ଧରାପଡ଼ିନାହାନ୍ତି ସୈଫ୍‌ଙ୍କ ପ୍ରକୃତ ଆକ୍ରମଣକାରୀ: ଅନ୍ଧାରରେ ମୁମ୍ବାଇ ପୋଲିସର ୩୫ ଟିମ୍‌

ବଲିଉଡ୍‌ ଷ୍ଟାର ସୈଫ୍‌ ଅଲୀ ଖାନ୍‌ଙ୍କ ବାନ୍ଦ୍ରା ଓ୍ବେଷ୍ଟ୍‌ସ୍ଥିତ ‘ସତ୍‌ଗୁରୁ ଶରଣ’ ବିଲ୍ଡିଂରେ ବୁଧବାର ରାତି ୨ଟା ୩୦ରେ ଜଣେ ବ୍ୟକ୍ତି ଅନୁପ୍ରବେଶକରି ତାଙ୍କୁ ୬ ଥର ଛୁରାମାଡ଼ କରିଥିଲେ। ଅନୁପ୍ରବେଶକାରୀ ଚୋରି ଉଦ୍ଦେଶ୍ୟରେ ସୈଫ୍‌ଙ୍କ ଘରକୁ ଯାଇଥିବା ତାଙ୍କ ସାନପୁଅ ଜେହାଙ୍ଗୀର(୪)ଙ୍କ ନର୍ସ ଏଲିୟାମା ଫିଲ୍ଲିପ୍ସ ଓରଫ୍‌ ଲିମା ବାନ୍ଦ୍ରା ଥାନାରେ ଏତଲା ଦେଇଥିଲେ। ମୁମ୍ବାଇ ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ସଶସ୍ତ୍ର ଡକାୟତି ଉଦ୍ୟମ ଓ ହତ୍ୟା ଉଦ୍ୟମ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଷଷ୍ଠ ଫ୍ଲୋର୍‌ର ସିସିଟିଭି ଫୁଟେଜ୍‌ରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ପରେ ଗୁରୁବାର ତାଙ୍କ ଫଟୋ ଜାରି କରାଯାଇଥିଲା। ଆକ୍ରମଣକାରୀଙ୍କୁ ଧରିବା ପାଇଁ ମୁମ୍ବାଇ ପୋଲିସର ୩୫ ଟିମ୍‌ ଗଠନ କରାଯାଇଛି। ଏହି ଘଟଣାକୁ ଅନେକ ସମୟ ବିତିଯାଇଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ ଏଯାଏ ଧରାଯାଇପାରି ନାହିଁ। ପୋଲିସ ଜଣେ ପରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଧରି ଥାନାରେ ଅଟକ ରଖୁଛି। କିନ୍ତୁ ପ୍ରମାଣ ନ ମିଳିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ିଦେଉଛି। ଏହି ପ୍ରସଙ୍ଗରେ ଭାଜପା ନେତୃତ୍ୱାଧୀନ ମହାୟୁତି ସରକାରଙ୍କ ପାରିବାପଣିଆକୁ ନେଇ ବିରୋଧୀ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ପ୍ରଶ୍ନ ଉଠାଉଥିବାବେଳେ ରବିବାର ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡ୍‌ରେ ନେଇଛି ମୁମ୍ବାଇ ପୋଲିସ। ତେଣୁ ପ୍ରକୃତରେ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ କିଏ ଏବଂ ଏହା ପଛରେ ତାଙ୍କର କି ଉଦ୍ଦେଶ୍ୟ ଥିଲା ତାକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି।

ଜାନୁଆରୀ ୧୭: ମୁମ୍ବାଇ ପୋଲିସ ପ୍ରକୃତ ଅଭିଯୁକ୍ତଙ୍କ ପରିବର୍ତ୍ତେ ସୈଫ୍‌ଙ୍କ ଆକ୍ରମଣ ସହ ଜଡ଼ିତ ନ ଥିବା ଜଣେ ଭିନ୍ନ ବ୍ୟକ୍ତିଙ୍କୁ ଧରି ବାନ୍ଦ୍ରା ଥାନାକୁ ନେଇ ପଚରାଉଚରା କରିଥିଲା। ସୈଫ୍‌ଙ୍କ ଘରେ ଏହି କାଣ୍ଡ ଭିଆଇବା ପରେ ସେଠାରୁ ଫେରାର ହେଉଥିବାବେଳେ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିବା ଅନୁପ୍ରବେଶକାରୀଙ୍କ ସହ ଅଟକ ବ୍ୟକ୍ତିଙ୍କ ଚେହେରାର ସାମଞ୍ଜସ୍ୟ ଥିବାରୁ ତାଙ୍କୁ ବାନ୍ଦ୍ରା ରେଳ ଷ୍ଟେଶନ୍‌ରୁ ପୋଲିସ ଧରିଥିଲା। କିନ୍ତୁ ସତ ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଛାଡ଼ିଦେଇଥିଲା।
ଜାନୁଆରୀ ୧୮: ପ୍ରଥମେ କୁହାଗଲା, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ୨ ଜଣ ସନ୍ଦିଗ୍ଧ ଧରାପଡ଼ିଛନ୍ତି। ପ୍ରଶ୍ନ ଉଠିଲା, ଯଦି ଆକ୍ରମଣକାରୀ ଜଣେ ବ୍ୟକ୍ତି ତେବେ ୨ ଜଣ କିପରି ଧରାପଡ଼ିଲେ? ପରେ କୁହାଗଲା, ଛତିଶଗଡ଼ର ଦୁର୍ଗ ରେଳ ଷ୍ଟେଶନ୍‌ରୁ ଧରାପଡ଼ିଥିବା ବ୍ୟକ୍ତି ହିଁ ଆକ୍ରମଣକାରୀ। ତାଙ୍କ ନାମ ଆକାଶ କନୌଜିଆ, ବୟସ ୩୦ ବର୍ଷ। ଷ୍ଟେଶନ୍‌ର ରେଲଓ୍ବେ ପୋଲିସ ଫୋର୍ସ ପୋଷ୍ଟରେ ରାତିସାରା ପଚରାଉଚରା ପରେ କିଛି ପ୍ରମାଣ ନ ମିଳିବାରୁ ରବିବାର ସକାଳେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ଜାନୁଆରୀ ୧୯: ସୈଫ୍‌ଙ୍କ ଆକ୍ରମଣକାରୀ ବୋଲି ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କୁ ଧରିଛି। ତାଙ୍କ ନାମ ମହମ୍ମଦ ଶରିଫୁଲ ଇସ୍‌ଲାମ୍‌ ଶେହଜାଦ୍‌। ଠାଣେରେ ଶନିବାର ରାତିରେ ଧରାପଡ଼ିଥିବା ୩୦ ବର୍ଷୀୟ ଶେହଜାଦ୍‌ ଜଣେ ବାଂଲାଦେଶୀ। ସେ ନିଜ ନାମ ‘ବିଜୟ ଦାସ’କୁ ବଦଳାଇ ଭାରତକୁ ଅନୁପ୍ରବେଶ କରିଥିବା ପୋଲିସ କହିଛି। ପୋଲିସର କହିବା ହେଲା ଶେହଜାଦ୍‌ ୧୬ ତାରିଖ ସକାଳ ୭ଟା ଯାଏ ବାନ୍ଦ୍ରା ଓ୍ବେଷ୍ଟ୍‌ରେ ଥିବା ପଟଓ୍ବର୍ଦ୍ଧନ ଗାର୍ଡେନରେ ଶୋଇଥିଲେ। ପରେ ସେ ଏକ ଟ୍ରେନ୍‌ରେ ଓ୍ବର୍ଲି ଯାଇଥିଲେ। ଏହି ବ୍ୟକ୍ତି ହିଁ ପ୍ରକୃତ ଆକ୍ରମଣକାରୀ ବୋଲି ମୁମ୍ବାଇ ପୋଲିସ ବାନ୍ଦ୍ରା କୋର୍ଟରେ ଯୁକ୍ତି ବାଢ଼ିଥିଲା। ଏଥିସହ ୧୪ ଦିନଆ ରିମାଣ୍ଡ୍‌ ଦାବି କରିଥିଲା। କିନ୍ତୁ କୋର୍ଟ ୫ ଦିନ ପାଇଁ ପୋଲିସକୁ ରିମାଣ୍ଡ୍‌ ଅନୁମତି ଦେଇଛନ୍ତି। କେବଳ ଏତିକି ନୁହେଁ, ଶେହଜାଦ୍‌ ଏହି ଆକ୍ରମଣ କରିବା ପଛରେ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ରହିଥିବା ସରକାରୀ ଓକିଲ ଯୁକ୍ତି ବାଢ଼ିଛନ୍ତି। ତେଣୁ ପ୍ରକୃତ ଆକ୍ରମଣକାରୀଙ୍କୁ ଧରି ନ ପାରି ନିଜ ଅପାରଗତା ଲୁଚାଇବା ପାଇଁ ପୋଲିସ ଏହାକୁ ଏକ ଭିନ୍ନ ରୂପ ଦେବାକୁ ଉଦ୍ୟମ ଚଳାଇଥିବା ଲୋକେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?