Posted inଖେଳ

ଟିଟି ଖେଳାଳି ଚନ୍ଦ୍ରଶେଖରଙ୍କ ଦେହାନ୍ତ

ଚେନ୍ନାଇ,୧୩।୫(ପି.ଟି.): ସମ୍ମାନଜନକ ଅର୍ଜୁନ ପୁରସ୍କାର ଜିତିଥିତ୍ବା ଭାରତୀୟ ଟେବୁଲ ଟେନିସ ଖେଳାଳି ଭି. ଚନ୍ଦ୍ରଶେଖର ୬୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଏକ ସ୍ଥାନୀୟ ପ୍ରାଇଭେଟ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ବୋଲି ତାଙ୍କ ପରିବାର ତରଫରୁ କୁହାଯାଇଛି।
ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ଓ ସ୍ତ୍ରୀ ରହିଥିଲେ। ଚନ୍ଦ୍ରା ଭାବେ ଲୋକପ୍ରିୟ ଥିବା ଏହି ପୂର୍ବତନ ଖେଳାଳି ୩ଥର ଜାତୀୟ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ଚେନ୍ନାଇସ୍ଥିତ ତାମିଝାଗା ଟେବୁଲ ଟେନିସ ଆସୋସିଏଶନର ଅଧ୍ୟକ୍ଷ ଓ ଏସ୍‌ଡିଏଟି- ମେଡିମିକ୍ସ ଟିଟି ଏକାଡେମୀର ନିର୍ଦ୍ଦେଶକ ଏବଂ ହେଡ୍‌ କୋଚ୍‌ ରହିଥିଲେ। ଚେନ୍ନାଇ ଜନ୍ମିତ ଚନ୍ଦ୍ରଶେଖର ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସେମିଫାଇନାଲରେ ପ୍ରବେଶ କରିଥିଲେ। ଇଞ୍ଜୁରି କାରଣରୁ ସେ ୧୯୮୩ରେ ଅବସର ନେଇଥିଲେ। ତେବେ କୋଚ୍‌ ଭାବେ ସେ ବେଶ୍‌ ସଫଳ ରହିଥିଲେ। ତାଙ୍କ ଦେହାନ୍ତରେ ଟିଟି ଖେଳାଳି ଶରଥ କମଲ, ଜି. ସାଥିୟଁା, ଏସ. ରମଣ ଓ ଏମ୍‌.ଏସ୍‌. ମିଥିଲି ଶୋକ ପ୍ରକାଶ କରିଛନ୍ତି। ସାରା ଟିଟି ଜଗତ ମଧ୍ୟ ତାଙ୍କ ଦେହାନ୍ତରେ ଶୋକ ଜାହିର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହୁଲ ଦ୍ରାଭିଡଙ୍କ ଏହି ଗୋଟିଏ ପରାମର୍ଶ ମାନି ବଦଳିଗଲା ଏହି କ୍ରିକେଟର୍‌ଙ୍କ ଭାଗ୍ୟ

ମୁମ୍ବାଇ ଇଣ୍ଡିଆନ୍ସ ଓପନର୍‌ ତଥା ଝାଡଖଣ୍ଡର ଅଧିନାୟକ ଇଶାନ କିଷନ ଟି -୨୦ ଡେବ୍ୟୁ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି...

କୋଭିଡ-୧୯: କର୍ମଚାରୀଙ୍କ ଦରମା କାଟିଲା ନ୍ୟୁଜିଲାଣ୍ଡ ରଗ୍‌ବୀ

ଓ୍ବେଲିଂଟନ,୧।୪(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ନ୍ୟୁଜିଲାଣ୍ଡ ରଗ୍‌ବୀ (ଏନ୍‌ଜେଡ୍‌ଆର) ପାଖାପାଖି ୬୦ ମିଲିୟନ ଆମେରିକୀୟ ଡଲାର କ୍ଷତି ସହିବ ବୋଲି ଆଶଙ୍କା ପ୍ରକାଶ କରିଛି। ଫଳରେ...

ସେମିରେ ବୋପାନ୍ନା-ଶାପୋଭାଲୋଭ

ମଣ୍ଟ୍ରିଲ,୧୦।୮(ପିଟି)- ଭାରତୀୟ ଟେନିସ ଷ୍ଟାର ରୋହନ ବୋପାନ୍ନା ଓ ତାଙ୍କ ସାଥୀ ଡେନିସ ଶାପୋଭାଲୋଭ ଏଠାରେ ଚାଲିଥିବା ଏଟିପି ମଣ୍ଟ୍ରିଲ ମାଷ୍ଟର୍ସର ପୁରୁଷ ଡବଲ୍ସ ବର୍ଗରେ...

୬୦ ବର୍ଷରୁ କମ୍‌, ୨ ବର୍ଷର ଅଭିଜ୍ଞତା ଥିଲେ ହୋଇପାରିବ କୋଚ୍‌

ନୂଆଦିଲ୍ଲୀ, ୧୬।୭ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ସମେତ ସପୋର୍ଟ ଷ୍ଟାଫ୍‌ ଲାଗି ମଙ୍ଗଳବାର ବିଧିବଦ୍ଧ ଭାବେ...

ଓଡ଼ିଶା ଏଫସିର ଚତୁର୍ଥ ପରାଜୟ

ବାମ୍ବୋଲିମ୍‌, ୧୨।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସିର ପରାଜୟ ଧାରା ଜାରି ରହିଛି। ଭୁବନେଶ୍ୱର ଭିତ୍ତିକ ଏହି ଦଳ ଖେଳିଥିବା ୫ ମ୍ୟାଚରୁ ଶନିବାର...

ଧୋନୀ, କୋହଲିଙ୍କୁ ପଛରେ ପକାଇଲେ ପାକିସ୍ତାନ ଖେଳାଳି

ଜୋହାନ୍ସବର୍ଗ, ୪ା୪- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଫଖର ଜାମନ ଖେଳିଥିଲେ ୧୯୩ ରନ୍‌ର ଇନିଂସ। ତାଙ୍କର ଏହି ପାଳିରେ ସାମିଲ...

ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌:ସାଇନା-ସିନ୍ଧୁ ମୁକାବିଲା ସମ୍ଭବ

ନୂଆଦିଲ୍ଲୀ, ୧୧ା୮ (ପି.ଟି.)-ସୁଇଜରଲାଣ୍ଡର ବାସେଲଠାରେ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ଡ୍ର’ ଅନୁଷ୍ଠିତ ହୋଇଯାଇଛି।...

ଭାରତ- ଇଂଲଣ୍ଡ ସିରିଜ୍‌ ଫଳାଫଳରେ ଖୁସି ଅଛନ୍ତି ଏହି ୪ ଆଇପିଏଲ ଟିମ୍‌

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗତ ୫୨ ଦିନ ମଧ୍ୟରେ ୪ଟି ଟେଷ୍ଟ, ପାଞ୍ଚଟି ଟି-୨୦ ଏବଂ ତିନୋଟି ଏକଦିବସୀୟ ମ୍ୟାଚ୍‌ ଖେଳାଯାଇଥିଲା। ଟିମ...

Advertisement
Ten Cric Info


Archives

Model This Week