ଇଟାଭାଟି ଧୂଆଁ ଯୋଗୁ ପ୍ରଦୂଷଣ

ପଟ୍ଟାମୁଣ୍ଡାଇ,୨୪ା୩ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଛି। ଶନିବାର ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି। ମାତ୍ର ବେଆଇନ ନାଲି ଇଟାଭାଟିର ନିଆଁଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ହୋଇ ତାତି ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ଇଟାଭାଟିରୁ ବାହାରୁଥିବା ଧୂଆଁ ଓ କୋଇଲା ପାଉଁଶ ଗୁଣ୍ଡ ଉଡ଼ି ଗଛର ପତ୍ର ଉପରେ ଏକ ଆସ୍ତରଣ ସୃଷ୍ଟି ହେବାରେ ଲାଗିଛି। ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଧୂଆଁ ଯୋଗୁ ଲୋକେ ଅଣନିଃଶ୍ୱାସୀ ହେଇପଡୁଛନ୍ତି। ଇଟାଭାଟି ବନ୍ଦ କରିବାକୁ ତହସିଲଦାର ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ରାସ୍ତାପାର୍ଶ୍ୱରେ ଇଟାଭାଟି ବେଧଡ଼କ ଭାବେ ଚାଲୁଛି। ପ୍ରଶାସନ କାହିଁକି ନୀରବ ରହିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ପରିବେଶବିତ୍‌ ବିଭୂତି ମହାପାତ୍ର କୁହନ୍ତି, ଇଟାଭାଟିରୁ ନିର୍ଗତ ଧୂଆଁ ଯୋଗୁ ବାୟୁମଣ୍ଡଳରେ ଉଷ୍ଣତା ସହ ଅଙ୍ଗାରକାମ୍ଲ ଗ୍ୟାସ ବଢ଼ିବାରେ ଲାଗିଛି। ଫଳରେ ଆଖପାଖ ଅଞ୍ଚଳରେ ଛୋଟ ଶିଶୁଙ୍କ ସମେତ ବୃଦ୍ଧାବୃଦ୍ଧ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି ା ରାଜସ୍ବ କର୍ମଚାରୀମାନେ ଲୋକଦେଖାଣିଆ ଇଟାଭାଟି ମାଲିକଙ୍କ ନିକଟକୁ ଆସି କିଛି ଫାଇନ୍‌ ଆଦାୟ କରିବା ବଦଳରେ ହାତ ଚିକ୍କଣ କରି ଚୁପ୍‌ ହୋଇ ଚାଲି ଯାଉଛନ୍ତି। ଏଥିପାଇଁ ରାଜସ୍ବ କର୍ମଚାରୀମାନେ ଦାୟୀ ଅଟନ୍ତି।
କୃଷକନେତା ବିଜୟ ଦାସ, କ୍ଷୀରୋଦ ମଲିକ, ଅନନ୍ତ ଦାସ, ସର୍ବଶ୍ୱେର ସେଠୀ କୁହନ୍ତି, କେନ୍ଦ୍ରାପଡ଼ା ଏକ କୃଷିପ୍ରଧାନ ଜିଲା ଭାବେ ପରିଚିତ। ବହୁ ନଦୀନାଳ ଜିଲାରେ ପ୍ରବାହିତ। ବିଶେଷ କରି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳ ପାଖ ଦେଇ ବ୍ରାହ୍ମଣୀ ଓ ଗୋବରୀ ନଦୀର ଅବବାହିକାରେ ଥିବା ମାଟି ଦୋରସା ଓ ବାଲିଆ ହୋଇଥିବାରୁ ସେଠାରେ ବିଭିନ୍ନ କୃଷିଜାତ ଫସଲ ଓ ପନିପରିବା କରି ଚାଷୀମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର କିଛିବର୍ଷ ହେବ ବ୍ୟବସାୟୀମାନେ ନଦୀ ପଠାରେ ଇଟାଭାଟି କରିବା ସହ ଜିଲା ଓ ଜିଲା ବାହାରକୁ ନାଲି ଇଟା ବିକ୍ରୟ କରୁଛନ୍ତି। ଏହାଦ୍ୱାରା ଶତାଧିକ ଏକର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏ ଦିଗରେ ତହସିଲଦାର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ଚାଷୀମାନେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି।
ସାମାଜିକ କର୍ମୀ ପ୍ରବୀର ନାୟକ କୁହନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ମାଟିଆ, ତାତନା, ଅଳଭା, କଷଣଅଣ୍ଟା ଗ୍ରାମରେ ଚାଲିଥିବା ଚୋରା ଇଟାଭାଟି ଯୋଗୁ ପ୍ରଦୂଷଣ ବଢ଼ିଚାଲିଛି। ଫଳରେ ଏହି ଅଞ୍ଚଳର ଲୋକେ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଥଣ୍ଡା, କାଶ ଓ ଶ୍ୱାସରୋଗ ବ୍ୟାପୁଛି। ଦିନକୁ ଦିନ ଏହି ଅଞ୍ଚଳରେ ଅନେକ ଶ୍ୱାସରୋଗୀଙ୍କୁ ଦେଖିବାକୁ ମିଳୁଛି। ଦିନରାତି ଇଟା ପୋଡ଼ା ହେଉଛି। ଫଳରେ ଗାଁ ଗହଳିକୁ ପ୍ରବଳ ଧୂଆଁ ମାଡ଼ିଆସୁଛି। ଲୋକେ ଥଣ୍ଡା, କାଶରେ ପୀଡ଼ିତ ହେଉଥିବା ବେଳେ ପ୍ରଦୂଷଣ ଯୋଗୁ ସହଜରେ କେହି ଆରୋଗ୍ୟ ହେଉନାହାନ୍ତି। ବିଶେଷକରି ବରିଷ୍ଠ ନାଗରିକମାନେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି ବୋଲି କହିଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଉପଜିଲାପାଳ ରବିନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ଇଟାଭାଟିଗୁଡିକ ବନ୍ଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଉପରେ ପଦକ୍ଷେପ ତହସିଲଦାର ନେବେ ବୋଲି ସେ କହିଛନ୍ତି ା ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ବେଆଇନ ଇଟାଭାଟି ଉପରେ ଚଢାଉ କରାଯାଇ ଇଟାଗୁଡିକୁ ନଷ୍ଟ କରାଯିବା ନିର୍ଦ୍ଦେଶ ଆସିଛି। ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri