କ୍ୱାରାଣ୍ଟାଇନରେ ଟ୍ରମ୍ପଙ୍କ ବଡ଼ ପୁଅ

ୱାଶିଂଟନ,୨୧ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି । ଟ୍ରମ୍ପଙ୍କ ପରିବାରରେ କରୋନା ସଂକ୍ରମିତ ହେବାରେ ସେ ହେଉଛନ୍ତି ଚତୁର୍ଥ ବ୍ୟକ୍ତି । ଏହା ପୂର୍ବରୁ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି । ଏହାସହ ତାଙ୍କ ସାନପୁଅ ବେରନ ବି କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଡୋନାଲ୍ଡ ଟ୍ରମ୍ପ କରୋନାର ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମେଲାନିଆ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ପ୍ରକାଶ ଥାଉକି ଏହା ପୂର୍ବରୁ ଅର୍ଥାତ୍ ଗ୍ରୀଷ୍ମ ସମୟରେ ଡୋନାଲ୍ଡ ଟ୍ର୍‌ମ୍ପ ଜୁନିୟରଙ୍କ ପ୍ରେମିକା କିମ୍ବର୍ଲି ଗିଲଫାଁୟଲ ବି କରୋନାରେ ସଂକ୍ରମିତ ହୋଇଥିଲେ । ଏବେ ଜୁନିୟର ଟ୍ରମ୍ପଙ୍କ ନିକଟରେ କୌଣସି କରୋନା ଲକ୍ଷଣ ନ ଥିଲେ ବି ସେ ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ତାଙ୍କ ପ୍ରବକ୍ତା କହିଛନ୍ତି । ଯାହା ଫଳରେ ସେ ନିଜକୁ କ୍ୱାରାଣ୍ଟାଇନରେ ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରକଲେ ପୁଟିନ୍‌, କିମ୍‌

ପ୍ୟୋଙ୍ଗ୍‌ୟାଙ୍ଗ୍‌, ୨୦।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଗସ୍ତରେ ରହିଛନ୍ତି। ଉତ୍ତର କୋରିଆ ରାଜଧାନୀ...

ଭାରତର ଆଉ ଜଣେ ଶତ୍ରୁ ସଫା! ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟ ଆମିର ହମଜାଙ୍କୁ ହତ୍ୟା

ଇସଲାମାବାଦ,୧୯।୬: ପାକିସ୍ତାନରେ ଆଇଏସ୍‌ଆଇ ଏଜେଣ୍ଟ ଏବଂ ପାକିସ୍ତାନୀ ସେନାର ଅବସରପ୍ରାପ୍ତ ବ୍ରିଗେଡିଅର ଆମିର ହମଜାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଉପରେ ଆଖିବୁଜା ଗୁଳିଚାଳନା କରାଯାଇଥିବା ସୂଚନା...

ବଢିଲା ଚାଇନାର ଚିନ୍ତା

ଓ୍ବାଶିଂଟନ,୧୯।୬: ମଙ୍ଗଳବାର ତାଇୱାନକୁ ୩୬୦ ମିଲିୟନ ଡଲାର ମୂଲ୍ୟର ନୂତନ ଅସ୍ତ୍ର ବିକ୍ରିକୁ ବାଇଡେନ ପ୍ରଶାସନ ଅନୁମୋଦନ କରିଛି। ଏଥିରେ 291Altius-600M ସିଷ୍ଟମ ଅନ୍ତର୍ଭୁକ୍ତ ।...

ଅଚାନକ ଥରି ଉଠିଲା ପାକିସ୍ତାନ

ଇସଲାମାବାଦ,୧୯।୬: ବୁଧବାର ପାକିସ୍ତାନର ରାଜଧାନୀ ଇସଲାମାବାଦ ସମେତ ପାକିସ୍ତାନର ଅନେକ ସ୍ଥାନରେ ୪.୭ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା...

କୁଏଟ ଅଗ୍ନୀକାଣ୍ଡରେ ପୀଡ଼ିତ ପରିବାରଙ୍କୁ ୧୨.୫ ଲକ୍ଷ ଟଙ୍କା ସହାୟତା ରାଶି ଦେବେ କୁଏଟ ସରକାର

କୁଏଟ ସିଟି,୧୯।୬: ଦକ୍ଷିଣ ଅହମଦା ପ୍ରଦେଶର ମଙ୍ଗଫ ଅଞ୍ଚଳରେ ଅଗ୍ନିକାଣ୍ଡରେ ପୀଡ଼ିତଙ୍କ ପରିବାରକୁ କୁଏତ ସରକାର ୧୫,୦୦୦ ଡଲାର (୧୨.୫ ଲକ୍ଷ ଟଙ୍କା) କ୍ଷତିପୂରଣ ପ୍ରଦାନ...

ଘୋଷଣା କଲେ ସରକାର, ୫୭୭ ଯାତ୍ରୀ ମୃତ

ନୂଆଦିଲ୍ଲୀ, ୧୯।୬: ସାରା ବିଶ଼୍ବରେ ବୃଦ୍ଧି ପାଉଥିବା ତାପମାତ୍ରା ଅନେକ ସମସ୍ୟା ସୃଷ୍ଟି କରିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଭୀଷଣ...

ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଇରାନ: ୪ ମୃତ, ୧୨୦ ଆହତ

ତେହରାନ,୧୮।୬: ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଇରାନ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୯ ରହିଥିଲା। ତେବେ ରଜାଭି ଖୋରାସାନ ପ୍ରଦେଶର କଶ୍ମୀର କାଉଣ୍ଟିଂରେ ମଙ୍ଗଳବାର...

ଏସିଆର ତୃତୀୟ ଦେଶ ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେବ ଥାଇଲାଣ୍ଡ, ପାରିତ ହେଲା…

ବ୍ୟାଙ୍କକ୍‌,୧୮।୬: ଏଣିକି ଥାଇଲାଣ୍ଡରେ ମଧ୍ୟ ସମଲିଙ୍ଗୀ ବିବାହ ବୈଧ ହୋଇଯିବ। ଏହାର ନ୍ୟାଶନାଲ ଆସେମ୍ଲିରେ ଏନେଇ ଜଡ଼ିତ ବିଧେୟକ ପାରିତ ହୋଇଛି। ଏବେ ଥାଇଲାଣ୍ଡର ରାଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri