ଚାଷ ପ୍ରତି ବିମୁଖ ଭାଗଚାଷୀ

କେନ୍ଦ୍ରାପଡ଼ା ଅଫିସ/ଯାଜପୁର ଅଫିସ/ବରଗଡ଼ ଅଫିସ୍‌, ୨୭ା୪: ଓଡ଼ିଶା ଦିବସ ପାଳନ ଅବସରରେ ରାଜ୍ୟ ସରକାର ୪୩ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ୮୭୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସୋମବାର ୩୫ ଲକ୍ଷ ଚାଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କୃଷକ କଲ୍ୟାଣକାରୀ ଯୋଜନା, ଓଡ଼ିଶା ପଣସ ମିଶନ, ଓଡ଼ିଶା ମିଲେଟ ମିଶନ ଆଦିରେ ଅର୍ଥ ବ୍ୟୟ ବରାଦ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଭାଗଚାଷୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଦୃଢ଼ ମନୋଭାବରେ ଚାଷ କାର୍ଯ୍ୟକୁ ଆଗେଇ ନେଉଥିବା ଏହି ଶ୍ରେଣୀର ଚାଷୀ ଚଳିତବର୍ଷର ଚାଷ ପାଇଁ ବିମୁଖ ହେଉଛନ୍ତି।
କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଭାଗଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି, ତାଙ୍କର ନିଜର ଜମି ନାହିଁ। ୬ ଜଣିଆ ପରିବାର ପୋଷିବା ପାଇଁ ୫ ଏକର ଜମି ଭାଗରେ ନେଇ ଚାଷ କରୁଛନ୍ତି। ଏଥିପାଇଁ ଧାନ ଫସଲରୁ ଅଧା ଓ ରବି ଫସଲରୁ ଦୁଇ ପଞ୍ଚମାଂଶ ଜମିମାଲିକଙ୍କୁ ଦେବାକୁ ପଡ଼ୁଛି। ହେଲେ ରୋଗପୋକ ଓ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଥିବାବେଳେ ଅମଳ ପରେ ତାଙ୍କ ଭାଗକୁ ଆସୁଥିବା ଧାନ ସରକାରୀ ମଣ୍ଡିରେ ବିକ୍ରି କରିବା ସମ୍ଭବ ହେଉନାହିଁ। ତେଣୁ ସେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ନିଜ ନାମରେ ଜମି ନ ଥିବାରୁ ବ୍ୟାଙ୍କ ଋଣ ଦେଉନାହଁି। ଅଧିକ ସୁଧରେ ମହାଜନଙ୍କଠାରୁ ଋଣ ଆଣି ତାହାକୁ ଶୁଝିବା ପରେ ଯେତିକି ପାରିଶ୍ରମିକ ମିଳୁଛି, ସେଥିରେ ପରିବାର ଗୁଜରାଣ ମେଣ୍ଟାଇବା କଷ୍ଟକର ହେଉଥିବା ପରିଡ଼ା କହିଛନ୍ତି।
ବରଗଡ଼ ଜିଲା ବରଗଡ଼ ବ୍ଲକ କଲାପାଣି ଗ୍ରାମର ଭାଗଚାଷୀ ସୁରେଶ ନେକାଣ୍ଟି କହିଛନ୍ତି, ସେ ୧୦ଏକର ଜମି ଭାଗଚାଷ କରୁଛନ୍ତି। ହେଲେ ଭାଗଚାଷୀଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ରହିଥିବା ସେ ଏପର୍ଯ୍ୟନ୍ତ ଜାଣିନାହାନ୍ତି। ଧାନ ବିକିବା ବେଳେ ଜମି ମାଲିକଙ୍କ ଚାଷୀ ପରିଚୟ ପତ୍ରରେ ଧାନ ବିକୁଛନ୍ତି। ଜମି ମାଲିକଙ୍କ ଆକାଉଣ୍ଟରେ ବିକ୍ରିଧାନର ପ୍ରାପ୍ୟ ଜମା ହେଉଛି। ସେହିପରି ଫସଲକ୍ଷତି ହେଲେ ଯଦି ସରକାର କ୍ଷତିପୂରଣ କିମ୍ବା ବୀମାରାଶି ପ୍ରଦାନ କରୁଛନ୍ତି, ତାହା ମଧ୍ୟ ଜମି ମାଲିକଙ୍କ ପାଖକୁ ଯାଉଛି ବୋଲି ନେକାଣ୍ଟି କହିଛନ୍ତି। ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଭାଗଚାଷୀଙ୍କ ପାଇଁ ରାଜ୍ୟ ସରକାର ବଳରାମ ଯୋଜନା କରିଛନ୍ତି। ଏହି ଯୋଜନା ଅନୁସାରେ ସେମାନେ କୃଷିଋଣ ପାଇପାରିବେ। ହେଲେ ଏହି ଯୋଜନାରେ କେହି ଚାଷୀ ଉପକୃତ ହେବା ଭଳି ଦୃଷ୍ଟାନ୍ତ ବରଗଡ଼ ଜିଲାରେ ନାହିଁ। ଭାଗଚାଷୀମାନେ ଋଣ, ଧାନ, ବିହନ, କୃଷି ଯନ୍ତ୍ରପାତି କିଣିବାରେ ରିହାତି ତଥା ଫସଲକ୍ଷତି ବେଳେ କ୍ଷତିପୂରଣ ପାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବା ମହାପାତ୍ର କହିଛନ୍ତି।
ଯାଜପୁର ଜିଲା କୋରେଇ ବ୍ଲକ ହଳଦିଗଡ଼ିଆ ପଞ୍ଚାୟତ ସାଳକଣା ଗ୍ରାମର ଭାଗଚାଷୀ ଭରତ ନାୟକ ୨୦ ବର୍ଷ ହେଲା ଅନ୍ୟ ଲୋକଙ୍କ ଜମିରେ ଚାଷକରି ଆସୁଛନ୍ତି। ତାଙ୍କ କହିବାନୁଯାୟୀ ସେ ପ୍ରାୟ ୧ ଏକର ଜମିରେ ଚାଷ କରିଥାନ୍ତି। ସାର, ଧାନ ଆଦି ବାବଦକୁ ଖର୍ଚ୍ଚ କରିବା ପରେ ପ୍ରାୟ ୧୭ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥାଏ। ସେଥିରୁ ପ୍ରାୟ ୫ କୁଇଣ୍ଟାଲ ଧାନ ମାଲିକଙ୍କୁ ଦେଇଥାନ୍ତି। ସରକାର ଧାର୍ଯ୍ୟ କରିଥିବା ମୂଲ୍ୟଠାରୁ ବହୁତ କମ୍‌ ଅର୍ଥାତ୍‌ କୁଇଣ୍ଟାଲ ପିଛା ୧୨୦୦ରୁ ୧୩୦୦ ଟଙ୍କାରେ ମଧ୍ୟସ୍ଥଙ୍କ ହାତରେ ଧାନ ବିକ୍ରି କରନ୍ତି। ତାଙ୍କୁ ଟୋକନ ମିଳେ ନାହିଁ। ଫଳରେ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ରେ ଧାନ ବିକ୍ରି କରିବା ସମ୍ଭବପର ନୁହେଁ। ଯେଉଁ ବର୍ଷ ମରୁଡି କିମ୍ବା ବନ୍ୟା, ବାତ୍ୟା ହୁଏ, ସେହି ବର୍ଷ ପରିବାର ଚଳାଇବା କଷ୍ଟକର ହୋଇଥାଏ। ବଳରାମ ଯୋଜନା ଭାଗଚାଷୀଙ୍କ ପାଇଁ କେବଳ ଘୋଷଣା ମାତ୍ର ହୋଇଛି। କାଳିଆ ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ସେ ବଞ୍ଚିତ ହୋଇଛନ୍ତି। ଏପରିକି ଭାଗଚାଷୀ ଟୋକନ ପାଉ ନଥିବାରୁ ସରକାରଙ୍କ ଧାର୍ଯ୍ୟ ଦରଠାରୁ ବହୁ କମ୍‌ ମୂଲ୍ୟରେ ଦଲାଲ ହାତରେ କଷ୍ଟୋପାର୍ଜିତ ଧାନକୁ ଟେକି ଦେଉଛନ୍ତି ବୋଲି ନାୟକ କହିଛନ୍ତି।
କୃଷକ ନେତା ବିଜୟ କୁମାର ପରିଡ଼ା କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କ ଜମି ମଧ୍ୟରୁ ୭୦ ପ୍ରତିଶତ ଭାଗଚାଷ ଦ୍ୱାରା ଫସଲ ହୋଇଥାଏ। ଭାଗଚାଷୀ ଜମି ମାଲିକଙ୍କ ନିକଟରୁ ବର୍ଷକ ପାଇଁ ଚାଷଜମି ଲିଜ୍‌ରେ ନେଇଥାନ୍ତି। ଏଥିପାଇଁ ଧାନ ଫସଲରୁ ଅଧା ଜମିମାଲିକଙ୍କୁ ଦେବାକୁ ହୋଇଥାଏ। କିନ୍ତୁ ଭାଗଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ଅଭାବୀ ବିକ୍ରି ପର୍ଯ୍ୟନ୍ତ ଜମି ମାଲିକଙ୍କ କୌଣସି ସହଯୋଗ ନ ଥାଏ। ଜମି ମାଲିକମାନେ ନିଜକୁ ଚାଷୀ ଦର୍ଶାଇ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହାତେଇ ନେଉଛନ୍ତି। କୃଷକ ବିକାଶ ସମବାୟ ସମିତି ସଭାପତି ପ୍ରମୋଦ କୁମାର ସାହୁ କୁହନ୍ତି, କେନ୍ଦ୍ରାପଡ଼ା ଜିଲାର ୧୫ ପ୍ରତିଶତ ନାମମାତ୍ର ଓ କ୍ଷୁଦ୍ରଚାଷୀ ନିଜ କ୍ଷେତରେ ଚାଷ କରୁଥିବା ବେଳେ ଅବଶିଷ୍ଟ ଭାଗଚାଷୀଙ୍କ ଦ୍ୱାରା ସମ୍ପନ୍ନ ହେଉଛି। ଏହି ଭାଗ ଚାଷୀଙ୍କ ଚିହ୍ନଟୀକରଣ ଅଦ୍ୟାବଧି ହୋଇନାହିଁ। ଫଳରେ ବ୍ୟାଙ୍କଋଣ, ଫସଲବୀମାଠାରୁ ଆରମ୍ଭ କରି କୃଷକ ଉନ୍ନୟନ ଯୋଜନାରେ ସେମାନେ ସାମିଲ ହୋଇ ପାରୁନାହାନ୍ତି। ଏଥିପାଇଁ ପ୍ରଥମେ ଭାଗଚାଷୀ ଚିହ୍ନଟୀକରଣର ଆବଶ୍ୟକତା ଅଛି। କେନ୍ଦ୍ରାପଡ଼ା ଜିଲା ଚାଷୀ ଓ ଶ୍ରମିକ ସଂଘର ସଭାପତି ଗୟାଧର ଧଳ କୁହନ୍ତି, ୨୦୧୫ ମସିହାରେ ଭାଗଚାଷୀ ଚିହ୍ନଟୀକରଣ ପାଇଁ ରାଜ୍ୟ ସରକାର ଏକ ବୈଠକ କରିଥିଲେ। ଏଥିରେ ଜିଲାସ୍ତରୀୟ କୃଷି ଯୋଜନା ସହ ଅନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଭାଗଚାଷୀଙ୍କ ଭାଗୀଦାରି ରହିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଇତିମଧ୍ୟରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଏ ନେଇ କୌଣସି ଅଗ୍ରଗତି ହୋଇନାହିଁ। କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରର ଜମି ମାଲିକ ତ୍ରିଲୋଚନ ଜେନା କୁହନ୍ତି, ଭାଗଚାଷୀଙ୍କୁ ଆଇନଗତ ଭାବେ ସ୍ବୀକୃତି ଦେବା ପାଇଁ କେତେକ ପ୍ରତିବନ୍ଧକ ଅଛି। ଚୁକ୍ତିପତ୍ର କେତେବର୍ଷ ପାଇଁ ହେବ, ଜମି ମାଲିକ ଭାବେ ଟଙ୍କା ଅଥବା ଫସଲର ଭାଗ କେତେ ପାଇବେ ଆଦିର ତର୍ଜମା ହେବା ଆବଶ୍ୟକ। ଭାଗଚାଷୀ ଆଇନ ଆସିଲେ କୃଷି ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ, ତେବେ ଜମିର ସ୍ବତ୍ୱ ସୁରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ସେ ପ୍ରକାଶ କରିଛନ୍ତି। ମହାକାଳପଡ଼ାର ଚାଷୀ ସତ୍ୟବ୍ରତ ସେନାପତି କୁହନ୍ତି, ଜମି ହେଉଛି ପାରିବାରିକ ସମ୍ପତ୍ତି। ଆପଦ ବିପଦର ସାହା ଭରସା। ଏଥିପାଇଁ ଜମି କିଣା ଯାଇଥାଏ। ଭାଗଚାଷୀଙ୍କୁ ଆଇନଗତ ଭାବେ ଲିଜ୍‌ ଦେବା ପରେ ଆବଶ୍ୟକ ସମୟରେ ବିକ୍ରି ଓ ପାରିବାରିକ ଭାଗରେ ସମସ୍ୟା ସୃଷ୍ଟି ହେବ। ମାର୍ଶାଘାଇ ବ୍ଲକ ଦୁମୁକା ଗ୍ରାମର ଅମିୟ ବେହେରା କହିଛନ୍ତ, ଅଭାବୀ ବିକ୍ରି, ପ୍ରାକୃତିକ ବିପର୍ଯ୍ୟୟରେ ସହାୟତା, ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ଭାଗଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଆତ୍ମା ଉପ ପ୍ରକଳ୍ପ ନିର୍ଦ୍ଦେଶକ ମନୋରଞ୍ଜନ ରାଉଳ କହିଛନ୍ତି, ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ବଳରାମ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ୨୦୨୨-୨୩ ସୁଦ୍ଧା ଜିଲାରେ ୫୯୧୨ ଜଏଣ୍ଟ ଲାଇବିଲିଟି ଗ୍ରୁପ୍‌ (ଜିଏଲ୍‌ଜି) ସୃଷ୍ଟି ହୋଇ ୨୭,୫୪୩ ଚାଷୀଙ୍କୁ ୩୮ କୋଟି ୨୭ ଲକ୍ଷ ୪୪ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ୬୮୯ ଗ୍ରୁପ୍‌ ଋଣ ଶୁଝିଛନ୍ତି। ଅଧିକ ଜିଏଲ୍‌ଜି ସୃଷ୍ଟି ପାଇଁ ସଚେତନତା କରାଗଲେ ଭାଗଚାଷୀଙ୍କୁ ଋଣ ମିଳିବାରେ ଅସୁବିଧା ହେବ ନାହିଁ ବୋଲି ଉପ ପ୍ରକଳ୍ପ ନିର୍ଦ୍ଦେଶକ ରାଉଳ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?