ଟ୍ରମ୍ପ୍‌ଙ୍କ ଝିଆରୀଙ୍କ ବିବାଦୀୟ ମନ୍ତବ୍ୟ: ସେ ଜଣେ କ୍ରୁର-ବିଶ୍ୱାସଘାତୀ ଶାସକ, ତାଙ୍କୁ ଜେଲ ପଠାଯିବା ଆବଶ୍ୟକ

ଓ୍ବାଶିଂଟନ୍‌, ୫।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ତାଙ୍କ ଝିଆରୀ ମେରି ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମେରି କହିଛନ୍ତି ଯେ, ତାଙ୍କ ଦାଦା ଜଣେ କ୍ରୁର ଏବଂ ବିଶ୍ୱାସଘାତୀ ଶାସକ। ସେ କେତେକ ଆପରାଧୀକ ମାମଲା ସହିତ ଜଡ଼ିତ। ସେ ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ ତାଙ୍କୁ ଜେଲ୍‌ ପଠାଯିବା ଉଚିତ ବୋଲି ମେରି କହିଛନ୍ତି। ମନୋବିଜ୍ଞାନୀ ଏବଂ ଲେଖିକା ମେରି ଟ୍ରମ୍ପ୍‌ଙ୍କର ଜଣେ ମୁଖ୍ୟ ସମାଲୋଚକ। ସେ ଆସୋସିଏଟେଡ୍‌ ପ୍ରେସ୍‌କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ବିରୋଧରେ ଆପରାଧିକ ମାମଲାର ବିଚାର କରାଗଲେ ଦେଶରେ ରାଜନୈତିକ ବିଭାଜନର ଆଶଙ୍କା ରହିଥିବା ମେରି କହିଛନ୍ତି। ଏନେଇ ଟ୍ରମ୍ପ୍‌ଙ୍କ ପ୍ରଚାର ଅଭିଯାନ କମିଟି ପକ୍ଷରୁ କୁହାଯାଇଛି ଯେ ମେରି ଫ୍ରେଡ୍‌ ଜୁନିୟରଙ୍କ ଝିଅ। ଫ୍ରେଡ୍‌ ଟ୍ରମ୍ପ୍‌ଙ୍କର ବଡ଼ ଭାଇ। ମେରି ନିଜ ପୁସ୍ତକ ‘ ଠୁ ମଚ୍‌ ଆଣ୍ଡ୍‌ ନେଭର ଇନଫ୍‌: ହାଓ୍ବ ମାଇଁ ଫ୍ୟାମିଲୀ କ୍ରିଏଟେଡ୍‌ ଦି ଓ୍ବାଲ୍ଡସ୍‌ ମୋଷ୍ଟ୍‌ ଡେଞ୍ଜରିୟସ୍‌ ମ୍ୟାନ୍‌’ରେ ଟ୍ରମ୍ପ୍‌ଙ୍କ ବିରୋଧରେ ଲେଖିଛନ୍ତି। ଏଭଳି କରି ସେ ଅଧିକ ପୁସ୍ତକ ବିକ୍ରି ପାଇଁ ପ୍ରୟାସ କରୁଥିବା ପ୍ରଚାର ଅଭିଯାନ କମିଟିର ପ୍ରବକ୍ତା ମେରିଙ୍କ ବିରୋଧରେ ଅଭିଯୋଗ ଆଣିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହା ଖୋଜୁଛନ୍ତି ବନ୍ୟା ବିପନ୍ନ

ଭୁବନେଶ୍ୱର,୧ା୮ (ରବିନାରାୟଣ ଜେନା): ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଉତ୍ତରରୁ ପଶ୍ଚିମ ଏବଂ ଉପକୂଳ ଓଡ଼ିଶାରେ ବନ୍ୟା ଯୋଗୁ ୭ଲକ୍ଷରୁ ଊର୍ଦ୍ଧ୍ୱ…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

କାନପୁର ପ୍ରକଳ୍ପର କପର ଡ୍ୟାମ୍‌ ଭାଙ୍ଗିଲା: ତଳିଆ ଅଞ୍ଚଳକୁ ସତର୍କ ସୂଚନା

ଯୋଡ଼ା/ ଚମ୍ପୁଆ, ୧ା୮(ମାନସ ମହାନ୍ତି/ମହେଶ୍ୱର ଦାସ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ନିର୍ମାଣାଧୀନ କାନପୁର ପ୍ରକଳ୍ପର ଅସ୍ଥାୟୀ ମାଟିବନ୍ଧ ବା କପର ଡ୍ୟାମ୍‌ଟି ଲଗାଣ ବର୍ଷା ଫଳରେ…

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri