ପୁଞ୍ଜିବଜାରରେ ଟ୍ରମ୍ପ୍‌ ପ୍ରଭାବ:ନିବେଶକ ହରାଇଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୨।୧(ପି.ଟି.):ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବା ମାତ୍ରେ ଦୋହଲିଗଲା ଭାରତୀୟ ପୁଞ୍ଜିବଜାର। ଟ୍ରମ୍ପ୍‌ଙ୍କ ଟାରିଫ୍‌ ଘୋଷଣା ଯୋଗୁ ମଙ୍ଗଳବାର ସେସନ୍‌ରେ ବିଏସ୍‌ଇ ସେନ୍‌ସେକ୍ସ ୧୨୩୫ ପଏଣ୍ଟ (୧.୬୦%) ଖସି ୭୫,୮୩୮.୩୬ରେ ସ୍ଥିର ରହିଛି। ସେହିପରି ଏନ୍‌ଏସ୍‌ଇ ନିଫ୍ଟି ୩୨୦ ପଏଣ୍ଟ (୧.୩୭%) ନିମ୍ନଗାମୀ ହୋଇ ୨୩,୦୨୪.୬୫ରେ ରହିଛି। ଫଳରେ ଭାରତୀୟ ନିବେଶକମାନେ ଦିନକ ଭିତରେ ୭ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ସହିଛନ୍ତି। ସେନ୍‌ସେକ୍ସର ଜମାଟୋ, ଏନ୍‌ଟିପିସି, ଆଦାନୀ ପୋଟର୍‌ସ, ଆଇସିଆଇସିଆଇ ବ୍ୟାଙ୍କ, ଏସ୍‌ବିଆଇ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭଳି କମ୍ପାନୀ ସବୁଠୁ ଅଧିକ ତଳକୁ ଖସିଛି। ସେହିପରି ବିଏସ୍‌ଇ ମିଡ୍‌କ୍ୟାପ୍‌ ଏବଂ ସ୍ମଲକ୍ୟାପ୍‌ରେ ଅନ୍ତର୍ଭୁକ୍ତ କମ୍ପାନୀଗୁଡ଼ିକ ମଧ୍ୟ ୨% କ୍ଷତିଗ୍ରସ୍ତ ହୋଇଛି। ସବୁ ସେକ୍ଟରରେ ନିବେଶକମାନେ ଶେୟାରଗୁଡ଼ିକୁ ଶସ୍ତାରେ ବିକ୍ରି କରିଦେଇଛନ୍ତି। ଟ୍ରମ୍ପ୍‌ ସୋମବାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଭାରତ ସମେତ ଅନେକ ଦେଶରୁ ଆମେରିକାକୁ ଆମଦାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ଉଚ୍ଚ ସୀମାଶୁଳ୍କ ବସାଇବେ ବୋଲି ଘୋଷଣା କରିଥିଲେ। ଏହି କାରଣରୁ ନିବେଶକମାନେ ଆତଙ୍କିତ ହୋଇ ସେଲ୍‌ଅଫ୍‌ରେ ପଡ଼ିଥିବା କୁହାଯାଉଛି। ଏହାବାଦ୍‌ ଟ୍ରମ୍ପ୍‌ଙ୍କ ଆପ୍ରବାସନ ନୀତି ମଧ୍ୟ ଭାରତୀୟ ଟେକ୍‌ ସେକ୍ଟରକୁ ପ୍ରଭାବିତ କରିପାରେ। ଟ୍ରମ୍ପ୍‌ ୨.୦ରେ ନୂଆ ରାଷ୍ଟ୍ରପତିଙ୍କ ଅର୍ଥନୈତିକ ନିଷ୍ପତ୍ତି କ’ଣ ରହିବ, ସେଥିରେ କୌଣସି ସ୍ପଷ୍ଟତା ନ ଥିବାରୁ ଚିନ୍ତା ବଢ଼ିଯାଇଛି। ଟ୍ରମ୍ପ୍‌ ଶରଣାର୍ଥୀଙ୍କ ସମ୍ପର୍କରେ ସ୍ପଷ୍ଟ ଭାବେ କହିଥିଲେ ମଧ୍ୟ ଟାରିଫ୍‌କୁ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ପ୍ରକାଶ କରିନାହାନ୍ତି। କାନାଡା ଓ ମେକ୍ସିକୋ ସାମଗ୍ରୀ ଉପରେ ୨୫% ସୀମାଶୁଳ୍କ ବସିବା ସ୍ପଷ୍ଟ ହୋଇଥିବାବେଳେ ଭାରତୀୟ ସାମଗ୍ରୀ ଉପରେ କେତେ ସୀମାଶୁଳ୍କ ଲାଗିବ ତାହା ଜଣାପଡ଼ି ନ ଥିବାରୁ ବଜାରକୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି ବୋଲି ଜିଓଜିତ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ର ମୁଖ୍ୟ ଇନ୍‌ଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ଭି.କେ. ବିଜୟକୁମାର ସୂଚନା ଦେଇଛନ୍ତି।
ସେହିପରି ମେହଟ୍ଟା ଇକ୍ୱିଟିଜ୍‌ ସିନିୟର ଭାଇସ୍‌ପ୍ରେସିଡେଣ୍ଟ ପ୍ରଶାନ୍ତ ତାପ୍‌ସେ କହିଛନ୍ତି , ଟ୍ରମ୍ପ୍‌ଙ୍କ ଶପଥ ଅଭିଭାଷଣକୁ ନେଇ ନିବେଶକମାନେ ଆତଙ୍କିତ। ସେ ଆମେରିକାର ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେଇପାରନ୍ତି, ଯାହାକି ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ସଙ୍କୁଚିତ କରିଦେଇପାରେ। ସେହିପରି ଆସନ୍ତା ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ଉପସ୍ଥାପନ କରିବାକୁ ଥିବା କେନ୍ଦ୍ରୀୟ ବଜେଟ-୨୦୨୫କୁ ନେଇ ମଧ୍ୟ ନିବେଶକ ଆଶା ଆଶଙ୍କାରେ ରହିଛନ୍ତି। ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ଭାରତୀୟ ବଜାରରୁ ମୁହଁ ଫେରାଇନେବା ଭଳି ଆଉ କିଛି କାରଣରୁ ପୁଞ୍ଜିବଜାର ମଙ୍ଗଳବାର ତଳମୁହଁା ହୋଇଥିବା ଅନୁମାନ କରାଯାଉଛି। ଦିନକରେ ଏଫ୍‌ଆଇଆଇ ୫,୯୨୦.୨୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଥିବା ଷ୍ଟକ୍‌ ଏକ୍ସଚେଞ୍ଜ ଡେଟାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମଇଣ୍ଡିଆର ଟେନ୍‌ସନ୍‌: ପୁଣି ଫେଲ ମାରିଲେ..

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ଷ୍ଟାର୍‌ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଖରାପ ଫର୍ମ ଏବେ ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ…

ବଡ଼ ରେକର୍ଡ କରିଦେଲେ ଶ୍ରେୟସ ଆୟର: ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳକୁ ଚତୁର୍ଥ ମ୍ୟାଚ୍‌ରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମ ୩ଟି ମ୍ୟାଚ…

ଭୋଟ ଦେବାକୁ ଆନ୍ଧ୍ର କରୁଛି ବ୍ଲାକ୍‌ମେଲ୍‌: ଲୋକଙ୍କୁ ବୁଝାଇଲେ ବିଧାୟକ

ନନ୍ଦପୁର,୩୧ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ ଓ ପ୍ରଶାସନିକ…

ଆଜି ଅବପାତ, ୩ ଯାଏ ବର୍ଷା ସମ୍ଭାବନା, ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୩୧ା୧୦ (ବନ୍ଦନା ସେଠୀ): ବାତ୍ୟା ‘ଅର୍ଣ୍ଣବ’ ପରେ ଜାରି ରହିଥିବା ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା ଲାଗି ରହିଛି। ଶୁକ୍ରବାର ବର୍ଷା ପରିମାଣ…

୨୦୨୭ରେ ଏତିକି ଦିନ ରହିବ ସରକାରୀ ଛୁଟି: ଆସିଲା ଲିଷ୍ଟ୍‌

ଭୁବନେଶ୍ୱର,୩୧ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୭ ବର୍ଷ ପାଇଁ ସରକାରୀ ଛୁଟି ତାଲିକା ପ୍ରକାଶ ପାଇଛି। ରାଜସ୍ବ ବିଭାଗ ପକ୍ଷରୁ ଜାରି ତାଲିକା ଅନୁଯାୟୀ, ବର୍ଷକ ମଧ୍ୟରେ…

ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, କିନ୍ତୁ ଇତିହାସ ରଚିଲେ ଅଲରାଉଣ୍ଡର ଅକ୍ଷର ପଟେଲ

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି। ଟି-୨୦ କ୍ରିକେଟ ଫର୍ମାଟରେ ୩,୦୦୦ ରନ୍ ଏବଂ ୩୦୦ ଉଇକେଟର ‘ଡବଲ୍‌’…

ଧରାଶାୟୀ ହେଲା ରୂପା, ଫିକା ପଡ଼ିଲା ସୁନା ଚମକ: ୧୧ ମାସର ରେକର୍ଡ ଭାଙ୍ଗି ୮୩୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୩୦।୧୦: ସାରା ଦେଶରେ ଅକ୍ଟୋବର ୩୦ ତାରିଖରେ ସୁନା ଓ ରୂପା (ଚାନ୍ଦି) ଦରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ…

ଶେଷ ହେଲା ଅପେକ୍ଷା: ଜାନୁଆରୀ ୨୫ରୁ ଜନଗଣନା; ଉତ୍ତର ପ୍ରଦେଶ-ପଞ୍ଜାବ ସହ ଏସବୁ ରାଜ୍ୟରେ ହେବନି…

ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ସରକାର ଦେଶରେ ବହୁ ପ୍ରତୀକ୍ଷିତ ଜନଗଣନା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ବରଫାବୃତ ଅଞ୍ଚଳ ଏବଂ ଆଗାମୀ ନିର୍ବାଚନ ଥିବା ରାଜ୍ୟଗୁଡ଼ିକୁ ଛାଡ଼ି ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?