ଟୁଟି ଫୁଟି କେକ୍‌

ଆବଶ୍ୟକ ସାମଗ୍ରୀ: ମଇଦା ୨୫୦ଗ୍ରାମ୍‌, ବେକିଂ ପାଉଡର ୨ ଟିସ୍ପୁନ୍‌, ଲୁଣ ନ ଥିବା ବଟର ୧୫୦ ଗ୍ରାମ୍‌, ଚିନି ପାଉଡର ୧୫୦ ଗ୍ରାମ୍‌, ଅଣ୍ଡା ୪ଟି, ଲେମନ୍‌ ଏସେନ୍ସ ୬-୭ ବୁନ୍ଦା, ଭ୍ୟାନିଲା ଏସେନ୍ସ ଅଧାଚାମଚ, କ୍ଷୀର ୧୦୦ମିଲି. ଟୁଟି ଫୁଟି ୬ ଚାମଚ, ଚେରି ୧୦ଟି, କିସ୍‌ମିସ୍‌ ୪ ଚାମଚ ଏବଂ ଲୁଣ ସ୍ବାଦାନୁସାରେ। a
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ ଏକ କଡ଼େଇ ଗରମ କରନ୍ତୁ। ଏହା ଭିତରେ ଏକ ଷ୍ଟାଣ୍ଡ ରଖନ୍ତୁ। ଏକ କେକ୍‌ କଣ୍ଟେନର ନିଅନ୍ତୁ ଏବଂ ସେଥିରେ ଘିଅ କିମ୍ବା ବଟର ଲଗାଇ ଗ୍ରୀସ୍‌ କରନ୍ତୁ। ଏକ ପାତ୍ରରେ ମଇଦା, ବେକିଂ ପାଉଡର ଏବଂ ଲୁଣ ମିଶାଇ ଛଣି ସାହାଯ୍ୟରେ ଚଲାଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ବଟର ଏବଂ ଚିନି ପାଉଡର ନେଇ ଭଲ ଭାବେ ମିଶାନ୍ତୁ। ଏଥିରେ ଗୋଟେ ଗୋଟେ ଅଣ୍ଡା ଫଟାଇ ପକାନ୍ତୁ ଏବଂ ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ମିଶିଯିବା ପରେ ଲେମନ ଏସେନ୍ସ ଏବଂ ଭ୍ୟାନିଲା ଏସେନ୍ସ ମିଶାନ୍ତୁ। ଏଥିରେ ପୂର୍ବରୁ ରଖିଥିବା ମଇଦା ମିଶ୍ରଣକୁ ଅଳ୍ପ ଅଳ୍ପ ପକାଇ ଗୋଳାନ୍ତୁ। ସେଥିରେ ଟୁଟିଫୁଟି, କିସ୍‌ମିସ୍‌ ଏବଂ କଟା ଚେରି ପକା ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ କେକ୍‌ କଣ୍ଟେନରରେ ଢାଳି ଧୀରେ ଧୀରେ ବାଡ଼େଇ ଦିଅନ୍ତୁ ଯେପରି ମିଶ୍ରଣ ସବୁଆଡ଼େ ସମାନ ଭାବେ ରହିବ। ଏହାକୁ ୧୦-୧୫ ମିନିଟ୍‌ ଚୁଲାରେ ବସିଥିବା ଗରମ କଡ଼େଇ ଭିତରେ ଥିବା ଷ୍ଟାଣ୍ଡରେ ରଖି କଡ଼େଇକୁ ଘୋଡ଼ାଇ ଦିଅନ୍ତୁ। ପ୍ରାୟ ୩୦-୩୫ ମିନିଟ୍‌ ପରେ ଏକ ଛୁରି ଟୁଥ୍‌ ପ୍ରିକ୍‌ ସାହାଯ୍ୟରେ କେକ୍‌କୁ ଫୁଟାଇ ଦେଖନ୍ତୁ। ଯଦି ସେଥିରେ ଅଠାଳିଆ ନ ଲାଗୁଛି ତେବେ କେକ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଯାଇଛି। ଚୁଲାକୁ ବନ୍ଦ କରି କେକ୍‌ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ନିଜେ ପ୍ରସ୍ତୁତ କରିଥିବା ଏହି ଟେଷ୍ଟି କେକ୍‌କୁ ସମସ୍ତଙ୍କୁ ଖୁଆଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri