କାଦୁଅରେ ଫସି ହନ୍ତସନ୍ତ ହେଲା ଦନ୍ତା: ସାଥୀ ହାତୀ ଶୁଣ୍ଢରେ ଟାଣି କଲା ଉଦ୍ଧାର

ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକ ଅଭାବନୀୟ ଏବଂ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ବୁଧବାର ଦିନ ଏକ ୨୦ ଟିକିଆ ହାତୀପଲ ସେହି ଅଞ୍ଚଳରେ ଚଳାଚଳ କରୁଥିବା ସମୟରେ ଏକ ବୁଢ଼ାଦନ୍ତା ହାତୀ ବାଉଁଶୁଳି ଜଙ୍ଗଲ ଭିତରେ ବନ ବିଭାଗ ପକ୍ଷରୁ ଖୋଳାଯାଇଥିବା ଏକ ଟ୍ରେଞ୍ଚର କାଦୁଅରେ ଫସି ହନ୍ତସନ୍ତ ହୋଇଥିଲା। ହାତୀଟି ବାରମ୍ବାର ଉଠିବା ପାଇଁ ଶହ ଶହ ଚେଷ୍ଟା କରିଥିଲେ ମଧ୍ୟ ଏହାର ପଛ ଗୋଡ଼ ଦୁଇଟି ଗଭୀର କାଦୁଅରେ ସମ୍ପୂର୍ଣ୍ଣ ଫସିଯାଇଥିବାରୁ ସେ ଉଠିପାରି ନଥିଲା।

କାଦୁଅରେ ଫସି ହାତୀଟି ଅସହାୟ ଅବସ୍ଥାରେ ଜୋର୍‌ରେ ଗର୍ଜନ କରିବାକୁ ଲାଗିଥିଲା। ଏହି ସମୟରେ ପଲରେ ଥିବା ଅନ୍ୟ ଏକ ସାଥି ଦନ୍ତା ହାତୀ ସେଠାକୁ ଆସିଥିଲା ଏବଂ ନିଜର ବିଶାଳ ଶୁଣ୍ଢରେ ଫସିଥିବା ହାତୀଟିକୁ ଦୃଢ଼ ଭାବେ ଟାଣି ସୁରକ୍ଷିତ ଭାବେ କାଦୁଅରୁ ଉଦ୍ଧାର କରିଥିଲା। ସାଥୀ ହାତୀର ଏଭଳି ବୁଦ୍ଧିମତ୍ତା ଓ ପରସ୍ପର ପ୍ରତି ସହଯୋଗର ଭାବନା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି।

ଉଦ୍ଧାର ହେବା ପରେ ସେହି ଦନ୍ତାହାତୀଟି ବାଉଁଶୁଳି ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରକୁ ଚାଲିଆସି କିଛି ସମୟ ଛିଡ଼ା ହୋଇ ରହିଥିଲା। ଫଳରେ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଏବଂ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ତତ୍ପରତା ପ୍ରକାଶ କରି ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଜଗି ରହିଥିଲେ। କିଛି ସମୟ ପରେ ହାତୀଟି ନିଜେ ନିଜେ ନିକଟସ୍ଥ ଜଙ୍ଗଲ ଭିତରକୁ ଚାଲିଯିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ଏବଂ ରାସ୍ତାରେ ଯାତାୟାତ ପୁନଃ ଆରମ୍ଭ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ ପରେ…

ବାରିପଦା,୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଅବସ୍ଥାରେ…

ଶିକ୍ଷକ ନିଯୁକ୍ତି ଦାବିରେ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ

ଅମରପାଲି,୬ା୧୧(ପୀତାମ୍ବର ସାହୁ): ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶିକ୍ଷକ ନିଯୁକ୍ତି ହେଉ ନ ଥିବାରୁ ଶେଷରେ ସ୍କୁଲ ଫାଟକରେ ତାଲା…

ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି…ପାଣି-କାଦୁଅରେ ଭବିଷ୍ୟତ ଖୋଜୁଛନ୍ତି ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର, ୬।୧୧ (ସବିତା ମିଶ୍ର): ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି। ଆମର ବର୍ଷକର ପରିଶ୍ରମ ସବୁ ବନ୍ୟା ପାଣି ଧୋଇନେଇଛି। ଆଉ ଲେଖିବାକୁ ଆମ…

କେସିଙ୍ଗା ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ: ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରୀଛାତ୍ର

କେସିଙ୍ଗା, ୬।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ…

୬୦ବର୍ଷରେ ପାଚିକା ଚାକିରିରୁ ଅବସର, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା! ଅସନ୍ତୋଷ କୁମୁଦିନୀ

ଅମରପାଲି,୬।୧୧(ପୀତାମ୍ବର ସାହୁ): ଚାକିରିରୁ ଅବସର ନେବାର ୧୦ ମାସ ବିତିଲାଣି । ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ । ଏପରିକି…

ସମ୍ପର୍କରେ ରକ୍ତର ଛିଟା, ମାମୁଁଙ୍କୁ ତେଣ୍ଟା ଭୁସି ହତ୍ୟା

ଆଳି,୬।୧୧(ବନମାଳୀ ସେନାପତି): ତେଣ୍ଟା ଭୁସି ମାମୁଁଙ୍କୁ ହତ୍ୟା କଲେ ଭଣଜା ଓ ସମ୍ପର୍କୀୟ ପୁତୁରା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି…

ଆନ୍ଧ୍ରକୁ ଭୋଟ ଦେଇଥିବା ଲୋକ ଓଡ଼ିଶାରେ ରୁହ ନାହିଁ: ଲୋକଙ୍କୁ ରୋକଠୋକ ଶୁଣାଇଦେଲେ ତାରା-ଭୃଗୁ

ପଟ୍ଟାଙ୍ଗି,୬ା୧୧(ଶରତ କୁମାର ଧଳ):ଆନ୍ଧ୍ରରେ ଭୋଟ ଦେଇ ଫେରିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତର ସୀମାନ୍ତ ଗଁାର କେତେଜଣ ଲୋକଙ୍କ ପ୍ରତି ଜୟପୁର ବିଧାୟକ ତାରାପ୍ରସାଦ…

ଆନ୍ଧ୍ରର ୨ ବୁଥ୍‌ରେ କୋଟିଆରୁ ୪୮% ଭୋଟ: ଆନ୍ଧ୍ର ସୁବିଧାର କାଉଣ୍ଟର କରିବାକୁ ପାରୁନି ଓଡ଼ିଶା

ପଟ୍ଟାଙ୍ଗି,୬ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତବାସୀଙ୍କ ଭୋଟ ନେବାରେ ସକ୍ଷମ ହୋଇଛି ଆନ୍ଧ୍ର। ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକରୁ ଆନ୍ଧ୍ର ସରକାର ଭୋଟ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?