Posted inଜାତୀୟ

ସତ ପଦାକୁ ଆସିବା ଜରୁରୀ

ନୂଆଦିଲ୍ଲୀ,୨୮।୧୦: ନିଜ ନାଗରିକଙ୍କ ବିରୋଧରେ ଗୁପ୍ତଚରଗିରି କରାଇବା ଲାଗି ଇସ୍ରାଏଲର ଟେକ୍ନୋଲୋଜି ଫାର୍ମ ଏନ୍‌ଏସ୍‌ଓ ଗ୍ରୁପ୍‌ଠାରୁ ପେଗାସସ୍‌ ସ୍ପାଏଓ୍ବେର ଆଣି କେନ୍ଦ୍ର ସରକାର ତାକୁ ବ୍ୟବହାର କରିଥିବା ବିଷୟକୁ ଖଣ୍ଡନ କରିନାହାନ୍ତି। ତେଣୁ ଏହାର ସତ ସାମ୍ନାକୁ ଆସିବା ଜରୁରୀ ବୋଲି ସିଜେଆଇ ରମନା କହିଛନ୍ତି। ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗର ତଦନ୍ତ କରାଇବା ପାଇଁ ସୁପ୍ରିମକୋର୍ଟ ଏକ ୩ ଜଣିଆ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଉକ୍ତ କମିଟି ୮ ସପ୍ତାହ ମଧ୍ୟରେ ତଦନ୍ତ କରି ସର୍ବୋଚ୍ଚ ଅଦାଲତରେ ରିପୋର୍ଟ ଦାଖଲ କରିବ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଆର୍‌.ଭି. ରବୀନ୍ଦ୍ରନ୍‌ଙ୍କ ତତ୍ତ୍ୱାବଧାନରେ ଟେକ୍ନିକାଲ କମିଟି ପରିଚାଳିତ ହେବ। ତାଙ୍କୁ ପୂର୍ବତନ ଆଇଏଏସ୍‌ ଅଫିସର (୧୯୭୬ ବ୍ୟାଚ୍‌) ଆଲୋକ ଜୋଷୀ ଏବଂ ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଅଫ୍‌ ଷ୍ଟାଣ୍ଡାର୍ଡାଇଜେଶନ/ଇଣ୍ଟରନ୍ୟାଶନାଲ ଇଲେକ୍ଟ୍ରୋ-ଟେକ୍ନିକାଲ କମିଶନ/ଜଏଣ୍ଟ ଟେକ୍ନିକାଲ କମିଟି ସମ୍ପର୍କିତ ସବ୍‌କମିଟି ଅଧ୍ୟକ୍ଷ ଡ. ସନ୍ଦୀପ ଓବେରଏ ସହାୟତା ଦେବେ। ସେହିପରି ଟେକ୍ନିକାଲ କମିଟିରେ ଗାନ୍ଧୀନଗରସ୍ଥିତ ସାଇବର ସୁରକ୍ଷା ଓ ଡିଜିଟାଲ ଫୋରେନ୍‌ସିକ୍‌ ସାଇନ୍ସ ୟୁନିଭର୍ସିଟିର ପ୍ରଫେସର ଡ. ନବୀନ କୁମାର ଚୌଧରୀଙ୍କୁ ମଧ୍ୟ ରଖାଯାଇଛି। କେରଳର ଅମ୍ରତପୁରୀସ୍ଥିତ ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍‌ (ସ୍କୁଲ ଅଫ୍‌ ଇଞ୍ଜିନିୟରିଂ) ପ୍ରଫେସର ଡ. ପ୍ରବହରନ ପି. ଏବଂ ଆଇଆଇଟି ବମ୍ବେର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଡ. ଅଶ୍ୱିନ ଅନିଲ ଗୁମାସ୍ତେଙ୍କୁ ମଧ୍ୟ କମିଟିରେ ସ୍ଥାନ ମିଳିଛି। ଏହି ୩ ବିଶେଷଜ୍ଞଙ୍କର ସାଇବର ସୁରକ୍ଷା, ଡିଜିଟାଲ ଫୋରେନ୍‌ସିକ୍‌, ନେଟ୍‌ଓ୍ବର୍କ ଏବଂ ହାର୍ଡଓ୍ବେର ଉପରେ ଅନେକ ଅଭିଜ୍ଞତା ରହିଛି। ଟେକ୍ନିକାଲ ପ୍ୟାନେଲକୁ ସୁପ୍ରିମକୋର୍ଟ ବିସ୍ତୃତ କ୍ଷମତା ଦେଇଛନ୍ତି।

ପେଗାସସ୍‌ ଘଟଣାକ୍ରମ

ଜୁଲାଇ ୧୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ବିକଶିତ ସାମରିକ ବର୍ଗର ସ୍ପାଏଓ୍ବେର ପେଗାସସ୍‌କୁ ଭାରତ ସମେତ ବିଭିନ୍ନ ଦେଶର ଖବରଦାତା, ଆକ୍ଟିଭିଷ୍ଟ, ରାଜନେତାଙ୍କ ପଛରେ ଗୁପ୍ତଚରଗିରି ପାଇଁ ଲଗାଯାଇଥିବା ନେଇ ନ୍ୟୁଜ୍‌ ଆଉଟ୍‌ଲେଟଗୁଡ଼ିକ ପକ୍ଷରୁ ବିଶ୍ୱବ୍ୟାପୀ ରିପୋର୍ଟ କରାଯାଇଥିଲା।
ଜୁଲାଇ ୨୨: ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ସୁପ୍ରିମକୋର୍ଟରେ ଅଦାଲତଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ କରାଇବା ସକାଶେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ନିମନ୍ତେ ପିଟିଶନ ଦାଖଲ କରିଥିଲେ।
ଜୁଲାଇ ୨୭: ସାମ୍ବାଦିକ ଏନ୍‌. ରାମ ଏବଂ ଶଶୀ କୁମାର ଏହି ପ୍ରସଙ୍ଗରେ ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଅଗଷ୍ଟ ୫: ସୁପ୍ରିମକୋର୍ଟରେ ପେଗାସସ୍‌ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।
ଅଗଷ୍ଟ ୧୬: ମିଡିଆ ରିପୋର୍ଟରେ ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ଅନୁମାନ ଆଧାରିତ ଦର୍ଶାଇ କେନ୍ଦ୍ର ସରକାର ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରିଥିଲେ।
ଅଗଷ୍ଟ ୧୭: ଆବେଦନଗୁଡ଼ିକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ।
ସେପ୍ଟେମ୍ବର ୧୩: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ।
ସେପ୍ଟେମ୍ବର ୨୭: ସୁପ୍ରିମକୋର୍ଟ ୩ ଜଣିଆ ସାଇବାର ଏକ୍ପର୍ଟ କମିଟି ଗଠନ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri