ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ, ମାତାଙ୍କର ହାତୀରେ ଆଗମନ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ, କାରଣ ହାତୀ ହେଉଛି ସୁଖ-ସମୃଦ୍ଧି ଏବଂ ଖୁସିର ପ୍ରତୀକ। ବିଶ୍ୱାସ ରହିଛି ଯେ ଏହାର ଶୁଭ ପ୍ରଭାବରେ ଜାତକମାନଙ୍କୁ ଧନ-ଧାନ୍ୟ ପ୍ରାପ୍ତି ହେବା ସହିତ କାର୍ଯ୍ୟରେ ମନୋବାଞ୍ଛିତ ସଫଳତା ମିଳିପାରେ। ଏହାର ବିଶେଷ ପ୍ରଭାବ କିଛି ରାଶି ଉପରେ ମଧ୍ୟ ଦେଖିବାକୁ ମିଳିପାରେ। ଏହି ସମୟ ମଧ୍ୟରେ କିଛି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ଲାଭ, କ୍ୟାରିୟରରେ ଉନ୍ନତି ଏବଂ ବିଦେଶ ଯାତ୍ରାର ସୁଯୋଗ ମିଳିବାର ଯୋଗ ବନୁଅଛି। ଆସନ୍ତୁ ଜାଣିବା, ଶାରଦୀୟ ନବରାତ୍ରୀ କେଉଁ ତିନୋଟି ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ।
ବୃଷ ରାଶି
ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଶାରଦୀୟ ନବରାତ୍ରୀ ସମୟ ଶୁଭ ସାବ୍ୟସ୍ତ ହୋଇପାରେ। ଏହି ସମୟରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ମିଳିବାର ଯୋଗ ରହିଛି। ଦୀର୍ଘ ଦିନରୁ କରାଯାଉଥିବା ପ୍ରୟାସର ଆଶାନୁରୂପ ଫଳାଫଳ ମିଳିପାରେ। ଆର୍ଥିକ ଲାଭ ହେବା ସହିତ ପରିବାରରେ ସୁଖ-ଶାନ୍ତି ଏବଂ ଖୁସି ବଜାୟ ରହିବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ସେମାନଙ୍କର ପରିଶ୍ରମ ଓ ପ୍ରୟାସର ସମ୍ପୂର୍ଣ୍ଣ ଫଳ ପାଇବେ। ଧନଲାଭ ପାଇଁ ଉତ୍ତମ ସୁଯୋଗ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ସମନୱୟ ବଜାୟ ରହିବ। ଦୀର୍ଘ ଦିନ ଧରି ଚାଲିଆସୁଥିବା ସମସ୍ୟାରୁ ମୁକ୍ତି ମିଳିବାର ସମ୍ଭାବନା ଅଛି।
କନ୍ୟା ରାଶି
କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଶାରଦୀୟ ନବରାତ୍ରୀ ସମୟ ଲାଭଦାୟକ ରହିପାରେ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକରେ ଗତି ଆସିବାର ଯୋଗ ବନୁଅଛି। ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତିରେ ଧୀରେ ଧୀରେ ଉନ୍ନତି ଦେଖିବାକୁ ମିଳିପାରେ। କ୍ୟାରିୟର ଓ ବ୍ୟବସାୟରେ ଏକ ଉତ୍ତମ ତଥା ବଡ଼ ଧରଣର ଅଭିବୃଦ୍ଧି ଦେଖିବାକୁ ମିଳିବ। ଶିକ୍ଷା କ୍ଷେତ୍ରରେ ବହୁତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହେବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂତନ ସୁଯୋଗ ମିଳିପାରେ। ପୂର୍ୱରୁ କରାଯାଇଥିବା ନିବେଶରୁ ଯଥେଷ୍ଟ ଲାଭ ମିଳିପାରେ। ଆୟ ବୃଦ୍ଧି ପାଇଁ କିଛି ନୂଆ ରାସ୍ତା ଫିଟିପାରେ।
ଧନୁ ରାଶି
ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଶାରଦୀୟ ନବରାତ୍ରୀ ସମୟ ଆର୍ଥିକ ଦୃଷ୍ଟିକୋଣରୁ ଅନୁକୂଳ ରହିପାରେ। ଏହି ସମୟ ମଧ୍ୟରେ ଭାବିଚିନ୍ତି ନିଆଯାଇଥିବା ଆର୍ଥିକ ନିଷ୍ପତ୍ତି ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ବ୍ୟବସାୟ କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟରୁ ଲାଭ ମିଳିବାର ସମ୍ଭାବନା ରହିଛି। ପ୍ରେମ ସମ୍ପର୍କ (Love Partner) ରେ ମଧ୍ୟ ନିବିଡ଼ତା ବୃଦ୍ଧି ପାଇବ। ଭାବପ୍ରବଣ ହୋଇ ଆର୍ଥିକ ନିଷ୍ପତ୍ତି ନେବା ପରିବର୍ତ୍ତେ ପରିସ୍ଥିତିକୁ ବୁଝି ଆଗକୁ ବଢ଼ିବା ଅଧିକ ଲାଭଦାୟକ ହେବ। ସେହିପରି ଚାକିରି କିମ୍ୱା ବ୍ୟବସାୟ ସମ୍ପର୍କରେ ବିଦେଶ ଯାତ୍ରାର ସୁଯୋଗ ମଧ୍ୟ ମିଳିପାରେ।

