ମୌଳବାଦୀ ଖ୍ରୀଷ୍ଟିଆନଙ୍କ ଦୃଷ୍ଟିରେ ଟ୍ରମ୍ପ

ରିଚାର୍ଡ କେ. ଶେରଓ୍ବିନ

 

ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ୍‌ ରିପବ୍ଲିକାନ ପାର୍ଟିର ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ସେ ରାଜନୈତିକ କ୍ଷେତ୍ରରେ ପାଦଦେବାଠାରୁ ଜାରି ରହିଥିବା ଏକ ଦ୍ୱନ୍ଦ୍ୱର ଉତ୍ସକୁ ସମାଧାନ କରିବା ଉଚିତ ମନେ ହେଉଛି। ଆମେରିକାର ମୌଳବାଦୀ ଖ୍ରୀଷ୍ଟିଆନମାନେ କିପରି ଜଣେ ଅଣ ଖ୍ରୀଷ୍ଟିଆନ ରାଜନେତାଙ୍କ ପାଇଁ ଏତେ ଉତ୍ସାହିତ ହୋଇପାରନ୍ତି, ତାହା ଉପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏହି ଦ୍ୱନ୍ଦ୍ୱାତ୍ମକ ତଥା ବିରୋଧାତ୍ମକ ଚିନ୍ତାଧାରା ମୌଳବାଦୀ ଖ୍ରୀଷ୍ଟିଆନଙ୍କ ମାନସିକତାରେ ରହିଛି। ଏହାର ମୂଳରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ବତନ୍ତ୍ର କୋଡ୍‌ ଅଛି, ଯାହା ଅନ୍ୟମାନେ ଦେଖିପାରନ୍ତି ନାହିଁ ତାହା ଧର୍ମ ବିଶ୍ୱାସୀଙ୍କୁ ଦେଖିବାକୁ ଓ ଶୁଣିବାକୁ ସକ୍ଷମ କରିଥାଏ। ବୁକ୍‌ ଅଫ୍‌ ମାଥ୍ୟୁ (୧୩: ୧୬-୧୭)ରେ ଯିଶୁଙ୍କ ବାଣୀକୁ ବିଚାର କରନ୍ତୁ: ତୁମର ଆଖି ଧନ୍ୟ, କାରଣ ସେମାନେ ଦେଖନ୍ତି ଏବଂ ତୁମର କାନ ଧନ୍ୟ କାରଣ ସେମାନେ ଶୁଣନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି, ଯାହାସବୁ ତୁମେ ଦେଖ ତାହା ଅନେକ ଧର୍ମଯାଜକ ଓ ଧର୍ମୀୟ ବ୍ୟକ୍ତିମାନେ ଦେଖିବାକୁ ଇଚ୍ଛା କରିଛନ୍ତି, କିନ୍ତୁ ତାହା ଦେଖି ନାହାନ୍ତି; ତୁମ୍ଭେମାନେ ଯାହା ଶୁଣୁଛ, ତାହା ସେମାନେ ଶୁଣିବାକୁ ଚାହଁିଛନ୍ତି , କିନ୍ତୁ ତାହା ଶୁଣିନାହାନ୍ତି। ଏହି ଶବ୍ଦର ଅର୍ଥ କେବଳ ବିଶ୍ୱାସଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ଠିକ୍‌ ଭାବରେ ବ୍ୟାଖ୍ୟା କରାଯାଇପାରିବ। ଯେଉଁମାନେ ବିଶ୍ୱାସ ଦୃଷ୍ଟିରୁ ବିଚାର କରନ୍ତି ସେମାନଙ୍କ ପାଇଁ ଭବିଷ୍ୟବାଣୀ ସଙ୍କେତ ସ୍ପଷ୍ଟ ହୋଇଥାଏ। କିନ୍ତୁ ଯେଉଁମାନେ ଏହା କରିବାକୁ ଅକ୍ଷମ ସେମାନଙ୍କୁ କିଛି ସମ୍ପୂର୍ଣ୍ଣ ଭିନ୍ନ ଦେଖିବାର ସମ୍ଭାବନା ଅଛି କିମ୍ବା ସମ୍ଭବତଃ ଆଦୌ କିଛି ବି ଦେଖି ନ ପାରନ୍ତି।
ଏହା ଠିକ୍‌ ସେହି ଚରିତ୍ରଗୁଡ଼ିକ ଭଳି ଯାହା ବହୁ ଦିନ ତଳେ ଚିତ୍ରକର ପିଟର ବ୍ରୁଜେଲଙ୍କ ଏକ ପେଣ୍ଟିଂ ‘ଲ୍ୟାଣ୍ଡସ୍କେପ ଓ୍ବିଥ୍‌ ଦି ଫଲ୍‌ ଅଫ୍‌ ଇକାରୁଷ’ରେ ଆମେ ଦେଖୁ। କିଛି ଚମତ୍କାର ଘଟଣା ଭଳି ଘଟିଛି: ଇକାରୁଷ ମହମ ଡେଣା ତିଆରି କରିଛନ୍ତି, ଯାହା ତାଙ୍କୁ ଆକାଶକୁ ଯିବାକୁ ପ୍ରେରିତ କରିଛି, କିନ୍ତୁ ତାଙ୍କର ଉଡ଼ାଣ ଏବଂ ବିପର୍ଯ୍ୟସ୍ତ ପତନ (ସୂର୍ଯ୍ୟଙ୍କ ନିକଟତର ହେବା ପରେ) ମାନବୀୟ ଘଟଣାପ୍ରବାହରେ ଏକ ଆଲୋଡ଼ନ ସୃଷ୍ଟି କରେ। ଯଦି ତୁମେ ଖ୍ରୀଷ୍ଟିଆନ ମୌଳିକତାର ବ୍ୟାଖ୍ୟାତ୍ମକ ଶବ୍ଦ ବାହାରେ କିଛି ଦେଖୁଛ ଏବଂ ଭାବୁଛ; ଶକ୍ତି, ଧନ ଏବଂ ଶାରୀରିକ ଆନନ୍ଦ ବଢ଼ାଇବାକୁ ଇଚ୍ଛା କରୁଥିବା ଟ୍ରମ୍ପଙ୍କୁ ଜଣେ ନିର୍ଦ୍ଦୟ, ସମ୍ପୂର୍ଣ୍ଣ ସ୍ବାର୍ଥପର ବ୍ୟକ୍ତି ଭାବରେ ଦେଖୁଛ ତେବେ ତୁମକୁ କ୍ଷମା କରାଯାଇପାରେ । ଖ୍ରୀଷ୍ଟିଆନଙ୍କ ନୂଆ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ସିକ୍ରେଟ ପାଓ୍ବାର ଅଫ୍‌ ଲଲେସ୍‌ନେସ୍‌କୁ ଅନୈତିକତାର ଗୁପ୍ତ ଶକ୍ତିକୁ ଆଧାର କରି ସବୁଠୁ ପାପର ଆଗମନକୁ ରୋକିବା ଲାଗି କିମ୍ବା ଅକଳନୀୟ ପୁଣ୍ୟ ସୃଷ୍ଟି କରିବାକୁ ( ବିଶ୍ୱ ଧ୍ୱଂସ ହେଲାବେଳେ ପ୍ରଭୁ ଯିଶୁ ପୁନର୍ବାର ଆସନ୍ତି) ହୋଲି ସ୍ପିରିଟ ତାଙ୍କୁ କିପରି ବ୍ୟବହାର କରନ୍ତି ତାହା ତୁମର ଆଧ୍ୟାତ୍ମିକ ଅଜ୍ଞାନତା ଯୋଗୁ ବୁଝିପାର ନାହିଁ।
ଏହି ପରିପ୍ରେକ୍ଷୀରେ, ଟ୍ରମ୍ପଙ୍କ ମନ୍ଦ ଚରିତ୍ରର ବାସ୍ତବତା ଏଠାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ ବରଂ ନିରାଟ ସତ ହେଉଛି ପୃଥିବୀରେ ଏକ ସ୍ବର୍ଗ ପ୍ରତିଷ୍ଠା କରିବାକୁ ଆଧ୍ୟାତ୍ମିକ ଶକ୍ତିମାନେ ତାଙ୍କଠାରେ କିଭଳି କାର୍ଯ୍ୟ କରୁଛନ୍ତି । ବିଂଶ ଶତାବ୍ଦୀର ରାଜନୈତିକ ଦାର୍ଶନିକ ଏରିକ ଭୋଗେଲିନ କହିଛନ୍ତି ଯେ, ଅଣ ଖ୍ରୀଷ୍ଟିଆନ ଭାବେ ଟ୍ରମ୍ପଙ୍କୁ ରୋକିବା ପାଇଁ ତାଙ୍କୁ ଜଣେ ଦିବ୍ୟ ଶକ୍ତି ଭାବେ ଦର୍ଶାଇବା ବୋଧହୁଏ ପୃଥିବୀରେ ସ୍ବଗର୍ର୍କୁ ହୃଦୟଙ୍ଗମ କରିବା ଲାଗି କରାଯାଉଛି। ଏହି ଖ୍ରୀଷ୍ଟିଆନ ମୌଳବାଦୀଙ୍କ ବିଶ୍ୱାସ ଅନୁଯାୟୀ, ଯଦି ଚରମ ପାପକୁ ନଷ୍ଟ କରିବା କିମ୍ବା ଚରମ ମଙ୍ଗଳ ପାଇଁ ଟ୍ରମ୍ପଙ୍କ ଏକଚ୍ଛତ୍ରବାଦ ରାଜନୈତିକ ପଦ୍ଧତି ବ୍ୟବହାର ହୁଏ ତେବେ ତାହା ଯଥାର୍ଥ ହୋଇପାରେ। ଏହି ତାତ୍ତ୍ୱିକ ଢାଞ୍ଚାକୁ ବୁଝିବା ହିଁ ଆମକୁ ଭାବନା ଓ ବିଶ୍ୱାସକୁ ଗ୍ରହଣ କରିବାର ସମ୍ଭାବନା ଥିବା ଏକ ରାଜନୀତି ବିରୋଧରେ ବାଧାର ନିରର୍ଥକତାକୁ ଚିହ୍ନିବାରେ ସାହାଯ୍ୟ କରେ। ନିଶ୍ଚିତ ହେବାକୁ ହେବ ଯେ, ମିଥ୍ୟାରୁ ସତ୍ୟକୁ ଜାଣିବାର ଆମ ଦକ୍ଷତା ବିଷୟରେ ଦ୍ୱନ୍ଦ୍ୱ, ନିନ୍ଦନୀୟତା ଏବଂ ନିରାଶା ସୃଷ୍ଟି କରିବାକୁ ଭୁଲ୍‌ ତଥ୍ୟ ବ୍ୟବହାର ହେଉଛି ଓ ଏହା ଏକଚ୍ଛତ୍ରବାଦର ଏକ ଜଣାଶୁଣା ବୈଶିଷ୍ଟ୍ୟ।
ଉଦାରବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଆଇନଗତ ଭାବରେ ସଂରକ୍ଷିତ ଅନୁଷ୍ଠାନ ଭିତ୍ତିଭୂମି ବିନା ଦୀର୍ଘ ଦିନ ତିଷ୍ଠିପାରିବେ ନାହ,ିଁ ଯାହା ମୁକ୍ତ ବକ୍ତବ୍ୟର ଅର୍ଥପୂର୍ଣ୍ଣ ଧାରାକୁ ସୁରକ୍ଷିତ ରଖେ। ନିର୍ବାଚନ ପ୍ରକ୍ରିୟା ଉପରେ ଉଦାରବାଦୀଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଯେତେବେଳେ ସେମାନେ ‘ଫାଷ୍ଟ ଆମେଣ୍ଡମେଣ୍ଟ’ ବା ପ୍ରଥମ ସଂଶୋଧନ ସିଦ୍ଧାନ୍ତକୁ ବ୍ୟବହାର କରନ୍ତି, ସେତେବେଳେ ବାକ୍‌ ସ୍ବାଧୀନତାକୁ ଧର୍ମ ବିଶ୍ୱାସୀମାନେ ବୁଝିବାରେ ବିଫଳ ହୁଅନ୍ତି । ଏହାର ଲକ୍ଷ୍ୟ (ବାକ୍‌ ସ୍ବାଧୀନତାବିରୋଧୀ କାର୍ଯ୍ୟ) ହେଉଛି ବିତର୍କରେ ବାଧା ଦେବା, ଦ୍ୱନ୍ଦ୍ୱ ଏବଂ ଅବିଶ୍ୱାସ ସୃଷ୍ଟି କରିବା। ଅନ୍ୟମାନେ ଯୁକ୍ତିଯୁକ୍ତ ମନେକରୁଥିବା ମିଥ୍ୟା ତଥ୍ୟକୁ ଖୋଲାଖୋଲି ଭାବେ ପ୍ରଚାର କରି ସେମାନେ ଏଭଳି କରିଥାନ୍ତି। ମିଥ୍ୟାରୁ ଲାଭ ଉଠାଇବା ହିଁ ଜନସାଧାରଣଙ୍କୁ ଧୋକାଦିଏ।
ଏହା ସତ୍ତ୍ୱେ ଯେଉଁମାନେ ଟ୍ରମ୍ପ୍‌ ଏବଂ ତାଙ୍କର ଚରମ ମୌଳବାଦୀ ଅନୁଗାମୀଙ୍କୁ ବିରୋଧ କରନ୍ତି, ସେମାନେ ସଫଳ ହେବେ ନାହିଁ । ସେମାନଙ୍କ ସମ୍ମୁଖରେ ଥିବା ରାଜନୈତିକ ଆହ୍ବାନ କେବଳ ସୁଚିନ୍ତିତ ମିଥ୍ୟା ଉପରେ ସତ୍ୟର ବିଜୟ ନିଶ୍ଚିତ କରିବା ବୋଲି ଯଦି ସେମାନେ ଭାବନ୍ତି ତେବେ ଏହା ଘଟିବ । ସେମାନଙ୍କ ସମ୍ମୁଖରେ ଏକ ବଡ଼ ଆହ୍ବାନ ମଧ୍ୟ ରହିଛି, ଯାହା ଉଦାରବାଦୀ ଗଣତନ୍ତ୍ରର ଏବକାର ଢାଞ୍ଚା ପ୍ରତି ଚିନ୍ତାଜନକ। ଆମେରିକାର ଗଣତନ୍ତ୍ରର ପ୍ରତିଷ୍ଠାତାମାନଙ୍କ ପାଇଁ ଚିନ୍ତାର କାରଣ ଯେ, ସେମାନେ ‘ପ୍ରଥମ ସଂଶୋଧନ’ର ପ୍ରଥମରେ ଉଲ୍ଲେଖ କରିଥିଲେ: ଧର୍ମର ଏକ ବ୍ୟବସ୍ଥା ଉପରେ କଂଗ୍ରେସ କୌଣସି ଆଇନ କରିବ ନାହିଁ।
ଯେତେବେଳେ ଆଲାବାମାର ପ୍ରଧାନ ବିଚାରପତି ଟମ୍‌ ପାର୍କର କୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଲେଖିଥିଲେ ଯେ, ପବିତ୍ର ଈଶ୍ବରଙ୍କ କ୍ରୋଧର ପରିଣାମକୁ ଅନୁଭବ ନ କରି ମାନବ ଭ୍ରୂଣକୁ ନଷ୍ଟ କରାଯାଇ ପାରିବ ନାହିଁ, ଯିଏ ତାଙ୍କ ପ୍ରତିରୂପକୁ ନଷ୍ଟ କରିବାକୁ ନିଜେ ଅପମାନ ଭାବେ ବିଚାର କରିଥାନ୍ତି। ସେ ଏବଂ କୋର୍ଟ ସ୍ପଷ୍ଟ ଭାବରେ ପ୍ରଥମ ସଂଶୋଧନର ବ୍ୟବସ୍ଥା ବିରୋଧୀ ଧାରାକୁ ସଂକ୍ଷିପ୍ତ କରିଥିଲେ। ସାଂସ୍କୃତିକ, ରାଜନୈତିକ ଏବଂ ଆଇନଗତ ଭାବରେ ଟ୍ରମ୍ପଙ୍କ ଉତ୍‌ଥାନର ଏହା ଏକ ପ୍ରମାଣ।
ପ୍ରଥମ ସଂଶୋଧନ ଉଭୟ ମୁକ୍ତ ବକ୍ତବ୍ୟ ଏବଂ ଧର୍ମୀୟ ସ୍ବାଧୀନତାକୁ ସୁରକ୍ଷା ଦେଇଥାଏ, କାରଣ ଏହାର ନିର୍ମାତାମାନେ ବୁଝିିଥିଲେ ଯେ, ଏଗୁଡ଼ିକ ପରସ୍ପର ସମ୍ବନ୍ଧିତ। ଯଦି ବ୍ୟବସ୍ଥାର ଅଧିକାରୀମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ବିଶ୍ୱାସ ଆଧାରରେ ସେମାନଙ୍କ କ୍ଷମତାର ପ୍ରୟୋଗକୁ ଯଥାର୍ଥ କରିବାକୁ ଚେଷ୍ଟା କରନ୍ତି, ତେବେ କୌଣସି ତଥ୍ୟ କିମ୍ବା ବିତର୍କ ଯେତେ ଯୁକ୍ତିଯୁକ୍ତ ହେଲେ ବି ଏହାକୁ ବିରୋଧ କରିବାକୁ ଯଥେଷ୍ଟ ହେବ ନାହିଁ। ବିଶ୍ୱାସର ଶାସନ ଧାରା କିମ୍ବା ଜଣେ ଅପରିଚିତ ବ୍ୟକ୍ତି, ପ୍ରତ୍ୟେକେ ଅନ୍ୟକୁ ଅନ୍ଧ ଏବଂ ବଧିର ମନେହେବେ। ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ ଆମେରିକାର ସୁପ୍ରିମକୋର୍ଟ ପ୍ରଥମ ସଂଶୋଧନ ବିଶେଷକରି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ବିଷୟରେ ଏକ ମୁକ୍ତ ଓ ଅବାଧ ବିତର୍କ କ୍ଷେତ୍ରରେ ପ୍ରତ୍ୟକ ବ୍ୟକ୍ତି ଭାଗନେବା ଲାଗି ବ୍ୟକ୍ତିଗତ ବିଚାରକୁ ପ୍ରତ୍ୟକଙ୍କର ଅଧିକାର ଭାବେ ସୁରକ୍ଷିତ ରଖିଥିଲା। ଯେତେବେଳେ ସେହି ଅଧିକାର ଏକ ଧର୍ମୀୟ ବିଷୟ ହୋଇଗଲା ସେତେବେଳେ ବ୍ୟକ୍ତିଗତ ଅଧିକାର ଓ ଉଦାରବାଦୀ ଗଣତନ୍ତ୍ର ଇକାରୁଷ ଭଳି ସମୁଦ୍ରରେ ଡୁବି ଯାଇଛି ଅର୍ଥାତ ଏହା ମୂଲ୍ୟ କ୍ଷୁଣ୍ଣ ହୋଇଛି। ବିପର୍ଯ୍ୟୟ ଘଟିବା ପୂର୍ବରୁ ସଂଖ୍ୟାଧିକ ଆମେରିକୀୟ ଧ୍ୟାନ ଦେଇ ପଦକ୍ଷେପ ନେବେ କି? ଏହାର ଉତ୍ତର ନିର୍ଭର କରେ ସମସ୍ତଙ୍କ ପାଇଁ ସ୍ବାଧୀନତା ଏବଂ ସମାନତାର ଅତ୍ୟାବଶ୍ୟକ ସହଯୋଗୀ ଭାବେ ସଂଖ୍ୟାଗରିଷ୍ଠତା ଏବଂ ସହନଶୀଳତା ଉପରେ ଏକ ଜାତୀୟ ସହମତି। କିନ୍ତୁ ତାହା ଏପର୍ଯ୍ୟନ୍ତ ରହିଛି କି ନାହିଁ ଦେଖିବାକୁ ହେବ।
ପ୍ରଫେସର, ଏମିରିଟସ ଅଫ୍‌ ଲ (ନ୍ୟୁୟର୍କ ଲ ସ୍କୁଲ)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?