ଗର୍ଭାବସ୍ଥାରେ ଯକ୍ଷ୍ମା

ବର୍ତ୍ତମାନ ଭେଷଜ ବିଜ୍ଞାନର ଅଗ୍ରଗତି ଯୋଗୁ ଯକ୍ଷ୍ମାର ଅତ୍ୟାଧୁନିକ ଚିକିିସତ୍ା ସମ୍ଭବ ହୋଇପାରୁଛି ଓ ଅନେକ ଲୋକ ଆରୋଗ୍ୟ ମଧ୍ୟ ହେଉଛନ୍ତି ା ତଥାପି ବି କମୁନି ଏହି ରୋଗର ଦାୈରାମତ୍‌ୟ। ତେଣୁ ଏହାକୁ ରୋକିବା ଲାଗି ସତର୍କତା ଓ ସଚେତନତା ହିଁ ଏକମାତ୍ର ଉପାୟ…

ବର୍ତ୍ତମାନ ଭେଷଜ ବିଜ୍ଞାନର ଅଗ୍ରଗତି ଯୋଗୁ ଯକ୍ଷ୍ମାର ଅତ୍ୟାଧୁନିକ ଚିକିିସତ୍ା ଦ୍ୱାରା ଅନେକେ ଆରୋଗ୍ୟ ହୋଇପାରୁଛନ୍ତି। କିନ୍ତୁ ଏବେବି ଏହାର ଦାୈରାମତ୍‌ୟ କମିନାହିଁ। ବର୍ଷକୁ ୫ଲକ୍ଷ ଲୋକ, ଦିନକୁ ୧୦୦୦ରୁ ଊର୍ଦ୍ଧ୍ୱ ଏବଂ ଏକ ମିନିଟରେ ଜଣେ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି ା ଯାହାକୁ ରୋକିବା ଲାଗି ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଉଛି।
ଆଜିକାଲି ସହର ଭଳି ଗଁା ଗହଳିରେ ମଧ୍ୟ ଏହି ଚିକିସତ୍ା ଉପଲବ୍ଧ। ତଥାପି ସେଠାରେ ଯକ୍ଷ୍ମାରୋଗ ହେଲେ ଲୋକଙ୍କୁ ଘୃଣା ଦୃଷ୍ଟିରେ ଦେଖାଯାଏ। ଫଳରେ ଶାରୀରିକ ଓ ମାନସିକ ଚାପ ବଢ଼ିଯାଇ ରୋଗୀ ମନରେ ହୀନମନ୍ୟତା ସୃଷ୍ଟି ହୁଏ। ଭାରତରେ ପ୍ରାୟ ୨୦ ମିଲିୟନ ରୋଗୀ ଏ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୩-୫ ମିଲିୟନ ରୋଗୀ ସ୍ପୁଟମ୍‌ ପଜିଟିଭ ଏବଂ ପ୍ରତିବର୍ଷ ପ୍ରାୟ ୧ ମିଲିୟନ ସ୍ପୁଟମ ପଜିଟିଭ ରୋଗୀଙ୍କର ଚିହ୍ନଟ ଓ ଚିକିସତ୍ା କରାଯାଉଛି ା ସାରା ପୃଥିବୀରେ ପ୍ରାୟ ୧୫ରୁ ୨୧ ନିୟୁତ ଲୋକ ଯକ୍ଷ୍ମା ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ଥଳେ ପ୍ରତି ବର୍ଷ ୪-୫ ନିୟୁତ ଲୋକ ଏହି ରୋଗରେ ପୀଡିତ ହେଉଛନ୍ତି ଓ ୩ ନିୟୁତ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି ା ଏଥିରୁ ଶତକଡ଼ା ୯୯ଭାଗ ରୋଗୀ ବିକାଶୋନ୍ମୁଖୀ ଦେଶରେ ବସବାସ କରୁଛନ୍ତି । ସ୍ପୁଟମ ପଜିଟିଭ ରୋଗୀମାନଙ୍କର କଫରେ ଯକ୍ଷ୍ମା ଜୀବାଣୁ ଥାଏ ଏବଂ ତାଙ୍କ କଫ, କାଶ ଓ ଛେପରୁ ଏହା ଡ୍ରପ୍‌ଲେଟ ସଂକ୍ରମଣ ହୋଇ ଚାରିଆଡ଼କୁ ବ୍ୟାପିଥାଏ ା
ଗର୍ଭାବସ୍ଥାରେ ଯକ୍ଷ୍ମା: ଗର୍ଭାବସ୍ଥାର ବୟସ ସୀମା ୧୭ ରୁ ୩୫ ବର୍ଷ ଏବଂ ପ୍ରାୟ ଶତକଡ଼ା ୨ରୁ ୫ ପ୍ରତିଶତ କ୍ଷେତ୍ରରେ ଏହି ରୋଗ ଦେଖାଯାଏ ା ସେମାନେ ଗର୍ଭାବସ୍ଥାରେ ଯକ୍ଷ୍ମାରୋଗ ଭୋଗିଥାନ୍ତି ବା’ ଯକ୍ଷ୍ମାରୋଗ ସହ ଗର୍ଭଧାରଣ କରିଥାନ୍ତି ା କିନ୍ତୁ ବର୍ତ୍ତମାନ ଅନେକ ସ୍ଥାନରେ ଏଡ୍‌ସ ରୋଗ ବଢ଼ିଯିବାରୁ ଯକ୍ଷ୍ମାରୋଗ ସଂଖ୍ୟା ମଧ୍ୟ ବଢ଼ିଯାଉଛି ା ଏହାଛଡା ମଲ୍ଟି ଡ୍ରଗ୍‌ ରେଜିଷ୍ଟାନ୍ସ କେସ୍‌ରେ ଯକ୍ଷ୍ମା ଔଷଧ ଦ୍ୱାରା ଏହା ଭଲ ନ ହୋଇ ରୋଗକୁ ବଢ଼ାଇ ଦେଇଥାଏ। ସନ୍ତାନ ଧାରଣ ବୟସରେ ଓ ଗର୍ଭାବସ୍ଥାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ମହିଳାମାନେ ବେଶି ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ସାମାଜିକ ସଂସ୍କାର ଓ ମହିଳାମାନଙ୍କ ପାଇଁ ଅବହେଳା ରୋଗ ଚିହ୍ନଟରେ ପ୍ରତିବନ୍ଧକ ସୃଷ୍ଟିକରେ ା
ଗର୍ଭାବସ୍ଥାରେ ଯକ୍ଷ୍ମାରୋଗର ରିସ୍କ ଫ୍ୟାକ୍ଟର୍ସ: ଯଦି ପରିବାରରେ କାହାର ଯକ୍ଷ୍ମାରୋଗ ହୋଇଥାଏ, ନିମ୍ନ ମଧ୍ୟବିତ୍ତ ପରିବାରର ରୋଗୀ, ମହିଳାମାନେ ଯେଉଁ ସ୍ଥାନରେ ବସବାସ କରୁଥିବେ ସେଠାରେ ଯକ୍ଷ୍ମାରୋଗ ବେଶି ପରିମାଣରେ ହେଉଥିଲେ, ଏଚଆଇଭି ସଂକ୍ରମଣ ଥିଲେ, ନିଶାଦ୍ରବ୍ୟ ଖାଉଥିଲେ, ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିଲେ, କମ୍‌ ଓଜନ ଥିବା ମହିଳା ଓ କ୍ରନିକ ରେନାଲ ଫେଲ୍ୟୁଅର ଥିଲେ ଗର୍ଭାବସ୍ଥାରେ ବେଶି ଯକ୍ଷ୍ମା ରୋଗ ହୁଏ ା
ଲକ୍ଷଣ: କାଶ, କଫ, ଜ୍ୱର, ଓଜନ ହ୍ରାସ ଇତ୍ୟାଦି ଏହାର ମୁଖ୍ୟ ଲକ୍ଷଣ।
ଚିହ୍ନଟ: ଟ୍ୟୁବରକ୍ୟୁଲିନ ସ୍କିନ୍‌ ଟେଷ୍ଟ ବା ମାନ୍‌ଟକ୍ସ ଟେଷ୍ଟ, ଗର୍ଭାବସ୍ଥାରେ ୩ ମାସ ପରେ ଛାତି ଏକ୍ସ-ରେ, ସକାଳର ପ୍ରଥମ ଟିବି ଜର୍ମ ପାଇଁ ପରୀକ୍ଷା (ସକାଳର ତିନୋଟି ନମୁନା) ଗାଷ୍ଟ୍ରିକ ବାଇଓପ୍ସି ଏବଂ ରାଇବୋଜୋମାଲ ଡିଏନ୍‌ଏ ଟେଷ୍ଟ ଆଦି ଦ୍ୱାରା ଏହା ଚିହ୍ନଟ ହୋଇଥାଏ। ଜନ୍ମଗତ ଯକ୍ଷ୍ମାରୋଗ ବହୁତ ବିରଳ, ବେଳେବେଳେ ଶିଶୁଠାରେ ଏହା ଦେଖାଯାଇଥାଏ ା
ଚିକିସତ୍ା: ଯଦି ଗର୍ଭାବସ୍ଥାରେ ପ୍ରଥମ ଭାଗରୁ ରୋଗ ଚିହ୍ନଟ ହୋଇ ଅସୁସ୍ଥ ମହିଳା ଔଷଧ ଖାଏ, ତେବେ ଗର୍ଭାବସ୍ଥାରେ ଏତେ ଅସୁବିଧା ହୁଏ ନାହିଁ ା ତେବେ ଯେଉଁମାନେ ଗର୍ଭାବସ୍ଥାରେ ଔଷଧ ଖାଆନ୍ତି ନାହିଁ ସେମାନଙ୍କର ଅପରିଣତ ପ୍ରସବ ହୁଏ, ଗର୍ଭରେ ଶିଶୁ ବଢ଼ିପାରେ ନାହିଁ ଏବଂ ଜନ୍ମ ପରେ ପରେ ଶିଶୁ ମୃତ୍ୟୁମୁଖରେ ପଡ଼ିଥାଏ ା ମା’ ମଧ୍ୟ ଅସୁବିଧାରେ ପଡ଼ିଥାଏ ା
ଚିକିସତ୍ା ପ୍ରତିଷେଧକ ବ୍ୟବସ୍ଥା: ଯଦି ଗର୍ଭାବସ୍ଥାରେ ଯକ୍ଷ୍ମାରୋଗର ଟ୍ୟୁବରକ୍ୟୁଲିନ ସ୍କିନ୍‌ ଟେଷ୍ଟ ବା ମାନ୍‌ଟକ୍ସ ଟେଷ୍ଟ୍‌ ପଜିଟିଭ ହୁଏ କିନ୍ତୁ ଲକ୍ଷଣ ଦେଖାଯାଏ ନାହିଁ, ତାକୁ ଫାର୍ଷ୍ଟ ଲାଇନ ଔଷଧ ଦିଆଯାଏ। ଏଥିରେ ଆରୋଗ୍ୟ ନ ହେଲେ ସେକେଣ୍ଡ ଲାଇନ ଡ୍ରଗ୍‌ ଦିଆଯାଏ ା
ଅସୁସ୍ଥ ମହିଳାଙ୍କୁ ନର୍ମାଲ ଡେଲିଭରି କରାଯାଇପାରେ ବା ଅସୁବିଧା ହେଲେ ସିଜରିଆନ ସେକ୍ସସନ ହୁଏ। କିନ୍ତୁ ଏ ସମୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଠିକ୍‌ ନୁହେଁ, କାରଣ ମା’ର ନିଃଶ୍ୱାସରୁ ଛୁଆକୁ ସଂକ୍ରମଣ ହୋଇପାରେ। ଡେଲିଭରି ପରେ ଶିଶୁକୁ ମଧ୍ୟ ଔଷଧ ଦିଆଯାଏ ା
ଗର୍ଭନିରୋଧ: ଗର୍ଭଧାରଣ ପୂର୍ବରୁ ଔଷଧ ଖାଉଥିଲେ ପ୍ରାୟ ୨ବର୍ଷ ପରେ ଗର୍ଭଧାରଣ କଲେ ଭଲ।

—ଡା. ସରୋଜିନୀ ଷଡ଼ଙ୍ଗୀ

– ଲିଙ୍କ୍‌ ରୋଡ୍‌, କଟକ-୧୨
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri