ଦିଲ୍ଲୀ ବିଧାନସଭା ତଳୁ ମିଳିଲା ସୁଡ଼ଙ୍ଗ, ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଅଛି ଗୁପ୍ତ ରାସ୍ତା

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ବିଧାନସଭାରେ ଗୁରୁବାର ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ତଥା ବାଚସ୍ପତି ରାମ ନିବାସ ଗୋଏଲ କହିଛନ୍ତି, ଏହି ସୁଡ଼ଙ୍ଗ ବିଧାନସଭା ତଳୁ ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଯାଇଛି। ବ୍ରିଟିଶମାନେ ସ୍ବାଧୀନତା ସଂଗ୍ରାମୀଙ୍କ ଆନ୍ଦୋଳନ ସମୟରେ ଲୋକଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ଏହାକୁ ବ୍ୟବହାର କରୁଥିଲେ ବୋଲି କୁହାଯାଉଛି।

ବାଚସ୍ପତି କହିଛନ୍ତି, ଯେତେବେଳେ ମୁଁ ୧୯୯୩ରେ ବିଧାୟକ ହୋଇଥିଲି, ସେତେବେଳେ ଲାଲ୍‌କିଲ୍ଲାକୁ ଯାଇଥିବା ଏକ ସୁଡ଼ଙ୍ଗ ଗୁଜବ ଉଠିଥିଲା। ମୁଁ ଏହାର ଇତିହାସ ଜାଣିବାକୁ ଚାହିଁଥିଲି। ମାତ୍ର ଏହା ଉପରେ କୌଣସି ସ୍ପଷ୍ଟତା ମିଳି ନ ଥିଲା। କିନ୍ତୁ ଏବେ ଆମକୁ ସୁଡ଼ଙ୍ଗର ଦ୍ୱାର ମିଳିଯାଇଛି। କିନ୍ତୁ ମେଟ୍ରୋ ପ୍ରକଳ୍ପ ଏବଂ ସ୍ବେରେଜ ଯୋଗୁ ସମସ୍ତ ସୁଡ଼ଙ୍ଗ ରାସ୍ତା ନଷ୍ଟ ହୋଇଯାଇଥିବାରୁ ଏହାକୁ ଖୋଳି ନ ଥିଲୁ। ଯେତେବେଳେ ରାଜଧାନୀ କୋଲକାତାଠାରୁ ଦିଲ୍ଲୀକୁ ସ୍ଥାନାନ୍ତର ହେଲା ସେତେବେଳେ ୧୯୧୨ ମସିହାରେ ଦିଲ୍ଲୀ ବିଧାନସଭା ଗୃହ ନିର୍ମାଣ କରୁଥିବା ଏହି କୋଠା କେନ୍ଦ୍ରୀୟ ବିଧାନସଭା ଭାବରେ ବ୍ୟବହୃତ ହୋଇଥିଲା। ପରେ ଏହାକୁ ୧୯୨୬ ମସିହାରେ ଏକ କୋର୍ଟର ରୂପାନ୍ତରିତ କରାଯାଇଥିଲା। ଏହି ସୁଡ଼ଙ୍ଗରେ ବ୍ରିଟିଶମାନେ ସ୍ବାଧୀନତା ସଂଗ୍ରାମୀଙ୍କୁ କୋର୍ଟକୁ ଆଣିବା ପାଇଁ ବ୍ୟବହାର କରୁଥିଲେ। ବାଚସ୍ପତି ଆହୁରି କହିଛନ୍ତି,  ଏହାର ଅସ୍ତିତ୍ୱ ବିଷୟରେ ମୁଁ ଜାଣିଥିଲି କିନ୍ତୁ କେବେ ଏହାକୁ ଖୋଲି ନ ଥିଲି। ସ୍ବାଧୀନତାର ୭୫ ବର୍ଷ ପରେ ଏହି କୋଠରିକୁ ଯାଞ୍ଚ କରିବାକୁ ଯାଇଥିଲି। ସେ କହିଛନ୍ତି, ସ୍ବାଧୀନତା ସଂଗ୍ରାମୀ ଦୃଷ୍ଟିରୁ ବହୁତ ସମୃଦ୍ଧ ଇତିହାସ ରହିଛି। ଏହାକୁ ଏବେ ଆମେ ନବୀକରଣ କରିବାକୁ ଇଚ୍ଛା ପ୍ରକାଶ କରିଛୁ। ଯେପରି ପର୍ଯ୍ୟଟକ ଏବଂ ଆଗନ୍ତୁକମାନେ ଆମର ଇତିହାସର ପ୍ରତିଫଳନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ; X ଠାରୁ ମାଗିଲା ଆକାଉଣ୍ଟ ବିବରଣୀ

ନୂଆଦିଲ୍ଲୀ,୨୯।୭: NEET ପେପର୍‌ ଲିକ ବିରୋଧରେ CJPଙ୍କ ପ୍ରତିବାଦ ସମୟରେ ଏବଂ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ସାମ୍ବିଧାନିକ କାର୍ଯ୍ୟାଳୟକୁ ଟାର୍ଗେଟ କରି ସୋସିଆଲ…

ସ୍ତ୍ରୀଙ୍କୁ ହତ୍ୟାକରି ଶାଶୁଶ୍ୱଶୁରଙ୍କୁ ଭିଡିଓକଲ୍‌ରେ ଦେଖାଇଲେ ଜ୍ୱାଇଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବାଗଲକୋଟ୍‌, ୨୯।୭:କର୍ନାଟକର ବାଗଲକୋଟ୍‌ ଜିଲାରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ୩୨ ବର୍ଷୀୟା ସ୍ତ୍ରୀ ଭାଗ୍ୟଶ୍ରୀ ଜିଗାଲୁରଙ୍କୁ କାଠଫାଳିଆରେ ମାଡ଼ ମାରିବା ପରେ ଶାଢ଼ିରେ…

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

ଅଗଷ୍ଟରେ ୧୦ଦିନ ସ୍କୁଲ-କଲେଜ ବନ୍ଦ, ଦେଖନ୍ତୁ ପୂରା ଛୁଟିଲିଷ୍ଟ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ସ୍କୁଲ କିମ୍ବା କଲେଜରେ ପଢ଼ୁଥିବା ଜଣେ ଛାତ୍ର (କିମ୍ବା ଆପଣଙ୍କ ଘରେ ପିଲା ଅଛନ୍ତି), ତେବେ ଅଗଷ୍ଟ ମାସ ଆପଣଙ୍କ ପାଇଁ…

୨୦୩୬ ସୁଦ୍ଧା ଟଙ୍କାର କୌଣସି ମୂଲ୍ୟ ରହିବ ନାହିଁ? ଏଲୋନ ମସ୍କଙ୍କ ଭବିଷ୍ୟବାଣୀର ଅର୍ଥ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ପୁଣି ଥରେ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ ଆଗାମୀ…

ଡାକ୍ତର ଦମ୍ପତ୍ତିଙ୍କୁ କାଙ୍ଗାଳ କରିଦେଲେ ୨ ଭଉଣୀ: ୪.୫ କୋଟି ଟଙ୍କା ନେଇ…

ଚଣ୍ଡିଗଡ଼,୨୯।୭: ପଞ୍ଜାବର ପଠାଣକୋଟ ଜିଲାରେ ବିଶ୍ୱାସଘାତକତା ଏବଂ ଠକେଇର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡାକ୍ତର ଡକ୍ଟର ଜସପାଲ ସିଂହ ଭିଣ୍ଡର ଏବଂ ତାଙ୍କ…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ…

ହଠାତ୍‌ ସଂସଦରେ ପହଞ୍ଚିଲେ NSA ଅଜିତ ଡୋଭାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୨୯।୭: ସଂସଦର ମୌସୁମୀ ଅଧିବେଶନ ସମୟରେ ବୁଧବାର NSA ଅଜିତ ଡୋଭାଲ ସଂସଦରେ ପହଞ୍ଚିବା ପରେ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଯାଇଛି। ସେହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri