Posted inଜାତୀୟ

‘ଟୁକ୍‌ଡେ-ଟୁକ୍‌ଡେ ଗ୍ୟାଙ୍ଗ୍‌ ଲିଡର କଂଗ୍ରେସ’

ନୂଆଦିଲ୍ଲୀ,୮ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପାର୍ଲାମେଣ୍ଟରେ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ବ୍ରିଟିଶ ଶାସକ ଚାଲିଯାଇଛନ୍ତି ହେଲେ ସେମାନଙ୍କ ‘ବିଭାଜନ ଓ ଶାସନ’ ନୀତି ଏହି ଦଳର ଚରିତ୍ରରେ ପରିଣତ ହୋଇଛି। କଂଗ୍ରେସ ‘ଟୁକ୍‌ଡେ-ଟୁକ୍‌ଡେ ଗ୍ୟାଙ୍ଗ’ର ନେତା ପାଲଟିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଲୋକ ସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ପ୍ରଧାନମନ୍ତ୍ରୀ କହିଥିଲେ, ବାରମ୍ବାର ହାରିବା ସତ୍ତ୍ୱେ ଏହି ସର୍ବପୁରାତନ ଦଳ ନିଜର ଅହଂକାର ଛାଡ଼ିପାରି ନାହିଁ। ଏହି ଦଳ କରିଥିବା କୁକର୍ମ ଲାଗି ଆଗାମୀ ୧୦୦ ବର୍ଷ ଯାଏ କ୍ଷମତାକୁ ଆସିବ ନାହିଁ, ତାହା ଏହାର ନେତାମାନେ ଧରିନେଇଥିବା ଜଣାପଡ଼ୁଛି ବୋଲି ମୋଦି କହିଥିଲେ।

କୋଭିଡ୍‌ ମହାମାରୀ ବେଳେ କଂଗ୍ରେସ ସବୁ ସୀମା ଟପିଯାଇଥିଲା। ପ୍ରଥମ ଲହର ବେଳେ ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ଲୋକେ ମାନୁଥିବାବେଳେ ମୁମ୍ବାଇ ଷ୍ଟେଶନରେ କଂଗ୍ରେସ ନେତା ଛିଡ଼ାହୋଇ ନିରୀହ ଶ୍ରମିକମାନଙ୍କୁ ଭୟଭୀତ କରାଇଥିଲେ ଓ ସେମାନଙ୍କୁ ନିଜ ରାଜ୍ୟକୁ ଚାଲିଯିବା ପାଇଁ ବାଧ୍ୟ କରିଥିଲେ। ଫଳରେ ହଜାର ହଜାର ଲୋକ ଚାଲି ଚାଲି ଓ ଟ୍ରକ୍‌ ଯୋଗେ ନିଜ ରାଜ୍ୟକୁ ଫେରିଯାଇଥିଲେ, ଯେଉଁଥିପାଇଁ ସାରା ଦେଶକୁ ସଂକ୍ରମଣ ବ୍ୟାପିଗଲା। ଏପରି କରି କଂଗ୍ରେସ ବଡ଼ ପାପ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରାୟ ୧୦୦ ମିନିଟର ଭାଷଣରେ ମୋଦି ବିରୋଧୀ ଦଳକୁ ସମାଲୋଚନା କରି ଏହି ଦଳ ଅନ୍ଧ ଭାବେ ବିରୋଧ କରୁଥିବା ଏବଂ ବିଚ୍ଛିନ୍ନତାବାଦକୁ ସୁଦୃଢ଼ କରୁଥିବା କହିଥିଲେ। ସମାଲୋଚନା ଗଣତନ୍ତ୍ର ପାଇଁ ଅଳଙ୍କାର ହୋଇଥିବାବେଳେ ଅନ୍ଧ ବିରୋଧ ଗଣତନ୍ତ୍ର ପାଇଁ ଅପମାନ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ।

କେନ୍ଦ୍ର ସରକାର ଭୋକାଲ ଫର୍‌ ଲୋକାଲ କଥା କହୁଛନ୍ତି, ଯାହା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ ଥିଲା। ହେଲେ ବିରୋଧୀ ଏହାକୁ ତାଚ୍ଛଲ୍ୟ କରୁଛନ୍ତି। ସେହିପରି ଆମେ ଯୋଗ ଓ ଫିଟ୍‌ ଇଣ୍ଡିଆ କଥା କହୁଥିବାବେଳେ ସେମାନେ ଏହାକୁ ଉପହାସ କରୁଛନ୍ତି। ବିଭାଜନକାରୀ ମାନସିକତା କଂଗ୍ରେସର ଡିଏନ୍‌ଏରେ ରହିଯାଇଛି ବୋଲି ମୋଦି କହିଛନ୍ତି। ୧୯୭୧ରେ ନିର୍ବାଚନ ଜିତିବା ବେଳେ କଂଗ୍ରେସର ସ୍ଲୋଗାନ ଥିଲା ‘ଦାରିଦ୍ର୍ୟ ଦୂରୀକରଣ’। ଦାରିଦ୍ର୍ୟ ଦୂର ହେଲା ନାହିଁ। ଲୋକେ ଏହି ଦଳକୁ କ୍ଷମତାରୁ ଦୂରେଇ ଦେଲେ। ଅନେକ ରାଜ୍ୟ ବହୁ ଦଶନ୍ଧି ହେଲା କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଆଗାମୀ ଦିନରେ ଭାରତ କିପରି ବିଶ୍ୱରେ ନେତୃତ୍ୱ ଭୂମିକା ତୁଲାଇ ପାରିବ ତାହା ଚିନ୍ତା କରିବାର ଏହା ପ୍ରକୃଷ୍ଟ ସମୟ। ମହାମାରୀ ପରେ ବିଶ୍ୱ ଏବେ ଏକ ନୂଆ ବିଶ୍ୱ ଗଠନ ଦିଗରେ ଦ୍ରୁତ ବେଗରେ ଆଗେଇ ଚାଲିଛି। ଭାରତ ଏହି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଲୋକ ସଭାରେ ଗୃହୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri