ଟୁଟି ଫୁଟି କେକ୍‌

ଆବଶ୍ୟକ ସାମଗ୍ରୀ: ମଇଦା ୨୫୦ଗ୍ରାମ୍‌, ବେକିଂ ପାଉଡର ୨ ଟିସ୍ପୁନ୍‌, ଲୁଣ ନ ଥିବା ବଟର ୧୫୦ ଗ୍ରାମ୍‌, ଚିନି ପାଉଡର ୧୫୦ ଗ୍ରାମ୍‌, ଅଣ୍ଡା ୪ଟି, ଲେମନ୍‌ ଏସେନ୍ସ ୬-୭ ବୁନ୍ଦା, ଭ୍ୟାନିଲା ଏସେନ୍ସ ଅଧାଚାମଚ, କ୍ଷୀର ୧୦୦ମିଲି. ଟୁଟି ଫୁଟି ୬ ଚାମଚ, ଚେରି ୧୦ଟି, କିସ୍‌ମିସ୍‌ ୪ ଚାମଚ ଏବଂ ଲୁଣ ସ୍ବାଦାନୁସାରେ। a
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ ଏକ କଡ଼େଇ ଗରମ କରନ୍ତୁ। ଏହା ଭିତରେ ଏକ ଷ୍ଟାଣ୍ଡ ରଖନ୍ତୁ। ଏକ କେକ୍‌ କଣ୍ଟେନର ନିଅନ୍ତୁ ଏବଂ ସେଥିରେ ଘିଅ କିମ୍ବା ବଟର ଲଗାଇ ଗ୍ରୀସ୍‌ କରନ୍ତୁ। ଏକ ପାତ୍ରରେ ମଇଦା, ବେକିଂ ପାଉଡର ଏବଂ ଲୁଣ ମିଶାଇ ଛଣି ସାହାଯ୍ୟରେ ଚଲାଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ବଟର ଏବଂ ଚିନି ପାଉଡର ନେଇ ଭଲ ଭାବେ ମିଶାନ୍ତୁ। ଏଥିରେ ଗୋଟେ ଗୋଟେ ଅଣ୍ଡା ଫଟାଇ ପକାନ୍ତୁ ଏବଂ ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ମିଶିଯିବା ପରେ ଲେମନ ଏସେନ୍ସ ଏବଂ ଭ୍ୟାନିଲା ଏସେନ୍ସ ମିଶାନ୍ତୁ। ଏଥିରେ ପୂର୍ବରୁ ରଖିଥିବା ମଇଦା ମିଶ୍ରଣକୁ ଅଳ୍ପ ଅଳ୍ପ ପକାଇ ଗୋଳାନ୍ତୁ। ସେଥିରେ ଟୁଟିଫୁଟି, କିସ୍‌ମିସ୍‌ ଏବଂ କଟା ଚେରି ପକା ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ କେକ୍‌ କଣ୍ଟେନରରେ ଢାଳି ଧୀରେ ଧୀରେ ବାଡ଼େଇ ଦିଅନ୍ତୁ ଯେପରି ମିଶ୍ରଣ ସବୁଆଡ଼େ ସମାନ ଭାବେ ରହିବ। ଏହାକୁ ୧୦-୧୫ ମିନିଟ୍‌ ଚୁଲାରେ ବସିଥିବା ଗରମ କଡ଼େଇ ଭିତରେ ଥିବା ଷ୍ଟାଣ୍ଡରେ ରଖି କଡ଼େଇକୁ ଘୋଡ଼ାଇ ଦିଅନ୍ତୁ। ପ୍ରାୟ ୩୦-୩୫ ମିନିଟ୍‌ ପରେ ଏକ ଛୁରି ଟୁଥ୍‌ ପ୍ରିକ୍‌ ସାହାଯ୍ୟରେ କେକ୍‌କୁ ଫୁଟାଇ ଦେଖନ୍ତୁ। ଯଦି ସେଥିରେ ଅଠାଳିଆ ନ ଲାଗୁଛି ତେବେ କେକ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଯାଇଛି। ଚୁଲାକୁ ବନ୍ଦ କରି କେକ୍‌ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ନିଜେ ପ୍ରସ୍ତୁତ କରିଥିବା ଏହି ଟେଷ୍ଟି କେକ୍‌କୁ ସମସ୍ତଙ୍କୁ ଖୁଆଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri