Posted inUncategorized

ଟ୍ୟୁନିସିଆ ବାର୍ତ୍ତାବହ

ଉତ୍ତର ଆଫ୍ରିକୀୟ ଦେଶ ଟ୍ୟୁନିସିଆ ୨୦୧୧ରେ ଦେଖିଥିଲା ଜସ୍ମିନ୍‌ ରିଭୋଲ୍ୟୁଶନ ବା ମଲ୍ଲୀଫୁଲ ବିପ୍ଳବ। ତତ୍‌କାଳୀନ ରାଷ୍ଟ୍ରପତି ଜିନେ ଅଲ୍‌-ଆବିଦିନ୍‌ ବେନ୍‌ ଅଲ୍ଲୀଙ୍କ ଶାସନରେ ଲୋକଙ୍କ ଉପରେ ଅତ୍ୟାଚାର ବଢ଼ିବା ସହ ଦୁର୍ନୀତି ଶେଷ ସୀମାରେ ପହଞ୍ଚତ୍ୟାଇଥିଲା। ଫଳରେ ଦାରିଦ୍ର୍ୟ ସମଗ୍ର ଦେଶକୁ ଗ୍ରାସ କରିଦେଇଥିଲା। ନାଗରିକମାନେ ଅଲ୍ଲୀଙ୍କ ଶାସନରେ ଅତିଷ୍ଠ ହୋଇ ଯେଉଁ ପ୍ରତିବାଦର ସ୍ବର ଉଠାଇଲେ ତାହା ଦ୍ୱାରା ସମଗ୍ର ଆରବ ବିଶ୍ୱ ପ୍ରକମ୍ପିତ ହୋଇଯାଇଥିଲା। ଅଲ୍ଲୀ ଗାଦିଚ୍ୟୁତ ହେଲେ। ଗଣମାଧ୍ୟମରେ ଏହି ବିପ୍ଳବକୁ ଜସ୍ମିନ୍‌ ରିଭୋଲ୍ୟୁଶନ ଆଖ୍ୟା ଦିଆଯିବା ପରେ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକୀୟ ଏକଚ୍ଛତ୍ରବାଦୀ ଶାସକଙ୍କୁ ହଟାଇବା ପାଇଁ ବିଦ୍ରୋହ ଦେଖାଦେଲା। ତେବେ ଟ୍ୟୁନିସିଆର ସେହି ବିପ୍ଳବର ଦଶ ବର୍ଷ ପରେ ପ୍ରଧାନମନ୍ତ୍ରୀ ଥିବା ହିକେମ୍‌ ମେଚିଚି ଦୁର୍ନୀତିରେ ବୁଡ଼ିରହିବାରୁ ତାଙ୍କୁ ନିକଟରେ ରାଷ୍ଟ୍ରପତି କୈସ୍‌ ସଏଦ୍‌ ବହିଷ୍କାର କରିଛନ୍ତି। ଏଥିସହିତ ନୂଆ ପ୍ରଧାନମନ୍ତ୍ରୀ ଭାବେ ନାଜ୍‌ଲା ବଉଦେନ୍‌ ରୋମ୍‌ଦାନେଙ୍କୁ ନିଯୁକ୍ତ କରାଗଲା ବୋଲି ରାଷ୍ଟ୍ରପତି ଘୋଷଣା କରିବା ପରେ ଟ୍ୟୁନିସିଆରେ ନାଗରିକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଦେଶର ତଥା ଆରବ ବିଶ୍ୱର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାରେ ନାଜ୍‌ଲା ଗୌରବ ଅର୍ଜନ କରିଥିବାରୁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ମିଳିବାରେ ଲାଗିଛି।
ନାଜ୍‌ଲା ୨୯ ଜୁନ୍‌ ୧୯୫୮ରେ ଦାର୍‌ ଛାବାନେ ଏଲ୍‌-ଫେହରିଠାରେ ଜନ୍ମଗ୍ରହଣ କରିଥିଲେ ହେଁ କାଇରୌଆନ୍‌ଠାରେ ବଢ଼ିଥିଲେ। ପିଲାଟି ବେଳୁ ସେ ମେଧାବୀ ଥିଲେ। ଟ୍ୟୁନିସ୍‌ସ୍ଥିତ ନ୍ୟାଶନାଲ ଇଞ୍ଜିନିୟରିଂ ସ୍କୁଲର ଜିଓଲୋଜି ପ୍ରଫେସର ଭାବେ କାର୍ଯ୍ୟ କରିଥିବା ନାଜ୍‌ଲା ରାଜନୀତିରେ ପ୍ରବେଶ କରିବା ପରେ ନାରୀବାଦୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଥିଲେ। ମହିଳାମାନଙ୍କ ଉନ୍ନତି ଦିଗରେ ସେ ନେଇଥିବା ପଦକ୍ଷେପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଉଚ୍ଚଶିକ୍ଷିତା ହୋଇଥିବାରୁ ନାଜ୍‌ଲାଙ୍କୁ ଟ୍ୟୁନିସିଆର ଉଚ୍ଚଶିକ୍ଷା ଓ ବୈଜ୍ଞାନିକ ଗବେଷଣା ମନ୍ତ୍ରଣାଳୟ ମିଳିଥିଲା। ତାଙ୍କ ମନ୍ତ୍ରିତ୍ୱ ସମୟରେ ସେ ଦେଶର ଶିକ୍ଷାକୁ ଉଚ୍ଚ ସ୍ତରରେ ନେଇ ପହଞ୍ଚାଇ ଦେଇଥିଲେ। ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତି ଯୋଗୁ ଋଣଭାର ବୃଦ୍ଧି, ମୁଦ୍ରାସ୍ଫୀତି, ବେକାରି ସମସ୍ୟା ବଢ଼ିବା ଆଦି ଅନେକ ବିପଦ ଦେଶକୁ ଘନେଇ ଆସିଛି। ଟ୍ୟୁନିସିଆକୁ ଏଭଳି ସଙ୍କଟରୁ ରକ୍ଷା କରିବା ପାଇଁ ନାଜ୍‌ଲାଙ୍କ ନିଯୁକ୍ତି ସକାରାତ୍ମକ ସଙ୍କେତ ଦେଇଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ତେବେ ତାଙ୍କ ପାଇଁ ଉପରଲିଖିତ ସମସ୍ୟାର ସମାଧାନ ସୂତ୍ର ବାହାର କରିବା ସହ ପୁରୁଷଙ୍କ ଭଳି ନାରୀମାନଙ୍କୁ ସମାନ ଆଇନଗତ ଅଧିକାର କିଭଳି ମିଳିବ, ସେହି ଦିଗରେ କାର୍ଯ୍ୟ କରିବେ ବୋଲି ନାଜ୍‌ଲା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ଅର୍ଥନୈତିକ ଫୋରମ୍‌ ରିପୋର୍ଟ ଅନୁଯାୟୀ ୨୦୦୬ରୁ ୨୦୨୦ ମଧ୍ୟରେ ଲିଙ୍ଗଗତ ସମାନତା ସୂଚକାଙ୍କରେ ଟ୍ୟୁନିସିଆର ର଼୍ୟାଙ୍କ୍‌ ହ୍ରାସ ପାଇ ୯୦ରୁ ୧୨୪ରେ ଆସି ପହଞ୍ଚତ୍ଛି। ଶପଥ ଗ୍ରହଣ ଉତ୍ସବରେ ଭାଷଣ ଦେବା ବେଳେ ନୂଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଶାସନର ମୁଖ୍ୟ ଉଦ୍ଦେଶ୍ୟ ରହିବ ଦୁର୍ନୀତି ବିରୋଧରେ ସଂଗ୍ରାମ। ଦେଶବାସୀଙ୍କ ବଞ୍ଚତ୍ବା ଶୈଳୀରେ ଉନ୍ନତି ଆଣିବା ତାଙ୍କ କାମ୍ୟ। ରାଜକୋଷକୁ ଠିକ୍‌ ଭାବେ ଉପଯୋଗ କରି ଅର୍ଥନୈତିକ ସଂସ୍କାର ଆଣିବା ଦିଗରେ ତାଙ୍କ ସରକାର ଉପଯୁକ୍ତ ରଣକୌଶଳ ଅନୁସରଣ କରିବ ବୋଲି ସେ କହିଛନ୍ତି।
ନାଜ୍‌ଲାଙ୍କ ମନ୍ତ୍ରିମଣ୍ଡଳର ବିଶେଷତ୍ୱ ହେଉଛି ଯେ, ସେ କ୍ୟାବିନେଟ୍‌ର ଏକତୃତୀୟାଂଶ ମନ୍ତ୍ରଣାଳୟରେ ମହିଳାଙ୍କୁ ଦାୟିତ୍ୱ ଦେଇଛନ୍ତି। ଫଳରେ ଦେଶବ୍ୟାପୀ ମହିଳାଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ଓ ଜାଗରଣ ସୃଷ୍ଟି ହୋଇଛି। ତେବେ ଇସ୍‌ଲାମିକ୍‌ ଅନୁପ୍ରାଣିତ ଏନାହଦା ପାର୍ଟି ନାଜ୍‌ଲାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବଛା ଯାଇଥିବାରୁ ତାହା ଅସାମ୍ବିଧାନିକ ବୋଲି କହିଛି। ସୂଚନାଯୋଗ୍ୟ ଯେ, ଟ୍ୟୁନିସିଆ ବିପ୍ଳବ ପରବର୍ତ୍ତୀ ରାଜନୀତିକୁ ଏନାହଦା ପାର୍ଟି ଅକ୍ତିଆର କରିଆସିଥିଲା। କିନ୍ତୁ ଖୁସିର କଥା ଯେ, ନାଜ୍‌ଲା କେବଳ ଟ୍ୟୁନିସିଆର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବା ସହିତ ଆରବ ବିଶ୍ୱରେ ଜଣେ ମହିଳା ଭାବେ ଅନ୍ୟତମ ସର୍ବୋଚ୍ଚ ପଦବୀରେ ଆସୀନ ହେବାର ଗୌରବ ଅର୍ଜନ କରିଛନ୍ତି। ଉଚ୍ଚଶିକ୍ଷା, ସମାନତା ଓ ସ୍ବାଧୀନ ଚିନ୍ତାଧାରା ଏବଂ ନେତୃତ୍ୱ ନେବାର ଦକ୍ଷତା ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କୁହାଯାଇପାରିବ। ନାଜ୍‌ଲାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ସଏଦ୍‌ ମୋହର ଦେବା ବେଳେ ଯଥାର୍ଥରେ କହିଥିଲେ ଯେ, ଏହି ଖବର ନିଶ୍ଚିତ ଭାବେ ଟ୍ୟୁନିସିଆ ଓ ଏହାର ମହିଳାଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ଆଣିଦେଇଛି। ଅତଏବ ମଲ୍ଲିଫୁଲ ବିପ୍ଳବର ଦଶନ୍ଧି ପରେ ଟ୍ୟୁନିସିଆରେ ଯେଉଁ ନେତୃତ୍ୱ ପରିବର୍ତ୍ତନ ଆସିଛି ନାଜ୍‌ଲା ତାହାର ନବବାର୍ତ୍ତାବହ ପାଲଟିବେ ବୋଲି ଦେଶବାସୀଙ୍କ ଆଶା ରହିବା ସ୍ବାଭାବିକ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri