ଗର୍ଭାବସ୍ଥାରେ ଯକ୍ଷ୍ମା

ବର୍ତ୍ତମାନ ଭେଷଜ ବିଜ୍ଞାନର ଅଗ୍ରଗତି ଯୋଗୁ ଯକ୍ଷ୍ମାର ଅତ୍ୟାଧୁନିକ ଚିକିିସତ୍ା ସମ୍ଭବ ହୋଇପାରୁଛି ଓ ଅନେକ ଲୋକ ଆରୋଗ୍ୟ ମଧ୍ୟ ହେଉଛନ୍ତି ା ତଥାପି ବି କମୁନି ଏହି ରୋଗର ଦାୈରାମତ୍‌ୟ। ତେଣୁ ଏହାକୁ ରୋକିବା ଲାଗି ସତର୍କତା ଓ ସଚେତନତା ହିଁ ଏକମାତ୍ର ଉପାୟ…

ବର୍ତ୍ତମାନ ଭେଷଜ ବିଜ୍ଞାନର ଅଗ୍ରଗତି ଯୋଗୁ ଯକ୍ଷ୍ମାର ଅତ୍ୟାଧୁନିକ ଚିକିିସତ୍ା ଦ୍ୱାରା ଅନେକେ ଆରୋଗ୍ୟ ହୋଇପାରୁଛନ୍ତି। କିନ୍ତୁ ଏବେବି ଏହାର ଦାୈରାମତ୍‌ୟ କମିନାହିଁ। ବର୍ଷକୁ ୫ଲକ୍ଷ ଲୋକ, ଦିନକୁ ୧୦୦୦ରୁ ଊର୍ଦ୍ଧ୍ୱ ଏବଂ ଏକ ମିନିଟରେ ଜଣେ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି ା ଯାହାକୁ ରୋକିବା ଲାଗି ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଉଛି।
ଆଜିକାଲି ସହର ଭଳି ଗଁା ଗହଳିରେ ମଧ୍ୟ ଏହି ଚିକିସତ୍ା ଉପଲବ୍ଧ। ତଥାପି ସେଠାରେ ଯକ୍ଷ୍ମାରୋଗ ହେଲେ ଲୋକଙ୍କୁ ଘୃଣା ଦୃଷ୍ଟିରେ ଦେଖାଯାଏ। ଫଳରେ ଶାରୀରିକ ଓ ମାନସିକ ଚାପ ବଢ଼ିଯାଇ ରୋଗୀ ମନରେ ହୀନମନ୍ୟତା ସୃଷ୍ଟି ହୁଏ। ଭାରତରେ ପ୍ରାୟ ୨୦ ମିଲିୟନ ରୋଗୀ ଏ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୩-୫ ମିଲିୟନ ରୋଗୀ ସ୍ପୁଟମ୍‌ ପଜିଟିଭ ଏବଂ ପ୍ରତିବର୍ଷ ପ୍ରାୟ ୧ ମିଲିୟନ ସ୍ପୁଟମ ପଜିଟିଭ ରୋଗୀଙ୍କର ଚିହ୍ନଟ ଓ ଚିକିସତ୍ା କରାଯାଉଛି ା ସାରା ପୃଥିବୀରେ ପ୍ରାୟ ୧୫ରୁ ୨୧ ନିୟୁତ ଲୋକ ଯକ୍ଷ୍ମା ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ଥଳେ ପ୍ରତି ବର୍ଷ ୪-୫ ନିୟୁତ ଲୋକ ଏହି ରୋଗରେ ପୀଡିତ ହେଉଛନ୍ତି ଓ ୩ ନିୟୁତ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି ା ଏଥିରୁ ଶତକଡ଼ା ୯୯ଭାଗ ରୋଗୀ ବିକାଶୋନ୍ମୁଖୀ ଦେଶରେ ବସବାସ କରୁଛନ୍ତି । ସ୍ପୁଟମ ପଜିଟିଭ ରୋଗୀମାନଙ୍କର କଫରେ ଯକ୍ଷ୍ମା ଜୀବାଣୁ ଥାଏ ଏବଂ ତାଙ୍କ କଫ, କାଶ ଓ ଛେପରୁ ଏହା ଡ୍ରପ୍‌ଲେଟ ସଂକ୍ରମଣ ହୋଇ ଚାରିଆଡ଼କୁ ବ୍ୟାପିଥାଏ ା
ଗର୍ଭାବସ୍ଥାରେ ଯକ୍ଷ୍ମା: ଗର୍ଭାବସ୍ଥାର ବୟସ ସୀମା ୧୭ ରୁ ୩୫ ବର୍ଷ ଏବଂ ପ୍ରାୟ ଶତକଡ଼ା ୨ରୁ ୫ ପ୍ରତିଶତ କ୍ଷେତ୍ରରେ ଏହି ରୋଗ ଦେଖାଯାଏ ା ସେମାନେ ଗର୍ଭାବସ୍ଥାରେ ଯକ୍ଷ୍ମାରୋଗ ଭୋଗିଥାନ୍ତି ବା’ ଯକ୍ଷ୍ମାରୋଗ ସହ ଗର୍ଭଧାରଣ କରିଥାନ୍ତି ା କିନ୍ତୁ ବର୍ତ୍ତମାନ ଅନେକ ସ୍ଥାନରେ ଏଡ୍‌ସ ରୋଗ ବଢ଼ିଯିବାରୁ ଯକ୍ଷ୍ମାରୋଗ ସଂଖ୍ୟା ମଧ୍ୟ ବଢ଼ିଯାଉଛି ା ଏହାଛଡା ମଲ୍ଟି ଡ୍ରଗ୍‌ ରେଜିଷ୍ଟାନ୍ସ କେସ୍‌ରେ ଯକ୍ଷ୍ମା ଔଷଧ ଦ୍ୱାରା ଏହା ଭଲ ନ ହୋଇ ରୋଗକୁ ବଢ଼ାଇ ଦେଇଥାଏ। ସନ୍ତାନ ଧାରଣ ବୟସରେ ଓ ଗର୍ଭାବସ୍ଥାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ମହିଳାମାନେ ବେଶି ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ସାମାଜିକ ସଂସ୍କାର ଓ ମହିଳାମାନଙ୍କ ପାଇଁ ଅବହେଳା ରୋଗ ଚିହ୍ନଟରେ ପ୍ରତିବନ୍ଧକ ସୃଷ୍ଟିକରେ ା
ଗର୍ଭାବସ୍ଥାରେ ଯକ୍ଷ୍ମାରୋଗର ରିସ୍କ ଫ୍ୟାକ୍ଟର୍ସ: ଯଦି ପରିବାରରେ କାହାର ଯକ୍ଷ୍ମାରୋଗ ହୋଇଥାଏ, ନିମ୍ନ ମଧ୍ୟବିତ୍ତ ପରିବାରର ରୋଗୀ, ମହିଳାମାନେ ଯେଉଁ ସ୍ଥାନରେ ବସବାସ କରୁଥିବେ ସେଠାରେ ଯକ୍ଷ୍ମାରୋଗ ବେଶି ପରିମାଣରେ ହେଉଥିଲେ, ଏଚଆଇଭି ସଂକ୍ରମଣ ଥିଲେ, ନିଶାଦ୍ରବ୍ୟ ଖାଉଥିଲେ, ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିଲେ, କମ୍‌ ଓଜନ ଥିବା ମହିଳା ଓ କ୍ରନିକ ରେନାଲ ଫେଲ୍ୟୁଅର ଥିଲେ ଗର୍ଭାବସ୍ଥାରେ ବେଶି ଯକ୍ଷ୍ମା ରୋଗ ହୁଏ ା
ଲକ୍ଷଣ: କାଶ, କଫ, ଜ୍ୱର, ଓଜନ ହ୍ରାସ ଇତ୍ୟାଦି ଏହାର ମୁଖ୍ୟ ଲକ୍ଷଣ।
ଚିହ୍ନଟ: ଟ୍ୟୁବରକ୍ୟୁଲିନ ସ୍କିନ୍‌ ଟେଷ୍ଟ ବା ମାନ୍‌ଟକ୍ସ ଟେଷ୍ଟ, ଗର୍ଭାବସ୍ଥାରେ ୩ ମାସ ପରେ ଛାତି ଏକ୍ସ-ରେ, ସକାଳର ପ୍ରଥମ ଟିବି ଜର୍ମ ପାଇଁ ପରୀକ୍ଷା (ସକାଳର ତିନୋଟି ନମୁନା) ଗାଷ୍ଟ୍ରିକ ବାଇଓପ୍ସି ଏବଂ ରାଇବୋଜୋମାଲ ଡିଏନ୍‌ଏ ଟେଷ୍ଟ ଆଦି ଦ୍ୱାରା ଏହା ଚିହ୍ନଟ ହୋଇଥାଏ। ଜନ୍ମଗତ ଯକ୍ଷ୍ମାରୋଗ ବହୁତ ବିରଳ, ବେଳେବେଳେ ଶିଶୁଠାରେ ଏହା ଦେଖାଯାଇଥାଏ ା
ଚିକିସତ୍ା: ଯଦି ଗର୍ଭାବସ୍ଥାରେ ପ୍ରଥମ ଭାଗରୁ ରୋଗ ଚିହ୍ନଟ ହୋଇ ଅସୁସ୍ଥ ମହିଳା ଔଷଧ ଖାଏ, ତେବେ ଗର୍ଭାବସ୍ଥାରେ ଏତେ ଅସୁବିଧା ହୁଏ ନାହିଁ ା ତେବେ ଯେଉଁମାନେ ଗର୍ଭାବସ୍ଥାରେ ଔଷଧ ଖାଆନ୍ତି ନାହିଁ ସେମାନଙ୍କର ଅପରିଣତ ପ୍ରସବ ହୁଏ, ଗର୍ଭରେ ଶିଶୁ ବଢ଼ିପାରେ ନାହିଁ ଏବଂ ଜନ୍ମ ପରେ ପରେ ଶିଶୁ ମୃତ୍ୟୁମୁଖରେ ପଡ଼ିଥାଏ ା ମା’ ମଧ୍ୟ ଅସୁବିଧାରେ ପଡ଼ିଥାଏ ା
ଚିକିସତ୍ା ପ୍ରତିଷେଧକ ବ୍ୟବସ୍ଥା: ଯଦି ଗର୍ଭାବସ୍ଥାରେ ଯକ୍ଷ୍ମାରୋଗର ଟ୍ୟୁବରକ୍ୟୁଲିନ ସ୍କିନ୍‌ ଟେଷ୍ଟ ବା ମାନ୍‌ଟକ୍ସ ଟେଷ୍ଟ୍‌ ପଜିଟିଭ ହୁଏ କିନ୍ତୁ ଲକ୍ଷଣ ଦେଖାଯାଏ ନାହିଁ, ତାକୁ ଫାର୍ଷ୍ଟ ଲାଇନ ଔଷଧ ଦିଆଯାଏ। ଏଥିରେ ଆରୋଗ୍ୟ ନ ହେଲେ ସେକେଣ୍ଡ ଲାଇନ ଡ୍ରଗ୍‌ ଦିଆଯାଏ ା
ଅସୁସ୍ଥ ମହିଳାଙ୍କୁ ନର୍ମାଲ ଡେଲିଭରି କରାଯାଇପାରେ ବା ଅସୁବିଧା ହେଲେ ସିଜରିଆନ ସେକ୍ସସନ ହୁଏ। କିନ୍ତୁ ଏ ସମୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଠିକ୍‌ ନୁହେଁ, କାରଣ ମା’ର ନିଃଶ୍ୱାସରୁ ଛୁଆକୁ ସଂକ୍ରମଣ ହୋଇପାରେ। ଡେଲିଭରି ପରେ ଶିଶୁକୁ ମଧ୍ୟ ଔଷଧ ଦିଆଯାଏ ା
ଗର୍ଭନିରୋଧ: ଗର୍ଭଧାରଣ ପୂର୍ବରୁ ଔଷଧ ଖାଉଥିଲେ ପ୍ରାୟ ୨ବର୍ଷ ପରେ ଗର୍ଭଧାରଣ କଲେ ଭଲ।

—ଡା. ସରୋଜିନୀ ଷଡ଼ଙ୍ଗୀ

– ଲିଙ୍କ୍‌ ରୋଡ୍‌, କଟକ-୧୨
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ହେଉଛି ସବୁ ଦୁଃଖର କାରଣ: ଜାଣନ୍ତୁ କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଭାରତର ସୌର ଅଭିଯାନ

ଭାରତ ଚନ୍ଦ୍ରପୃଷ୍ଠରେ ସଫଳ ଭାବରେ ‘ଚନ୍ଦ୍ରୟାନ-୩’ର ଲ୍ୟାଣ୍ଡରକୁ ଅବତରଣ କରାଇ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ୟ କୌଣସି ଦେଶର ଯାନ ଅବତରଣ...

ଘରେ କେଉଁ ଫଟୋ ଲଗାଇବେ ନାହିଁ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋ ଲଗାଇଥାନ୍ତି। ତେବେ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ ରହିଛି କିଛିଟା ନିୟମ...

କୋଲୋନ୍‌ କ୍ୟାନ୍‌ସର ଓ ଭେଣ୍ଡି

କୋଲୋନ୍‌ କ୍ୟାନ୍‌ସରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଭେଣ୍ଡି ଉପକାରୀ ସାବ୍ୟସ୍ତ ହୋଇଥାଏ। ୟୁନିଭର୍ସିଟି ଅଫ୍‌ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ ଭେଣ୍ଡିର ସ୍ବାସ୍ଥ୍ୟୋପକାରୀ ଗୁଣ ସମ୍ପର୍କରେ ଗବେଷଣା କରିବା...

ଆୟଠାରୁ ଅଧିକ ବ୍ୟୟ କରୁଛନ୍ତି କି? ଅସୁବିଧାରେ ପଡ଼ିପାରନ୍ତି; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତିଙ୍କୁ ଧନକୁ ନେଇ ବହୁତ ସତର୍କ ରହିବା ଉଚିତ। କାରଣ ବିପଦ ବେଳେ ଧନ ହିଁ ପ୍ରକୃତ ବନ୍ଧୁର ଭୂମିକା ନିର୍ବାହ...

ମହିଳାଙ୍କ ଶୃଙ୍ଗାର କାହିଁକି ହୋଇଥାଏ ସୌଭାଗ୍ୟର ପ୍ରତୀକ? କ’ଣ ଏହାର ମହତ୍ୱ, ଜାଣନ୍ତୁ..

ବିବାହିତ ମହିଳାମାନଙ୍କ ପାଇଁ ଶୃଙ୍ଗାର ବିଶେଷ ମହତ୍ୱ ରଖିଥାଏ।ଏହା ଯେ କେବଳ ସୁନ୍ଦରତା ବୃଦ୍ଧି କରେ ତାହା ନୁହେଁ ବରଂ ଏହା ସୌଭାଗ୍ୟର ପ୍ରତୀକ ଭାବରେ...

ନୃତ୍ୟ ଦେଇଛି ପରିଚୟ

ଭୁବନେଶ୍ୱର ନୟାପଲ୍ଲୀରେ ରହୁଥିବା ମାଆ ସୌମ୍ୟାସ୍ମିତା ଏବଂ ବାପା ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ଝିଅ ସ୍ବସ୍ତିଦୀପା। ନୃତ୍ୟ ତାଙ୍କର ନିଶା ହେଲେ ମଧ୍ୟ ଭବିଷ୍ୟତର ଲକ୍ଷ୍ୟ...

ଉପକାରୀ କୋଳଥ ଡାଲି

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୋଳଥ ଡାଲି। ଏଥିରେ ପୁଷ୍ଟିସାର, ଲୌହସାର, କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ଶ୍ୱେତସାର ଏବଂ ଚର୍ବିର ମାତ୍ରା କମ ରହିଥାଏ। ଏହାବ୍ୟତୀତ...

Advertisement
Archives

Model This Week