ଭାରତ ଠାରୁ ୨ଲକ୍ଷ କୋଟି ଟଙ୍କାର ଋଣ ନେଇଛନ୍ତି ଟ୍ରମ୍ପ, ଚାଞ୍ଚଲ୍ୟକର ଖୁଲାସା…

ନୂଆଦିଲ୍ଲୀ, ୨।୬: ଆମେରିକା ସଂଯୁକ୍ତ ରାଷ୍ଟ୍ର ଭାରତକୁ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା (୨୧୬ ବିଲିୟନ ଡଲାର) ଦେବ ଏବଂ ତାହା ପୁଣି ଋଣ ପରିଶୋଧ ପାଇଁ। ଏନେଇ ଜାତୀୟ ଗଣମାଧ୍ୟମରେ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ଟ୍ରେଜୁରୀ ବଣ୍ଡ, ବିଲ ଏବଂ ସିକ୍ୟୁରିଟିଜ ଜାରି କରି ଭାରତ ଠାରୁ ନେଇଥିଲା। ଏହି ଆର୍ଥିକ ଉପକରଣଗୁଡ଼ିକ ଋଣ ଚୁକ୍ତି ଭାବେ କାର୍ଯ୍ୟ କରେ, ଯାହା ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ସୁଧ ସହିତ ଋଣ ପରିଶୋଧ କରିବାକୁ ପ୍ରତିଶ୍ରୁତି ଦିଏ। ଭାରତ ଏହି ବଣ୍ଡଗୁଡ଼ିକୁ ନିଜର ବୈଦେଶିକ ମୁଦ୍ରା ଭଣ୍ଡାର ନିବେଶ କରିବା ପାଇଁ ଏକ ନିରାପଦ ମାଧ୍ୟମ ଭାବେ କିଣିଛି। ଏହା ସହିତ ଜାପାନ ଓ ଚାଇନା ମଧ୍ୟ ଭାରତରୁ ଏହିପରି ଋଣ ନେଇଥିବା ଜଣାପଡ଼ିଛି।

ଭାରତ ଆମେରିକୀୟ ଟ୍ରେଜୁରୀ ବଣ୍ଡରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ କରିଛି, ଯାହା କେବଳ ଆମେରିକୀୟ ଅର୍ଥନୀତିକୁ ସମର୍ଥନ କରୁନାହିଁ ବରଂ ଭାରତର ଆର୍ଥିକ ସ୍ଥିରତାକୁ ମଧ୍ୟ ଦୃଢ଼ କରୁଛି। ଆମେରିକାର ଜାତୀୟ ଋଣ ୩୪ ଟ୍ରିଲିୟନ ଡଲାର ଅତିକ୍ରମ କରିଥିଲେ ମଧ୍ୟ, ବିଶ୍ୱ ଅର୍ଥନୀତିରେ ଡଲାରର ପ୍ରାଧାନ୍ୟ ଏବଂ ଆମେରିକୀୟ ସରକାରଙ୍କ ଋଣ ପରିଶୋଧ କ୍ଷମତା ଉପରେ ବିଶ୍ୱବ୍ୟାପୀ ଆସ୍ଥା ଏହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥନୀତି ଭାବେ ସ୍ଥାନ ଦେଇଛି। ଏହି କାରଣରୁ ବିଶ୍ୱର ଅନେକ ଦେଶ, ଭାରତ ସମେତ, ଆମେରିକୀୟ ବଣ୍ଡକୁ ଏକ ନିରାପଦ ନିବେଶ ଭାବେ ଗ୍ରହଣ କରୁଛନ୍ତି।

ଏହି ନିବେଶରୁ ଭାରତ ଏକ ନିଶ୍ଚିତ ଓ କମ କ୍ଷତିଯୁକ୍ତ ଆୟ ପାଉଛି, ଯାହା ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ନିଶ୍ଚିତ କରୁଛି। ଏହି ରଣନୀତି ଭାରତର ବିଶ୍ୱ ଅର୍ଥନୀତିରେ ସ୍ଥାନକୁ ନିଶ୍ଚିତ ଭାବେ ମଜବୁତ କରୁଛି। ଯଦିଓ ଏହି ନିବେଶ ସମ୍ପର୍କିତ ଖବର ସାର୍ବଜନୀନ ଭାବେ ବେଶୀ ଚର୍ଚ୍ଚା ହୁଏ ନାହିଁ, ଏହା ଭାରତର ଆର୍ଥିକ ଭବିଷ୍ୟତକୁ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସୂଚନା ଅନୁସାରେ, ଜାପାନ ଓ ଚୀନ ମଧ୍ୟ ଭାରତରୁ ଋଣ ନେଇଛନ୍ତି। ତେବେ ଏହି ଋଣର ପରିମାଣ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri