ଶପଥ ନେବା ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଘୋଷଣା, ସାରା ବିଶ୍ୱ ଛାନିଆ!

ଓ୍ବାଶିଂଟନ୍‌,୨୦।୧:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। ଟ୍ରମ୍ପ ଆମେରିକାର ୪୮ତମ ରାଷ୍ଟ୍ରପତି ହେବେ। ଭାରତୀୟ ସମୟ ଅନୁସାରେ ରାତି ୧୦:୩୦ ରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ। ତେବେ ଶପଥ ଗ୍ରହଣ ପୂର୍ବରୁ, ଟ୍ରମ୍ପ ୱାଶିଂଟନରେ ବିଜୟ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ, ଟ୍ରମ୍ପ ଟିକଟକଠାରୁ ଆରମ୍ଭ କରି ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ପର୍ଯ୍ୟନ୍ତ ସବୁକିଛି ଉପରେ ତାଙ୍କର ମତ ସ୍ପଷ୍ଟ କରିଛନ୍ତି।

ମେକ ଆମେରିକା ଗ୍ରେଟ ଏଗେନ (MAGA) ରାଲିରେ, ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦେଶର ଦାୟିତ୍ୱ ନେବା ପୂର୍ବରୁ, ଆପଣ ଏପରି କିଛି ଦେଖୁଛନ୍ତି ଯାହା କେହି ଆଶା କରିନଥିଲେ। ସମସ୍ତେ ଏହାକୁ ‘ଟ୍ରମ୍ପ ପ୍ରଭାବ’ ବୋଲି କହୁଛନ୍ତି। ହେଲେ ଏହା ଆପଣଙ୍କର ପ୍ରଭାବ। TikTok ଫେରି ଆସିଛି। ଆମକୁ TikTok କୁ ବଞ୍ଚାଇବାକୁ ପଡିବ କାରଣ ଆମକୁ ବହୁତ ଚାକିରି ସଞ୍ଚୟ କରିବାକୁ ପଡିବ।

ସେହିପରି ଟ୍ରମ୍ପ କହିଛନ୍ତି, ଆମେ ମଧ୍ୟପ୍ରାଚ୍ୟରେ ଅରାଜକତା ଶେଷ କରିବୁ ଏବଂ ତୃତୀୟ ବିଶ୍ୱଯୁଦ୍ଧ ହେବାକୁ ରୋକିବୁ। ଆମେ ଆମେରିକାରୁ ଅବୈଧ ପ୍ରବାସୀମାନଙ୍କୁ ବାହାର କରିବୁ ଏବଂ ସୀମାରେ କଡ଼ା ନିୟନ୍ତ୍ରଣ ଲାଗୁ କରିବୁ। ଆମେ ଆମର ବ୍ୟବସାୟ ଚୀନକୁ ଦେବାକୁ ଚାହୁଁନାହୁଁ, ଆମକୁ ବହୁତ ଚାକିରି ସଞ୍ଚୟ କରିବାକୁ ପଡିବ। ଇସ୍ରାଏଲ-ହମାସ ଯୁଦ୍ଧବିରତି ଆମେରିକା ପାଇଁ ଏକ ଐତିହାସିକ ବିଜୟ, ଏହି ଚୁକ୍ତି ଆମ ଯୋଗୁଁ ହୋଇଛି। ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଟ୍ରମ୍ପ କହିଛନ୍ତି, ମୁଁ ୟୁକ୍ରେନରେ ଯୁଦ୍ଧ ଶେଷ କରିବି, ମଧ୍ୟପ୍ରାଚ୍ୟରେ ଅରାଜକତା ବନ୍ଦ କରିବି ଏବଂ ତୃତୀୟ ବିଶ୍ୱଯୁଦ୍ଧ ହେବାକୁ ଦେବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଆମେରିକାକୁ କଡ଼ା ଚେତାବନୀ ଦେଲା ଇରାନ, ତେଲ ଅଭିଭର…

ତେହରାନ୍‌,୧।୭: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସର୍ବୋଚ୍ଚ ନେତାଙ୍କ ସମ୍ପର୍କରେ ଇସ୍ରାଏଲର ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ଆମେରିକାକୁ “ତେଲ ଅଭିଭରେ ପାଳିତ ପଶୁ”…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri