ଟ୍ରମ୍ପ୍‌ଙ୍କ ଝିଆରୀଙ୍କ ବିବାଦୀୟ ମନ୍ତବ୍ୟ: ସେ ଜଣେ କ୍ରୁର-ବିଶ୍ୱାସଘାତୀ ଶାସକ, ତାଙ୍କୁ ଜେଲ ପଠାଯିବା ଆବଶ୍ୟକ

ଓ୍ବାଶିଂଟନ୍‌, ୫।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ତାଙ୍କ ଝିଆରୀ ମେରି ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମେରି କହିଛନ୍ତି ଯେ, ତାଙ୍କ ଦାଦା ଜଣେ କ୍ରୁର ଏବଂ ବିଶ୍ୱାସଘାତୀ ଶାସକ। ସେ କେତେକ ଆପରାଧୀକ ମାମଲା ସହିତ ଜଡ଼ିତ। ସେ ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ ତାଙ୍କୁ ଜେଲ୍‌ ପଠାଯିବା ଉଚିତ ବୋଲି ମେରି କହିଛନ୍ତି। ମନୋବିଜ୍ଞାନୀ ଏବଂ ଲେଖିକା ମେରି ଟ୍ରମ୍ପ୍‌ଙ୍କର ଜଣେ ମୁଖ୍ୟ ସମାଲୋଚକ। ସେ ଆସୋସିଏଟେଡ୍‌ ପ୍ରେସ୍‌କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ବିରୋଧରେ ଆପରାଧିକ ମାମଲାର ବିଚାର କରାଗଲେ ଦେଶରେ ରାଜନୈତିକ ବିଭାଜନର ଆଶଙ୍କା ରହିଥିବା ମେରି କହିଛନ୍ତି। ଏନେଇ ଟ୍ରମ୍ପ୍‌ଙ୍କ ପ୍ରଚାର ଅଭିଯାନ କମିଟି ପକ୍ଷରୁ କୁହାଯାଇଛି ଯେ ମେରି ଫ୍ରେଡ୍‌ ଜୁନିୟରଙ୍କ ଝିଅ। ଫ୍ରେଡ୍‌ ଟ୍ରମ୍ପ୍‌ଙ୍କର ବଡ଼ ଭାଇ। ମେରି ନିଜ ପୁସ୍ତକ ‘ ଠୁ ମଚ୍‌ ଆଣ୍ଡ୍‌ ନେଭର ଇନଫ୍‌: ହାଓ୍ବ ମାଇଁ ଫ୍ୟାମିଲୀ କ୍ରିଏଟେଡ୍‌ ଦି ଓ୍ବାଲ୍ଡସ୍‌ ମୋଷ୍ଟ୍‌ ଡେଞ୍ଜରିୟସ୍‌ ମ୍ୟାନ୍‌’ରେ ଟ୍ରମ୍ପ୍‌ଙ୍କ ବିରୋଧରେ ଲେଖିଛନ୍ତି। ଏଭଳି କରି ସେ ଅଧିକ ପୁସ୍ତକ ବିକ୍ରି ପାଇଁ ପ୍ରୟାସ କରୁଥିବା ପ୍ରଚାର ଅଭିଯାନ କମିଟିର ପ୍ରବକ୍ତା ମେରିଙ୍କ ବିରୋଧରେ ଅଭିଯୋଗ ଆଣିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ବିବାହ କଲେ ସରକାର ଦେଉଛନ୍ତି ୪.୨୦ ଲକ୍ଷ ଟଙ୍କା: ଜାଣନ୍ତୁ…

ଏମିତି ଏକ ଦେଶ ରହିଛି ଯେଉଁଠାରେ ବିବାହ କଲେ ସରକାରଙ୍କଠାରୁ ୪.୨୦ ଲକ୍ଷ ଟଙ୍କା ମିଳିବ। ନବ ଦମ୍ପତି ନିଜର ବୈବାହିକ ଜୀବନକୁ ଖୁସିରେ ବିତାଇବା...

ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍‌

ଇସଲାମାବାଦ୍‌,୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି। ଯେକୌଣସି ସମୟରେ ସେ ଗିରଫ ହୋଇପାରନ୍ତି ବୋଲି ସୂଚନା ମିଳିଛି। ପାକିସ୍ତାନର ନୂଆ...

ଶାହରୁଖ-ସଲମାନଙ୍କଠାରୁ ମଧ୍ୟ ଭଲ ଅଭିନୟ କରିପାରନ୍ତି ଇମ୍ରାନ୍‌…

ଇସଲାମାବାଦ,୭।୧୧ : ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ମୁଖ୍ୟ ମୌଲାନା ଫଜଲୁର ରେହମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି...

ଏଲଏସିରେ କାର୍ଯ୍ୟ କରୁଥିବା ୩ ପିଏଲଏ ଅଧିକାରୀଙ୍କ ପଦୋନ୍ନତି କଲେ ଜିନପିଙ୍ଗ…

ବେଜିଂ,୨୪।୧୦ : ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶର ନିର୍ଦ୍ଦେଶ ଗ୍ରହଣ କରିବା ମାତ୍ରେ ତାଙ୍କର ପଦକ୍ଷେପ ଆରମ୍ଭ କରିଛନ୍ତି। ଲଗାତାର ତୃତୀୟ ଥର ପାଇଁ...

ବିଶେଷ ଧରଣର ଟୋପି ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷାକଲେ ଚାଇନା ଛାତ୍ରୀଛାତ୍ର

ବେଜିଂ,୨।୫: ବିଗତ ୪ ମାସ ଧରି କରୋନା ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଏକ ପ୍ରକାର ଏହି ଯୁଦ୍ଧରେ ବିଜୟୀ ହୋଇଛି ବୋଲି କହୁଥିବା ବେଳେ...

ଚାଇନାକୁ ଧମକ ଦେବାର ସାହସ କାହାର ନାହିଁ

ବେଜିଂ,୧। ୭ : ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି) ଗୁରୁବାର ଏହାର ପ୍ରତିଷ୍ଠାର ଶତବାର୍ଷିକୀ ଉତ୍ସବ ପାଳନ କରିଛି। ଏହି ଅବସରରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ...

ପିସ୍‌ ଟିଭିକୁ ୩ ଲକ୍ଷ ପାଉଣ୍ଡ ଜରିମାନା

ଲଣ୍ଡନ,୧୮ା୫(ପି.ଟି.): ଘୃଣିତ ବକ୍ତୃତା ପ୍ରସାରଣ ଲାଗି ବିବାଦୀୟ ଇସ୍‌ଲାମିକ୍‌ ବକ୍ତା ଜାକିର ନାଏକଙ୍କ ପିସ୍‌ ଟିଭିକୁ ବ୍ରିଟେନ୍‌ର ଗଣମାଧ୍ୟମ ନିୟନ୍ତ୍ରକ ଅଫ୍‌କମ୍‌ ୩ ଲକ୍ଷ ପାଉଣ୍ଡ...

ଗୁମ୍ଫାରେ ରହି ଚାଷ କରୁଥିଲେ ଜିନ୍‌ପିଙ୍ଗ୍‌

ବେଜିଂ,୧୧ା୩: ୨୦୧୨ରେ ଶି ଜିନ୍‌ପିଙ୍ଗ୍‌ କ୍ଷମତାକୁ ଆସିବା ପରେ ଚାଇନାର କମ୍ୟୁନିଷ୍ଟ ପାର୍ଟି ନେତା ଭାବେ ସର୍ବାଧିକ ଉଦାରବାଦୀ ହେବେ ବୋଲି କେତେଜଣ ପର୍ଯ୍ୟବେକ୍ଷକ ଭବିଷ୍ୟବାଣୀ...

Advertisement
Archives

Model This Week