ଅଙ୍ଗନୱାଡ଼ି କେନ୍ଦ୍ରରେ ନଳକୂପ ଅଚଳ: କେବେ ସୁଧୁରିବ ପାଣି ସମସ୍ୟା ?

ବାଲିଗୁଡା,୯।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜକୁ ଦୀର୍ଘଦିନ ହେଲା ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଥିବା ଏକମାତ୍ର ନଳକୂପଟି ବହୁତ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି ।

ମରାମତି କରିବା ନିମନ୍ତେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ଏଯାଏ ମରାମତି ହୋଇନଥିବା ବିଷୟ ଅଙ୍ଗନବାଡି କର୍ମଚାରୀ ପ୍ରକାଶ କରିଛନ୍ତି । କୁନି କୁନି ପିଲାମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିସହ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ କରିବା ପିଲାଙ୍କ ପିଇବା ପାଣି ବାହାରୁ ବୋହି ଆଣି ଦେବାକୁ ପଡ଼ୁଛି ।

ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ମୋଟ ୩୮ ଜଣ ଛାତ୍ର ଛାତ୍ରୀ ରହୁଥିବା ବେଳେ ପାନୀୟ ଜଳ ସମସ୍ୟା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ନଳକୂପ ସଜାଡ଼ିବା ସହ ପାନୀୟ ଜଳ ସୁବିଧା କରିବା ପାଇଁ ଅଙ୍ଗନୱାଡି ପାଚିକାଙ୍କ ସମେତ ଗ୍ରାମବାସୀ ମାନେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର

ବଲାଙ୍ଗୀର, ୨୯।୪- (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ଉପକଣ୍ଠରେ ବଲାଙ୍ଗୀର-ବେଲଗାଁ ୨୬ ନମ୍ବର ଜାତୀୟ ରାଜପଥର ସ୍ମାର୍ଟ ପାର୍କ ବୁଲାଣି ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା...

ଘରଡିହ, ସ୍ଥାୟୀ ପଟ୍ଟା ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୯ା୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ବସବାସ କରୁଥିବା ଭୂମିହୀନଙ୍କୁ ଘରଡିହ, ଦଖଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ ଓ ୨୦୦୬ ଜଙ୍ଗଲ ଅଧିକାର ଆଇନକୁ କଡାକଡି...

ନାଳ ଭିତରକୁ ପଶିଗଲା ଲକ୍ଷ୍ମୀ ବସ୍‌

ଜୟପୁର,୨୯।୪(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ବ୍ଲକ ଗଡପଦର ନିକଟରେ ମଙ୍ଗଳବାର ଏକ ଲକ୍ଷ୍ମୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ୍‌ ଗାଡି ଚାଳକଙ୍କ ସ୍ବାସ୍ଥ୍ୟ ଖରାପ...

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଆରମ୍ଭ

ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାହାଡାଗୁଡ଼ା ଗ୍ରାମ ବୁଲାଣି ରାସ୍ତାକଡରୁ ମଙ୍ଗଳବାର ସକାଳେ ପାଟପୁର ପୋଲିସ ଜଣେ ଯୁବକଙ୍କ...

ଦନ୍ତା ହାତୀର ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ସନ୍ଦେହ

ଆନନ୍ଦପୁର,୨୯।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ସୀମାନ୍ତ ମୟୂରଭଞ୍ଜ ଜିଲା ଶାଳଚୁଆ ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ମଙ୍ଗଳବାର ଏକ ଦନ୍ତା...

ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଉତ୍ତେଜନା

ତାଳଚେର,୨୯।୪(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ବଲଣ୍ଡା ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ Oisf ପୋଲିସ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ...

ସୁନୀଲଙ୍କୁ ଶିଶୁ ସାହିତ୍ୟ ପ୍ରତିଭା ସମ୍ମାନ: ଗଞ୍ଜାମ ପାଇଁ ଆଣିଲେ ଗୌରବ

ଗଞ୍ଜାମ,୨୯।୪(ବିଦ୍ୟାଧର ସାହୁ): କଟକ ସହର ଶତାବ୍ଦୀ ଭବନ ଠାରେ ମାନବ ସମ୍ବଳ ବିକାଶ କେନ୍ଦ୍ର ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ...

ପାକିସ୍ତାନୀ ନାଗରିକ ଦେଶ ଛାଡ଼ିବା ପ୍ରସଙ୍ଗ: ଆଜି ଶେଷ ହେଉଛି ଡେଡ୍‌ଲାଇନ୍‌, ନ ଛାଡିଲେ…

ଭୁବନେଶ୍ୱର,୨୯।୪: ଗତ ୨୨ ତାରିଖରେ ପହଲ୍‌ଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri