପଚାରିଥିଲେ।
ପ୍ରଥମେ ଛତିଶଗଡ ପୋଲିସ ନ୍ୟୁଜ ଆଙ୍କର ରୋହିତଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା। ଏହା ପରେ ନୋଏଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ରାଜ୍ୟର ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଛତିଶଗଡ ପୋଲିସର ଗିରଫଦାରୀରୁ ରୋହିତଙ୍କୁ ରକ୍ଷା କରି ନୋଏଡା ପୋଲିସ ତାଙ୍କୁ ନିଜ ସାଙ୍ଗରେ ନେଇଯାଇଥିଲା।
ସୂଚନାଯୋଗ୍ୟ, ଜୁଲାଇ ୨ରେ ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହୋଇଥିବା କାର୍ଯ୍ୟକ୍ରମରେ ଆଙ୍କର୍‌ ରୋହିତ ରଞ୍ଜନ କେରଳରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତିକୁ ଉଦୟପୁର ଘଟଣା ସହ ଯୋଡିଥିଲେ। ପ୍ରକୃତରେ ରାହୁଲ ଗାନ୍ଧୀ ୱାୟାନାଡରେ ଥିବା ତାଙ୍କ ସଂସଦୀୟ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିବା ଲୋକଙ୍କୁ କ୍ଷମା କରିବା କଥା କହିଥିଲେ ଏବଂ ସେମାନେ ଶିଶୁ ବୋଲି କହିଥିଲେ। କିନ୍ତୁ ଟିଭି କାର୍ଯ୍ୟକ୍ରମରେ ତାଙ୍କର ଏହି ବିବୃତ୍ତି ଉଦୟପୁରର କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କ ସହ ଜଡିତ ଥିଲା। କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା, ଯାହା ପରେ ଏହି କାର୍ଯ୍ୟକ୍ରମର ଭିଡିଓର କିଛି ଅଂଶ ଚ୍ୟାନେଲ ଦ୍ୱାରା ଟୁଇଟର୍‌ରୁ ଡିଲିଟ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଲାଇଭ ଶୋ’ ଏବଂ ଟୁଇଟର୍‌ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମରେ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଥିଲା। ପରଦିନ କାର୍ଯ୍ୟକ୍ରମରେ ସାମ୍ବାଦିକ ରୋହିତ ରଞ୍ଜନ ନିଜେ କ୍ଷମା ମାଗିଥିଲେ ଏବଂ ଏହି ଭୁଲକୁ ମାନବୀୟ ତ୍ରୁଟି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟାଦଶମୀରେ ଭାରତକୁ ମିଳିଲା ପ୍ରଥମ ରାଫାଲ ବିମାନ, ‘ଓଁ’ ଲେଖି ପୂଜାର୍ଚ୍ଚନା କଲେ ରାଜନାଥ

ନୂଆଦିଲ୍ଲୀ,୮।୧୦: ବିଜୟାଦଶମୀ ଉପଲକ୍ଷେ ଭାରତକୁ ପ୍ରଥମ ଆର୍‌ବି-୦୦୧ ରାଫାଲ ବିମାନ ମିଳିଛି। ଚୁକ୍ତିନାମା ସ୍ବାକ୍ଷର ହେବାର ତିନି ବର୍ଷ ପରେ ବୁଧବାର ଭାରତକୁ ଫ୍ରାନ୍ସ ଯୁଦ୍ଧ...

ଆସାମକୁ ୫୦ହଜାର ପିପିଇ କିଟ୍‌ ପଠାଇଲା ଚାଇନା

ଗୁଆହାଟୀ,୧୬।୪(ପି.ଟି.): କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚାଇନାରୁ ଆସାମକୁ ଆସିଛି ୫୦ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) କିଟ୍‌। କୋଭିଡ-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କ...

ଆର୍ୟନଙ୍କୁ ମିଳିଲାନି ଜାମିନ, ମା’ଙ୍କ ଜନ୍ମଦିନରେ ଗଲେ ଜେଲ୍‌

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଜାମିନ ମିଳିଲାନି। ଶେଷରେ ଷ୍ଟାର୍‌ କିଡ୍‌ଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ମୁମ୍ବାଇ ଜିଲା କୋର୍ଟରେ ଜାମିନ...

ଆର୍ଯ୍ୟନଙ୍କ ମାମଲାରୁ ହଟିଲେ ଓ୍ବାଙ୍ଖଡେ

ନୂଆଦିଲ୍ଲୀ,୫।୧୧: ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଟିମ୍‌ର ନେତୃତ୍ୱରୁ ସମୀର ଓ୍ବାଙ୍ଖଡେଙ୍କୁ ହଟାଇ ଦିଆଯାଇଛି। ଏହି ମାମଲାର...

ମହାରାଷ୍ଟ୍ରରେ କମିଲା କରୋନା ଟେଷ୍ଟର ଦାମ

ମୁମ୍ବାଇ,୧୩।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ସରକାରଙ୍କ ପାଇଁ...

ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କରଙ୍କ ସୁରକ୍ଷା ହଟାଇଲା ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୫।୧୨: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ଏକ୍ସ କାଟାଗୋରୀ ସୁରକ୍ଷା ହଟାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଏହାସହ ୪୫ ଜଣ ନାମୀଦାମୀ...

ରାଶନ ପାଇଁ ଯିବାକୁ ପଡୁଥିଲା ୧୨ କିଲୋମିଟର, ୮ ଦିନରେ ପାହାଡ଼ କାଟି ରାସ୍ତା ତିଆରି କଲେ ୭୦ ଗ୍ରାମବାସୀ…

ରାୟପୁର,୧୯।୧୦ : କୁହାଯାଏ ଅସୁବିଧା ଯୋଗୁ ନୂଆ ଉପାୟ ସମ୍ପର୍କରେ ଚିନ୍ତା କରାଯାଇଥାଏ। ଏହା ସହିତ ଅସୁବିଧାରୁ ମୁକ୍ତି ପାଇଁ ସଫଳ ଉଦ୍ୟମ କରାଯାଇଥାଏ। ଅର୍ଥାତ୍‌...

ଝାଡ଼ଖଣ୍ଡ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ

ରାଞ୍ଚତ୍,୨୯।୧୧: ପ୍ରଥମ ପର୍ଯ୍ୟାୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ପାଲାମୌ, ଗୁମ୍‌ଲା, ଗରଓ୍ବା ଏବଂ ଲାଟେହାର...

Advertisement
Archives

Model This Week