ଏସବୁ ରାଶି ପାଇଁ ଭାରି ଅଶୁଭ ‘କଇଁଛ ମୁଦି’: ପିନ୍ଧିଥିଲେ ଜାଣି ରଖନ୍ତୁ…

ଆଜିକାଲି ଲୋକମାନେ ହାତରେ ରୂପାର କଇଁଛ ମୁଦି ପିନ୍ଧୁଥିବା ପ୍ରାୟ ଦେଖାଯାଉଛି। ଏହାକୁ ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ହେଲେ ଅନେକ ସମୟରେ ଲୋକେ କିଛି ନ ଜାଣିି କଇଁଛ ମୁଦି ପିନ୍ଧିଥାନ୍ତି। ଏଥିଲାଗି ଏହାର ଶୁଭ ଫଳ ମିଳି ନ ଥାଏ। ଅନେକ ସମୟରେ ଆର୍ଥିକ ଲାଭ ପରିବର୍ତ୍ତେ କ୍ଷତି ହେଇଥାଏ। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା କଇଁଛ ମୁଦିକୁ କିଭଳି ଧାରଣ କଲେ ଶୁଭ ପରିଣାମ ମିଳିବ:

ସ୍ବଭାବକୁ ନିୟନ୍ତ୍ରଣ କରେ କଇଁଛ ମୁଦି:
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କଇଁଛ ଏକ ଜଳଜୀବ। ଏହା ମାତା ଲକ୍ଷ୍ମୀ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ, କାରଣ ଦେବୀ ଲକ୍ଷ୍ମୀ ମଧ୍ୟ ଜଳରୁ ଉତ୍ପନ୍ନ। ଏଣୁ ଯେଉଁମାନଙ୍କ ପ୍ରକୃତି ଉଗ୍ର, ସେମାନେ କଇଁଛ ମୁଦି ପିନ୍ଧିବା ଶୁଭ। ଏହି ମୁଦି ପିନ୍ଧିଲେ ମନ ଶାନ୍ତ ରହେ ଏବଂ ଆଚରଣ ସନ୍ତୁଳିତ ରହିଥାଏ।

କେଉଁ ଦିନ ପିନ୍ଧିବେ କଇଁଛ ମୁଦି?
କଇଁଛ ମୁଦିକୁ କେବଳ ଶୁକ୍ରବାର ଦିନ ପିନ୍ଧିବା ଉଚିତ। ଏହା ପୂର୍ବରୁ ମୁଦି ଉପରେ ‘ଶ୍ରୀ’ ଲେଖିବା ଉଚିତ। ଏହା ମଧ୍ୟ ମନେ ରଖିବାକୁ ହେବ ଯେ ’ଶ୍ରୀ’ ଆଙ୍ଗୁଠି ଆଡକୁ ରହିବା ଉଚିତ।

ଏପରି ପିନ୍ଧନ୍ତୁ କଇଁଛ ମୁଦି:
ଏହି ମୁଦି ପିନ୍ଧିବା ପୂର୍ବରୁ କଞ୍ଚା କ୍ଷୀରରେ ବୁଡ଼ାଇ ପରେ ଏହାକୁ ଗଙ୍ଗା ପାଣିରେ ଶୁଦ୍ଧ କରନ୍ତୁ। ପରେ ଏହାକୁ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ପୂଜା କରି ମୁଦି ପିନ୍ଧନ୍ତୁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ ହୁଏ। ତେବେ ମନେରଖନ୍ତୁ ଯେ କଇଁଛର ଚେହେରା ଯେପରି ଆପଣଙ୍କ ଆଡକୁ ରହିବ। କଇଁଛ ମୁଦିକୁ ମଝି ଆଙ୍ଗୁଠି କିମ୍ବା ଅନାମିକା ଆଙ୍ଗୁଠିରେ ପିନ୍ଧିବା ଉଚିତ। ଏହା ବ୍ୟତୀତ କୌଣସି ଆଙ୍ଗୁଠିରେ କଇଁଛ ମୁଦି ପିନ୍ଧିବା ଦ୍ୱାରା ଶୁଭ ନୁହେଁ।

କଇଁଛ ମୁଦି ପିନ୍ଧନ୍ତୁ ନାହିଁ ଏହି ରାଶିର ଲୋକେ:
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କର୍କଟ, ବିଛା ଏବଂ ମୀନ ରାଶିର ଲୋକମାନେ କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ ଗ୍ରୀନ ଟି

ଗ୍ରୀନ ଟି ସ୍ବାସ୍ଥ୍ୟପକ୍ଷେ ଅଧିକ ଲାଭଦାୟକ । ଏହା ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ। ତ୍ୱଚା ସମସ୍ୟ ଯାଥା କଳା...

ଫଳ ଖାଆନ୍ତୁ ଏମିତି

ପ୍ରତିଦିନ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ, କିନ୍ତୁ ଠିକ୍‌ ଢଙ୍ଗରେ ନ ଖାଇଲେ ହୁଏତ ଫାଇଦା ମିଳି ନ ପାରେ। ତେଣୁ ନିୟମ...

ହୃଦ୍‌ରୋଗ ଆଶଙ୍କା କମାଏ ଭିଟାମିନ୍‌ ‘ସି’

ଭିଟାମିନ୍‌ ‘ସି’ଯୁକ୍ତ ଖାଦ୍ୟ ଖାଇଲେ ତାହା ହୃଦ୍‌ଘାତ ଆଶଙ୍କା କମାଇ ଦେଇଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଏ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଡେନ୍‌ମାର୍କର ହୃଦ୍‌ରୋଗ...

ଜାଣନ୍ତି ଅନ୍ୟ ବାସନ ଅପେକ୍ଷା ମାଟିପାତ୍ରରେ ଖାଇଲେ ମିଳିଥାଏ ଏସବୁ ଲାଭ

ଆଲୁମିନିୟମ, ଷ୍ଟିଲ୍‌ ବାସନରେ ରାନ୍ଧିବା ସମୟରେ ଖାଦ୍ୟ ଅନେକ ଥର ଜଳି ଯାଇଥାଏ। ଅବଶ୍ୟ ହଜମ ହେବା ସହଜ କିନ୍ତୁ ସ୍ବାଦ ଏବଂ ପୁଷ୍ଟିକର ଶୂନ୍ୟ...

ମହାମାରୀ ସ୍ପାନିସ୍‌ ଫ୍ଲୁ

ସ୍ପାନିସ୍‌ ଫ୍ଲୁ H1N1 ଇନ୍‌ଫ୍ଲୁଏଞ୍ଜା ଭାଇରସ ଦ୍ବାରା ସୃଷ୍ଟି ହୋଇଥିବା ଦୁଇଟି ମହାମାରୀ ମଧ୍ୟରୁ ପ୍ରଥମ । ଏହି କ୍ରମରେ ଦ୍ବିତୀୟ ମହାମାରୀଟି ହେଉଛି ୨୦୦୯...

ଏହି ୨ଟି କାମ କରିବା ଦ୍ୱାରା ମଣିଷକୁ ମିଳିଥାଏ ପ୍ରକୃତ ସୁଖ-ଶାନ୍ତି; ଆପଣ ବି କରିପାରିବେ

ଭାରତର ଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ନୀତିଶାସ୍ତ୍ରରେ ସୁଖୀ ଜୀବନ ବିତାଇବା ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି।...

ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଆଲୁମିନିୟମ ଫୋଏଲ୍‌

ଆଜିକାଲି ଖାଦ୍ୟପଦାର୍ଥକୁ ପ୍ୟାକ୍‌ କରିବା ପାଇଁ ଆଲୁମିନିୟମ ଫୋଏଲ୍‌ ବ୍ୟବହାର କରାଯାଉଛି। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସତର୍କ କରାଇ ଦେଇଛନ୍ତି ୟୁନିଭର୍ସିଟି...

ଭୁଲରେ ବି ମହୁ ସହ ଖାଆନ୍ତୁ ନାହିଁ ଏସବୁ

ମହୁ ସ୍ବାସ୍ଥ୍ୟ ପାଇଁ ଅଧିକ ଉପକାରୀ ହୋଇଥିବା ବେଳେ, ଥଣ୍ଡା ଲାଗି ବରଦାନ ସଦୃଶ ହୋଇଥାଏ। ଥଣ୍ଡା ସମୟରେ ତୁଳସୀପତ୍ରରେ ମହୁ ମିଶାଇ ସେବନ କଲେ...

Advertisement
Archives

Model This Week