ଟ୍ରମ୍ପ କରୁଛନ୍ତି ବଡ଼ ଖେଳ! ପୁଟିନଙ୍କ ସହ ବଢାଉଛନ୍ତି ବନ୍ଧୁତା ସେପଟେ ମିଳିଲା କଡ଼ା ଧମକ

ଓ୍ବାଶିଂଟନ୍‌,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋେିଆ ସହିତ ବନ୍ଧୁତା କରିଛନ୍ତି। ବୁଧବାର ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ସେ ଫୋନ ଯୋଗେ କଥା ହୋଇଛନ୍ତି। ଉଭୟ ନେତା ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ଜାରି ରଖିବେ ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଆଗାମୀ ମାସଗୁଡ଼ିକରେ ତାଙ୍କର ଏବଂ ପୁଟିନଙ୍କ ମଧ୍ୟରେ ଅଧିକ ଆଲୋଚନା ହେବ। ଏଥିସହ ସାଉଦି ଆରବରେ ପୁଟିନଙ୍କ ସହ ଏକ ବୈଠକ ମଧ୍ୟ ହେବ।

ଗୋଟିଏ ପଟେ ଟ୍ରମ୍ପ ବନ୍ଧୁତା ବଢାଉଥିବା ବେଳେ, ଅନ୍ୟପଟେ ପୁଟିନଙ୍କୁ ନାଟୋରୁ ଏକ ବଡ଼ ଧମକ ମିଳିଛି। ନାଟୋ ମହାସଚିବ ମାର୍କ ରୁଟ ପୁଟିନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ମସ୍କୋ କୌଣସି ନାଟୋ ସଦସ୍ୟ ଦେଶ ଉପରେ ଆକ୍ରମଣ କରେ, ତେବେ ତାକୁ ଉଚିତ ଜବାବ ଦିଆଯିବ।

ସାମ୍ପ୍ରତିକ ବର୍ଷଗୁଡ଼ିକରେ, ରୁଟ ସମେତ ନାଟୋ ସଦସ୍ୟ ଦେଶଗୁଡ଼ିକର ଅଧିକାରୀମାନେ ଋଷିଆ ଉପରେ ଆକ୍ରମଣାତ୍ମକ ଯୋଜନା କରୁଥିବାର ଅଭିଯୋଗ ଆଣିଛନ୍ତି। ଯଦିଓ ପୁଟିନ ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି। ବ୍ରସେଲ୍ସରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ରୁଟ କହିଛନ୍ତି ଯେ ଯଦି ପୁଟିନ ନାଟୋ ଉପରେ ଆକ୍ରମଣ କରନ୍ତି ତେବେ ଜବାବ ବିନାଶକାରୀ ହେବ। ସେ ହାରିଯିବେ। ସେମାନେ ଏହା ଚେଷ୍ଟା ବି କରିବା ଉଚିତ ନୁହେଁ।

କହିରଖୁଛୁ କି, ଋଷିଆ ଆକ୍ରମଣ ସମ୍ପର୍କରେ ଡେନମାର୍କ ପ୍ରତିରକ୍ଷା ଗୁଇନ୍ଦା ସେବାର ଏକ ରିପୋର୍ଟ ପରେ ଏହି ପ୍ରଶ୍ନ ଉଠିଥିଲା। ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଯୁଦ୍ଧ ଶେଷ ହେବାର କିମ୍ବା ସମାପ୍ତ ହେବାର ପାଞ୍ଚ ବର୍ଷ ମଧ୍ୟରେ ମସ୍କୋ ୟୁରୋପ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିପାରେ।

ଭବିଷ୍ୟତରେ ୱାଶିଂଟନ ୟୁକ୍ରେନକୁ କେତେ ସାମରିକ ଏବଂ ଆର୍ଥିକ ସହାୟତା ଦେବାକୁ ଇଚ୍ଛୁକ ତାହା ଜାଣିବାକୁ ସହଯୋଗୀ ରାଷ୍ଟ୍ରମାନେ ଆଗ୍ରହୀ। ହେଗସେଥ ତାଙ୍କୁ କହିଥିଲେ ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହାଁନ୍ତି ଯେ ୟୁରୋପୀୟ ଦେଶମାନେ ୟୁକ୍ରେନକୁ ଅଧିକାଂଶ ସାମରିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ। ୫୦ଟି ଦେଶର ଗୋଷ୍ଠୀକୁ ସମ୍ବୋଧିତ କରି ହେଗସେଥ କହିଥିଲେ, ଏହି ସମ୍ପର୍କ ଗୋଷ୍ଠୀର ସଦସ୍ୟମାନଙ୍କୁ ଏହି ମୁହୂର୍ତ୍ତର ସମ୍ମୁଖୀନ ହେବାକୁ ପଡିବ। ୨୦୨୨ ମସିହାରେ ଋଷିିଆ ଆକ୍ରମଣ ପରଠାରୁ ଏହି ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ ଯୋଗାଇ ଆସୁଛନ୍ତି। ଫେବୃଆରୀ ୨୦୨୨ରେ ଋଷିଆ, ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଜୋ ବାଇଡେନ ପ୍ରଶାସନ ଅନ୍ୟ କେତେକ ୟୁରୋପୀୟ ଦେଶ ସହିତ ୟୁକ୍ରେନର ନାଟୋ ସଦସ୍ୟତାକୁ ସମର୍ଥନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ସୁପ୍ରିମକୋର୍ଟ ଇସିଙ୍କୁ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?