ବିବାହ ବନ୍ଧନରେ ବାନ୍ଧି ହେଲେ ଟ୍ରମ୍ପଙ୍କ ଝିଅ

ଓ୍ବାଶିଂଟନ,୧୩ା୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଟିଫାନୀ ରବିବାର ତାଙ୍କର ଦୀର୍ଘଦିନର ପ୍ରେମିକ ମାଇକେଲ ବୋଲୋସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ନିବାସ ମାର୍‌-ଏ-ଲାଗୋରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।

ମାଇକେଲଙ୍କ ସହ ବିବାହ  ପୂର୍ବରୁ ଟ୍ରମ୍ପ ଝିଅ ଟିଫାନୀଙ୍କ ହାତ ଧରି ଗାଲରେ ଚୁମ୍ବନ ଦେଇ ରାସ୍ତାରେ ନେଇଥିଲେ। ବିବାହମଣ୍ଡପକୁ ନୀଳ, ଗୋଲାପୀ ଏବଂ ଧଳା ଫୁଲରେ ସଜାଯାଇଥିଲା। ଯେଉଁଠାରେ ଟିଫାନୀ ମାଇକେଲଙ୍କ ସହ ବିବାହ ଶପଥ ନେଇଥିଲେ।

ଟିଫାନୀ ଧଳା ରଙ୍ଗର ଏକ  ଲମ୍ବା ଗାଉନ ପିନ୍ଧିଥିଲେ। ଏହି ବେଶରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଭାଇରାଲ ହେଉଥିବା ଫଟୋରେ ଟ୍ରମ୍ପ ଝିଅ ଏବଂ ଜ୍ୱାଇଁଙ୍କ ସହ ଫଟୋ ଉଠାଇଛନ୍ତି। ସେ ବେଶ୍‌ ଖୁସି ଥିବା ଜଣାପଡୁଛନ୍ତି।

ବିବାହକୁ ନେଇ ଟିଫାନୀ ଚିନ୍ତିତ ଥିଲେ। କାରଣ ଫ୍ଲୋରିଡାରେ ହୋଇଥିବା ଝଡ଼ ତୋଫାନ ପ୍ରଭାବରେ ତାଙ୍କ ବିବାହ  କାଳେ ପ୍ରଭାବିତ ହେବ ଏନେଇ ସେ ଚିନ୍ତିତ ଥିଲେ। ଶୁକ୍ରବାର ରାତ୍ରିଭୋଜନ ଦିଆଯିବ। ଝଡ଼ ଯୋଗୁ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ରହିଥିଲା ଏବଂ ସମସ୍ତ ବିମାନ ବାତିଲ କରାଯାଇଥିଲା। ଏହି ସମୟରେ, ଅନେକ ଅତିଥି ଫ୍ଲୋରିଡାରେ ଥିଲେ। ପାମ୍‌ ବିଚ୍‌ କାଉଣ୍ଟି କୋର୍ଟ ପରିସର ବନ୍ଦ ହେବାର ଠିକ୍‌ ପୂର୍ବରୁ ଟିଫାନୀ ଏବଂ ତାଙ୍କ ପ୍ରେମିକ ମଙ୍ଗଳବାର ବିବାହ ସ୍ବୀକୃତି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?