୩ ଦିନ ପୂର୍ବରୁ କରାଯାଇଥିଲା ତୁର୍କୀ-ସିରିଆ ବିନାଶକାରୀ ଭୂକମ୍ପର ଭବିଷ୍ୟବାଣୀ

ଆମଷ୍ଟରଡମ,୭ ।୨: ତୁର୍କୀ ଓ ସିରିଆରେ ସୋମବାର ଆସିଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ପ୍ରାୟ ୪୩୬୫ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଆହୁରି ଶହ ଶହ ଲୋକେ ବଡବଡ କୋଠାର ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି । ତେଣୁ ଆଗକୁ ଏହି ମୃତ୍ୟୁ ସଂଖ୍ୟା କେତେ ହେବ ତାହା ଏବେ କଳନା କରିବା କାଠିକାର ପାଠ ହୋଇଯାଇଛି । ତେବେ ଏହି ଭୂକମ୍ପ ସମ୍ପର୍କରେ ୩ ଦିନ ପୂର୍ବରୁ କରାଯାଇଥିବା ଏକ ଭବିଷ୍ୟବାଣୀକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଟୁଇଟରରେ ଏମିତି ଏକ ଭବିଷ୍ୟବାଣୀ କରାଯାଇଥିବା ବେଳେ ଲୋକେ ଏହାକୁ ଗମ୍ଭିରତାର ସହ ନେଇ ନ ଥିଲେ । ଅନେକ ଏହାକୁ ପାଗଳାମି ବୋଲି ବି କହିଥିଲେ ।
ସୂଚନାଯୋଗ୍ୟ, ଭୂକମ୍ପ ଗତିବିଧିର ଅଧ୍ୟୟନ କରୁଥିବା ସୋଲର ସିଷ୍ଟମ ଜିଓମେଟ୍ରି ସର୍ଭେର ଜଣେ ଗବେଷକ ଫ୍ରେକ ହୁଗରବିଟସ୍ ଟୁଇଟରରେ ୩ ଦିନ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ କି ଆଜି ନୁହେଁ ତ କାଲି ଦକ୍ଷିଣ-ମଧ୍ୟ ତୁର୍କୀ, ଜୋର୍ଡାନ, ସିରିଆ ଓ ଲେବାନନର ଆଖପାଖ ଅଞ୍ଚଳରେ ୭.୫ ତୀବ୍ରତାର ଭୂକମ୍ପ ଆସିବ । ହେଲେ ତାଙ୍କର ଏହି ଟୁଇଟକୁ କେହି ଗମ୍ଭିରତାର ସହ ନେଇ ନ ଥିଲେ । କେତେଜଣ ତାଙ୍କର ଏହି ଟୁଇଟକୁ ନେଇ ତାଙ୍କୁ ଜଣେ ମିଛୁଆ ବୈଜ୍ଞାନିକ ବୋଲି ବି କହିଥିଲେ । ତାଙ୍କ ପୂର୍ବ ଭବିଷ୍ୟବାଣୀକୁ ନେଇ ବି ପ୍ରଶ୍ନ ଉଠିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷକ ପରେ ଖୋଲିଲା ସିନେମାଘର

କରାଚୀ,୨୯।୮: ନିକଟରେ ଆଫଗାନିସ୍ଥାନରେ କଠୋରପନ୍ଥୀ ତାଲିବାନୀ ଶାସନକୁ ଏକ ବର୍ଷ ପୂରିଥିବା ବେଳେ ପାଖାପାଖି ବର୍ଷକ ପରେ ଦେଶରେ ସିନେମା ଘର ଖୋଲିଛି। ଏହି ଫିଲ୍ମରେ...

୩୦୦ ଲୋକଙ୍କ ମୃତ୍ୟୁ ପରେ ମୁଣ୍ଡ ନୋଇଲେ ଇରାନ ସରକାର, ୪୦ ବର୍ଷ ପୁରୁଣା ହିଜାବ ଆଇନ ବଦଳାଇବାକୁ ପ୍ରସ୍ତୁତି ଆରମ୍ଭ…

ତେହେରାନ,୪।୧୨ : ଦୁଇ ମାସରୁ ଇରାନରେ ହିଜାବ ବିରୋଧୀ ଆନ୍ଦୋଳନରେ ଏପର୍ଯ୍ୟନ୍ତ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଇରାନର ଇସଲାମ ସରକାର ଲୋକଙ୍କ...

ଆମେରିକାରେ ନୂଆ ବ୍ୟାଙ୍କିଙ୍ଗ ସଙ୍କଟ, ସିଲିକନ ଭ୍ୟାଲି ବ୍ୟାଙ୍କରେ ଲାଗିଲା ତାଲା

କାଲିଫର୍ନିଆ,୧୧ ।୩: ଆମେରିକାରେ ଆରମ୍ଭ ହୋଇଯାଇଛି ନୂଆ ବ୍ୟାଙ୍କିଙ୍ଗ ସଙ୍କଟ । ସେଠାକାର ୧୬ଟି ଶୀର୍ଷ ବ୍ୟାଙ୍କର ତାଲିକାରେ ଥିବା ସିଲିକନ ଭ୍ୟାଲି ବ୍ୟାଙ୍କ(ଏସଭିବି)କୁ ତତ୍କାଳ...

ମୁଶରଫ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲା: ରାୟ ସଂରକ୍ଷିତ; ଦୋଷୀ ସାବ୍ୟସ୍ତ ହେଲେ ହୋଇପାରେ ଫାଶି ଦଣ୍ଡ

ଇସଲାମାବାଦ୍‌,୧୯।୧୧: ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ୍‌ ମୁଶରଫ୍‌ଙ୍କ ବିରୋଧରେ ହୋଇଥିବା ମାମଲାର ରାୟ କୋର୍ଟ ମଙ୍ଗଳବାର ସଂରକ୍ଷିତ ରଖିଛନ୍ତି। ଏଥିରେ...

ରୁଷିଆ ସହ ଏସ୍‌-୪୦୦ ମିଶାଇଲ୍‌ ଡିଲ୍‌: ହଟିବ ଆମେରିକାର ସିଏଏଟିଏସ୍‌ଏ କଟକଣା

ଓ୍ବାଶିଂଟନ,୧୫ା୭: ରୁଷିଆଠାରୁ ୫ଟି ଏସ୍‌-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ କିଣିବା ପାଇଁ ଭାରତର ଚୁକ୍ତି ଆଗରେ ଥିବା ପ୍ରତିବନ୍ଧକ ଏକପ୍ରକାର ହଟିଛି। ଆମେରିକାର ପ୍ରତିନିଧି...

ବରଯାତ୍ରୀଙ୍କ ଉପରେ ଆକାଶରୁ ଟଙ୍କା ବର୍ଷା

କରାଚୀ,୧୬।୩ : ବରଯାତ୍ରୀଙ୍କ ଉପରେ ଫୁଲ ବର୍ଷା ହେବା ସାଧାରଣ କଥା। କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆକାଶରୁ ଟଙ୍କା...

ଭାରତକୁ ଯୁଦ୍ଧ ଧମକ ଦେଲେ ଇମ୍ରାନ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧରେ ପୁଣି ସ୍ବର ଉଠାଇଛନ୍ତି। ଏଥର ସେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଶୁକ୍ରବାର ସେ ପାକ୍‌...

ୟୁକ୍ରେନ ସଙ୍କଟ: ସଂଯମତା ପାଇଁ ଭାରତର ନିବେଦନ

ନୂଆଦିଲ୍ଲୀ,୨୨ ।୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ମଙ୍ଗଳବାର ଭାରତୀୟ ସମୟ ସକାଳ ପ୍ରାୟ ୭ଟା ୩୦ରେ ଆୟୋଜିତ ହୋଇଛି ମିଳିତ...

Advertisement
Archives

Model This Week