ଏଚ୍‌ଆଇଏଲ୍‌ର ନୂତନ ଉତ୍ପାଦ ରେଞ୍ଜ

ଭୁବନେଶ୍ୱର,୨୪।୩: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ଏବଂ ଅଗ୍ରଣୀ କଞ୍ଜୁମର ଡୁରାବଲ୍ସ ବ୍ରାଣ୍ଡ୍‌ ଲଏଡ୍‌ ଓ ହାଭେଲସ ଇଣ୍ଡିଆ ଲିମିଟେଡ (ଏଚ୍‌ଆଇଏଲ୍‌) ର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ ମେକ୍‌ ଇନ୍‌ ଇଣ୍ଡିଆ ରଣନୀତିକୁ ଅଧିକ ସୁଦୃଢ କରିବା ପାଇଁ କମ୍ପାନୀ ପ୍ରତିଶ୍ରୁତିଭିତ୍ତିକ ଦୃଷ୍ଟିକୋଣ ସମ୍ପର୍କରେ ଘୋଷଣା କରିଛି। ବିଶେଷକରି ବ୍ରାଣ୍ଡ୍‌ର ଲଏଡ୍‌ ଷ୍ଟେଲର ଓ ଷ୍ଟାଇଲିଶ ଏୟାର କଣ୍ଡିସନର ରେଞ୍ଚ ସହ ଅଗ୍ରଣୀ ରେଫ୍ରିଜରେଟର ରାପିଡ କୁଲ ଟେକ୍‌ନୋଲୋଜି ସହ ସଜ୍ଜିତ ହୋଇଛି। ମାତ୍ର ୨୯ମିନିଟ୍‌ରେ ବରଫ ଉପତ୍ାଦନ କରିବାକୁ ଏହା ସକ୍ଷମ ହୋଇଥାଏ। ତା ’ସହ ଅଟୋମାଟିକ ୱାଶିଂ ମେଶିନ ଓ ଗୁଗ୍‌ଲ କ୍ୟୁ ଏଲ୍‌ଇଡି ଟିଭି ବର୍ତ୍ତମାନ ୮୫ ଇଞ୍ଚ ଓ ୧୦୦ ଇଞ୍ଚ ମଡେଲ ବୈଶିଷ୍ଟ୍ୟତା ସହ ବଜାରରେ ଉପଲବ୍ଧ ହେଉଛି। ଏ ସମ୍ପର୍କରେ ଏଚ୍‌ଆଇଏଲ୍‌ର ଇଡି ଯୋଗେଶ କୁମାର ଗୁପ୍ତା କହିଛନ୍ତି, ଆଜି ହାଭେଲ୍ସ ମେକ୍‌ ଇନ୍‌ ଇଣ୍ଡିଆ ପଦକ୍ଷେପ ପ୍ରତି ସଜାଗ ରହି ତା’ର ପ୍ରତିବଦ୍ଧତାକୁ ଦର୍ଶାଇବା ସହ ଆମ ଯାତ୍ରାରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବ୍ରାଣ୍ଡ୍‌ର ଉନ୍ନତ ଏସି, ୱାଶିଂ ମେଶିନ, ଟିଭି ଓ ରେଫ୍ରିଜରେଟର ସହ ଚଳିତ ବର୍ଷ ପାଇଁ ଆମର ଦୃଢ ଉପତ୍ାଦ ଲାଇନଅପ୍‌ ଉପସ୍ଥାପନ କରି ଆମେ ବେଶ୍‌ ଆନନ୍ଦିତ ଅଛୁ। ସେହିଭଳି ଲଏଡ୍‌ର ଇଭିପି ଆଲୋକ ଟିକା କହିଛନ୍ତି, ବ୍ରାଣ୍ଡ୍‌ ଉତ୍କର୍ଷ ଓ ନୂତନତାର ନିରନ୍ତର ପ୍ରଦର୍ଶନକୁ ଦର୍ଶାଇ ଆମେ ଭାରତର ପ୍ରଥମ ଡିଜାଇନର ଷ୍ଟେଲାର ଆଣ୍ଡ ଷ୍ଟାଇଲିଶ ଏସି ପରିସରକୁ ଉନ୍ମୋଚନ କରିଛୁ। ଏହି ପ୍ରିମିୟମ ଏସିଗୁଡ଼ିକ ଭାରତୀୟ ତଥା ବିଦେଶୀ ଗ୍ରାହକଙ୍କ ଲାଗି ଉପଯୁକ୍ତ ଷ୍ଟାଇଲ,କାର୍ଯ୍ୟଦକ୍ଷତା ଓ ପ୍ରଯୁକ୍ତିବିଦ୍ୟାକୁ ନେଇ ନିର୍ମିତ ହୋଇଛି। ସେହିପରି ଲଏଡ୍‌ର ଇଭିପି ରାଜେଶ ରାଠୀ କହିଛନ୍ତି, ବ୍ରାଣ୍ଡ୍‌ର ନୂତନ ଉତ୍ପାଦ (ନୂଆ ଉଦ୍ଭାବନ)ଗୁଡିକୁ ବଜାରକୁ ଆଣି ଆମେ ବେଶ୍‌ ଉତ୍ସାହିତ ଅଛୁ, ଯାହା ପ୍ରକୃତରେ ଶିଳ୍ପର ଏକ ନୂତନ ମାନଦଣ୍ଡ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?