ଯକ୍ଷ୍ମାର ଘଟିବ ଅନ୍ତ

ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି ବିଶ୍ୱର ପ୍ରାୟ ସର୍ବତ୍ର ଦେଖାଯାଉଥିଲେ ମଧ୍ୟ ରୋଗାକ୍ରାନ୍ତ ବ୍ୟକ୍ତିମାନେ ମୁଖ୍ୟତଃ ବିଶ୍ୱର ଗରିବ ଦେଶଗୁଡ଼ିକର ଗରିବ ବାସିନ୍ଦା। ରୋଗୀମାନଙ୍କ ମଧ୍ୟରୁ ପାଖାପାଖି ଏକ ତୃତୀୟାଂଶ ହେଉଛନ୍ତି ଭାରତୀୟ ଉପମହାଦେଶର ଅଧିବାସୀ। ସବୁଠାରୁ ଅଧିକ ରୋଗୀ ରହିଛନ୍ତି ଭାରତ ଏବଂ ଚାଇନାରେ। ଯକ୍ଷ୍ମା ସଂକ୍ରମଣ ଭାରତ ଉପରେ ଏକ ବିରାଟ ବୋଝ ରୂପେ ଦଣ୍ଡାୟମାନ। ଭାରତରେ ରହିଛନ୍ତି ୨୦ ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀ। ପ୍ରତି ତିନି ମିନିଟରେ ଦୁଇ ଜଣ ବ୍ୟକ୍ତି ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥାଆନ୍ତି।
ଯକ୍ଷ୍ମା ଏକ ଜୀବାଣୁଜନିତ ରୋଗ। ଜୀବାଣୁଟିର ନଁା ‘ମାଇକୋବ୍ୟାକ୍ଟେରିୟସ’। ଯକ୍ଷ୍ମା ଦ୍ୱାରା ଆକ୍ରାନ୍ତ ରୋଗୀଙ୍କର ଛେପଖଙ୍କାରରେ ଏହି ଜୀବାଣୁ ରହିଥିଲେ ସେହି ରୋଗୀଠାରୁ ସଂକ୍ରମଣ ପ୍ରସାରଲାଭ କରେ। ରୋଗଟି ବାୟୁବାହିତ। ସଂକ୍ରମିତ ରୋଗୀର କାଶ ଓ ଛିଙ୍କ ଦ୍ୱାରା ଜୀବାଣୁ ବାୟୁରେ ମିଶି ସୁସ୍ଥ ଲୋକର ଶରୀରରେ ପ୍ରବେଶ କରେ ଓ ରୋଗ ସୃଷ୍ଟିର କାରଣ ହୋଇପଡ଼େ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସବୁ ବୟସର ଲୋକେ ଏହି ରୋଗ ଭୋଗିଥାଆନ୍ତି। କିନ୍ତୁ ମହିଳାମାନଙ୍କ ତୁଳନାରେ ପୁରୁଷମାନେ ରୋଗଟି ପ୍ରତି ଅଧିକ ସମ୍ବେଦନଶୀଳ।
ଶରୀରର ପ୍ରାୟ ସବୁ ରଙ୍ଗକୁ ଯକ୍ଷ୍ମା ଆକ୍ରାନ୍ତ କରିଥାଏ। ଚର୍ମ, ଅନ୍ତନଳୀ, ହାଡ଼, ଗଣ୍ଠି, ଲସିକା ଗ୍ରନ୍ଥି, କିଡ୍‌ନୀ ଏପରିକି ମସ୍ତିଷ୍କ-କୌଣସିଟି ଯକ୍ଷ୍ମା କବଳରୁ ସୁରକ୍ଷିତ ନୁହେଁ। କିନ୍ତୁ ପାଖାପାଖି ୮୦ ଶତାଂଶ କ୍ଷେତ୍ରରେ ରୋଗ ହୋଇଥାଏ ଫୁସ୍‌ଫୁସ୍‌ରେ। ଜୀବାଣୁଗୁଡ଼ିକ ବାୟୁବାହିକ ହୋଇଥିବାରୁ ରୋଗ ମୁଖ୍ୟତଃ ଫୁସ୍‌ଫୁସ୍‌କୁ ସଂକ୍ରମିତ କରିବା ସ୍ବାଭାବିକ। ଯକ୍ଷ୍ମା ଜୀବାଣୁ ମଣିଷ ଶରୀରରେ ବର୍ଷ ବର୍ଷ ଧରି ନିଷ୍କ୍ରିୟ ହୋଇ ରହି ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ସକ୍ରିୟ ହୋଇଉଠେ ଏବଂ ରୋଗ ସୃଷ୍ଟିର କାରଣ ହୋଇପଡ଼େ। ରୋଗଟି ବଂଶଗତ ନୁହେଁ।
ଡାଇବେଟିସ୍‌, କ୍ୟାନ୍‌ସର ରୋଗୀ, ଏଚ୍‌ଆଇଭି ସଂକ୍ରମିତ ରୋଗୀ, ଅପପୁଷ୍ଟି ଆକ୍ରାନ୍ତ ବ୍ୟକ୍ତି, ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତି, ମାନସିକ ଚାପଗ୍ରସ୍ତ ଲୋକ ଏବଂ ଷ୍ଟେରଏଡ୍‌ ଔଷଧ ଚିକିତ୍ସାରେ ରହିଥିବା ରୋଗୀ ଯକ୍ଷ୍ମାଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। କାରଣ ଏମାନଙ୍କଠାରେ ହ୍ରାସ ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି। ବାୟୁ ଚଳାଚଳ ହେଉ ନ ଥିବା ଛୋଟ ଘରେ ରହୁଥିଲେ ରୋଗ ହେବାର ଆଶଙ୍କା ଅଧିକ।
ଲକ୍ଷଣ: ଯକ୍ଷ୍ମା ରୋଗର ପ୍ରଧାନ ଲକ୍ଷଣ ବିଷୟରେ ଜାଣି ରଖିବା ନିହାତି ଦରକାର। ସବୁରୋଗୀଙ୍କଠାରେ ଲକ୍ଷଣ ପ୍ରକାଶ ପାଇ ନ ଥାଏ। ଯେଉଁ ରୋଗୀମାନଙ୍କଠାରେ ଲକ୍ଷଣ ପ୍ରକାଶ ପାଇଥାଏ, ସେହି ଲକ୍ଷଣଗୁଡ଼ିକ ମଧ୍ୟରେ ପ୍ରଧାନ ହେଲା ସାମାନ୍ୟ ଜ୍ୱର ଓ କାଶ। ଏହି ଲକ୍ଷଣ ତିନି ସପ୍ତାହରୁ ବେଶି ସମୟ ଲାଗି ରହିପାରେ। ସାଧାରଣତଃ ଜ୍ୱର ଆସିଥାଏ ସନ୍ଧ୍ୟା ସମୟରେ। ରାତିରେ ଝାଳ ବୁହେ। ଛାତିରେ ଯନ୍ତ୍ରଣା ହୋଇପାରେ। ଭୋକ ମରିଯାଏ। ଖୁବ୍‌ ହାଲିଆ ଲାଗେ। କମିଯାଏ ଓଜନ। ଚିକିତ୍ସା ନ କଲେ ରୋଗୀ ହୋଇଯାଏ କଙ୍କାଳସାର।
ରୋଗ ନିର୍ଣ୍ଣୟ ପାଇଁ ପରୀକ୍ଷା : ଯକ୍ଷ୍ମା ରୋଗର ନିର୍ଣ୍ଣୟ ପାଇଁ ଡାକ୍ତର ପ୍ରଥମେ ଷ୍ଟେଥେସ୍କୋପ ସାହାଯ୍ୟରେ ରୋଗୀର ଫୁସ୍‌ଫୁସ୍‌ ପରୀକ୍ଷା କରିଥାଆନ୍ତି। ବେକରେ ଲସିକା ଗ୍ରନ୍ଥି ବଢ଼ିଛି କି ନାହିଁ ପରୀକ୍ଷା କରି ଦେଖନ୍ତି। ଚର୍ମ ତଳେ ଇଞ୍ଜେକଶନ ଦେଇ କରାଯାଏ ମାଣ୍ଟ ପରୀକ୍ଷା। କରାଯାଏ ରକ୍ତ ପରୀକ୍ଷା ଏବଂ ଛାତିର ଏକ୍ସ-ରେ। ସ୍ଥଳବିଶେଷରେ ଆବଶ୍ୟକ ପଡ଼ିପାରେ ଫୁସ୍‌ଫୁସ୍‌ର ସିଟି ସ୍କାନ୍‌। ତେବେ ଯକ୍ଷ୍ମା ରୋଗ ନିର୍ଣ୍ଣୟ ପାଇଁ ରୋଗୀର ଖଙ୍କାର ପରୀକ୍ଷା ଜରୁରୀ, ଯେଉଁଥିରୁ ସେଥିରେ ଯକ୍ଷ୍ମା ଜୀବାଣୁ ଅଛି କି ନାହିଁ ଜଣାପଡ଼ିଲେ ରୋଗ ନିର୍ଣ୍ଣୟରେ ଆଉ କୌଣସି ସନ୍ଦେହ ରହେ ନାହିଁ।
ଚିକିତ୍ସା: ରୋଗ ନିର୍ଣ୍ଣିତ ହେବା ପରେ ଆରମ୍ଭ କରାଯାଏ ଚିକିତ୍ସା। ଯକ୍ଷ୍ମାର ଫଳପ୍ରଦ ଚିକିତ୍ସା ପାଇଁ ଅନେକ ଔଷଧ ଉପଲବ୍ଧ। ନିୟମିତ ତଥା ଯଥାର୍ଥ ଚିକିତ୍ସାରେ ରହିଲେ ରୋଗର ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ। କିନ୍ତୁ ଯକ୍ଷ୍ମା ଜୀବାଣୁ ଏବେ ଏକାଧିକ ଔଷଧ ପ୍ରତି ପିଠିଆ ହୋଇପଡ଼ିବା ଚିକିତ୍ସକମାନଙ୍କ ପାଇଁ ଏକ ବିରାଟ ଆହ୍ବାନ ରୂପେ ଉଭା ହେଲାଣି। ଏହାବ୍ୟତୀତ ଔଷଧ ଖାଇବାରେ ଅନିୟମିତ, ଚିକିତ୍ସିତ ହେଲା ବେଳେ ଟିକିଏ ସୁସ୍ଥ ଅନୁଭବ କଲେ ଚିକିତ୍ସା ଅଧାରୁ ଔଷଧ ବନ୍ଦ କରିଦେବା ଏବଂ ନିୟମିତ ଭାବରେ ରୋଗୀ ପାଇଁ ଔଷଧ ଉପଲବ୍ଧ ନ ହେବା ହେଉଛି ଔଷଧ ନିରୋଧିତାର କେତେକ ମୁଖ୍ୟ କାରଣ। ଜୀବାଣୁଗୁଡ଼ିକ ଔଷଧ ବିରୋଧୀ ହୋଇପଡ଼ିବା ଯୋଗୁ ଚିକିତ୍ସା ସମସ୍ୟା ହୋଇପଡ଼ିଛି ଅଧିକ ଜଟିଳ। ସେଥିପାଇଁ ଏବେ ଡାଇରେକ୍ଟଲି ଅବ୍‌ଜରଭଡ ଥେରାପି ବା ‘ଡଟ୍‌’ ପଦ୍ଧତିରେ ଚିିକିତ୍ସା କରି ସୁଫଳ ମିଳୁଛି। ଏହି ପଦ୍ଧତିରେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତ୍ୟକ୍ଷ ତଦାରଖରେ ରୋଗୀକୁ ନିୟମିତ ଔଷଧ ଖୁଆଇବା ବ୍ୟବସ୍ଥା ଅନୁସୃତ ହେଉଛି। ଯକ୍ଷ୍ମାରୋଗର ନିବାରଣ ପାଇଁ ଶିଶୁଙ୍କୁ ଦିଆଯାଉଛି ବିସିଜି ଟିକା।
ଯକ୍ଷ୍ମା ହେଉଛି ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ଏକ ସାମାଜିକ ବ୍ୟାଧି। ଏହାକୁ ସମାଜ ମଙ୍ଗଳର ବାରୋମିଟର ଭାବରେ ଅଭିହିତ କରାଯାଉଛି। ୨୦୩୦ ମସିହା ସୁଦ୍ଧା ବିଶ୍ୱକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ୨୦୨୫ ସୁଦ୍ଧା ଯକ୍ଷ୍ମାକୁ କରାୟତ୍ତ କରିବା ଲକ୍ଷ୍ୟ ରଖିଛି ଭାରତ।
-ଡା. ନିତ୍ୟାନନ୍ଦ ସ୍ବାଇଁ,
ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?