ବଡ଼ଯାତ୍ରା: ମାଉଲି ମା’ ପୀଠରେ ବଡ଼ଠାକୁର

ମାଲକାନଗିରି,୯ା୩(ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲାରେ କାହିଁ କେଉଁକାଳରୁ ପାଳନ ହୋଇଆସୁଛି ‘ବଡ଼ଯାତ୍ରା’। ପ୍ରତି ୨ ବର୍ଷରେ ଥରେ ପାଳନ ହେଉଥିବା ଏହି ଯାତ୍ରା ପ୍ରାୟ ୧ ମାସ ଧରି ବିଭିନ୍ନ ନୀତିକାନ୍ତିରେ ଆରମ୍ଭ ହୋଇଛି। ବଡ଼ଯାତ୍ରା ପାଇଁ ଆନ୍ଧ୍ରସ୍ଥିତ ତାଡ଼କାରେଉ କୁଣ୍ଡରେ ୩ ଠାକୁର କାନମରାଜୁ, ବାଲରାଜୁ, ପୋତରାଜୁ ଓ ମା’ ମୁତିୟାଲୁ ଆମ୍ମାଙ୍କୁ ସ୍ନାନ ପରେ ମାଲକାନଗିରି ଅଭିମୁଖେ ଅଣାଯାଇଛି। ବିମାନ ଯୋଗେ ଠାକୁରଙ୍କୁ ପ୍ରାୟ ୧୦୦ କି.ମି. ବାଟ ଭକ୍ତମାନେ ଆଣିବା ପରେ ଶନିବାର ଠାକୁର ମାଲକାନଗିରି ଜିଲା ସଦରସ୍ଥିତ କନ୍ୟାମାଝି ବନ୍ଧ ପୀଠରେ ପହଞ୍ଚି ଥିଲେ। ଫଳରେ ସକାଳୁ ଉତ୍ସବମୁଖର ହୋଇପଡ଼ିଛି ମାଲକାନଗିରି ସହର।

ତମସା ନଦୀକୂଳରୁ ଭକ୍ତମାନେ ଶୋଭାଯାତ୍ରାରେ କନ୍ୟାମାଝି ପୂଜାମଣ୍ଡପ ନିକଟରେ ଠାକୁରଙ୍କ ବିମାନ ପହଞ୍ଚାଇ ଥିଲେ। ପରେ ପାଟପୂଜାରୀ, ପୂଜାକମିଟି ସଭାପତି, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ, ପୂଜା କମିଟିର ସଦସ୍ୟମାନେ ରାଜଭୋଗ ଲଗାଇବା ପରେ ଠାକୁରଙ୍କୁ ମଣ୍ଡପକୁ ପ୍ରବେଶ କରାଇଥିଲେ।

କାଳିଶି ନୃତ୍ୟ ସାଙ୍ଗକୁ ଦିଶାରି, ପୂଜାରୀ ଓ ଗୁଣିଆ ଲାଠିଧାରୀଙ୍କ ନାଟବେଶ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଅବସରେ ପୋଲିସ ପ୍ରଶାସନ, ସତ୍ୟସାଇ ସେବା ସଂସ୍ଥା, ଶିବାନନ୍ଦ ଆଶ୍ରମ, ଜୟ ମାଲକାନଗିରି ସହ କେତକ ସ୍ବଚ୍ଛାସେବୀ ଅନୁଷ୍ଠାନ, ଯୁବକ ସଂଘ ପକ୍ଷରୁ ସମସ୍ତ ଭକ୍ତଙ୍କ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ।

ଓଡିଶା, ଆନ୍ଦ୍ର, ତେଲଙ୍ଗାନା ଓ ଛତିଶଗଡରୁ ଭକ୍ତମାନେ ଏହି ପୂଜାରେ ସାମିଲ ହୋଇଥିଲେ। ଶନିବାର ରାତିରେ ବଡ ଠାକୁରଙ୍କ ବିମାନକୁ ଶୋଭାଯାତ୍ରାରେ କନ୍ୟାମାଝି ବନ୍ଧ ପାଖରୁ ମାଣ୍ଡିଆଭଟା ମଣ୍ଡପ ନିକଟକୁ ନିଆଯାଇ ରାତି ରହଣି ପରେ ରବିବାର ମାଣ୍ଡିଆ ଭଟ୍ଟାରେ ଭକ୍ତଙ୍କୁ ଦର୍ଶନ ଦେଉଥିଲେ।

ପରେ ସନ୍ଧ୍ୟାରେ ପଟୁଆରରେ ବାହାରି ସହର ମଧ୍ୟରେ ଥିବା ମା’ ମାଉଲି ମନ୍ଦିର ସିଂହଦ୍ୱାର ନିକଟରେ ମଙ୍ଗଳବାର ରାତି ୧୨ ଟା ପର୍ଯ୍ୟନ୍ତ ପୂଜା ପାଇ ମୂଖ୍ୟ ପୂଜାରୀଙ୍କ ସହ ସ୍ବସ୍ଥାନକୁ ଫେରିଯିବା କାର୍ଯକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri