ପୁଞ୍ଜିବଜାରରେ ଟ୍ରମ୍ପ୍‌ ପ୍ରଭାବ:ନିବେଶକ ହରାଇଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୨।୧(ପି.ଟି.):ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବା ମାତ୍ରେ ଦୋହଲିଗଲା ଭାରତୀୟ ପୁଞ୍ଜିବଜାର। ଟ୍ରମ୍ପ୍‌ଙ୍କ ଟାରିଫ୍‌ ଘୋଷଣା ଯୋଗୁ ମଙ୍ଗଳବାର ସେସନ୍‌ରେ ବିଏସ୍‌ଇ ସେନ୍‌ସେକ୍ସ ୧୨୩୫ ପଏଣ୍ଟ (୧.୬୦%) ଖସି ୭୫,୮୩୮.୩୬ରେ ସ୍ଥିର ରହିଛି। ସେହିପରି ଏନ୍‌ଏସ୍‌ଇ ନିଫ୍ଟି ୩୨୦ ପଏଣ୍ଟ (୧.୩୭%) ନିମ୍ନଗାମୀ ହୋଇ ୨୩,୦୨୪.୬୫ରେ ରହିଛି। ଫଳରେ ଭାରତୀୟ ନିବେଶକମାନେ ଦିନକ ଭିତରେ ୭ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ସହିଛନ୍ତି। ସେନ୍‌ସେକ୍ସର ଜମାଟୋ, ଏନ୍‌ଟିପିସି, ଆଦାନୀ ପୋଟର୍‌ସ, ଆଇସିଆଇସିଆଇ ବ୍ୟାଙ୍କ, ଏସ୍‌ବିଆଇ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭଳି କମ୍ପାନୀ ସବୁଠୁ ଅଧିକ ତଳକୁ ଖସିଛି। ସେହିପରି ବିଏସ୍‌ଇ ମିଡ୍‌କ୍ୟାପ୍‌ ଏବଂ ସ୍ମଲକ୍ୟାପ୍‌ରେ ଅନ୍ତର୍ଭୁକ୍ତ କମ୍ପାନୀଗୁଡ଼ିକ ମଧ୍ୟ ୨% କ୍ଷତିଗ୍ରସ୍ତ ହୋଇଛି। ସବୁ ସେକ୍ଟରରେ ନିବେଶକମାନେ ଶେୟାରଗୁଡ଼ିକୁ ଶସ୍ତାରେ ବିକ୍ରି କରିଦେଇଛନ୍ତି। ଟ୍ରମ୍ପ୍‌ ସୋମବାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଭାରତ ସମେତ ଅନେକ ଦେଶରୁ ଆମେରିକାକୁ ଆମଦାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ଉଚ୍ଚ ସୀମାଶୁଳ୍କ ବସାଇବେ ବୋଲି ଘୋଷଣା କରିଥିଲେ। ଏହି କାରଣରୁ ନିବେଶକମାନେ ଆତଙ୍କିତ ହୋଇ ସେଲ୍‌ଅଫ୍‌ରେ ପଡ଼ିଥିବା କୁହାଯାଉଛି। ଏହାବାଦ୍‌ ଟ୍ରମ୍ପ୍‌ଙ୍କ ଆପ୍ରବାସନ ନୀତି ମଧ୍ୟ ଭାରତୀୟ ଟେକ୍‌ ସେକ୍ଟରକୁ ପ୍ରଭାବିତ କରିପାରେ। ଟ୍ରମ୍ପ୍‌ ୨.୦ରେ ନୂଆ ରାଷ୍ଟ୍ରପତିଙ୍କ ଅର୍ଥନୈତିକ ନିଷ୍ପତ୍ତି କ’ଣ ରହିବ, ସେଥିରେ କୌଣସି ସ୍ପଷ୍ଟତା ନ ଥିବାରୁ ଚିନ୍ତା ବଢ଼ିଯାଇଛି। ଟ୍ରମ୍ପ୍‌ ଶରଣାର୍ଥୀଙ୍କ ସମ୍ପର୍କରେ ସ୍ପଷ୍ଟ ଭାବେ କହିଥିଲେ ମଧ୍ୟ ଟାରିଫ୍‌କୁ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ପ୍ରକାଶ କରିନାହାନ୍ତି। କାନାଡା ଓ ମେକ୍ସିକୋ ସାମଗ୍ରୀ ଉପରେ ୨୫% ସୀମାଶୁଳ୍କ ବସିବା ସ୍ପଷ୍ଟ ହୋଇଥିବାବେଳେ ଭାରତୀୟ ସାମଗ୍ରୀ ଉପରେ କେତେ ସୀମାଶୁଳ୍କ ଲାଗିବ ତାହା ଜଣାପଡ଼ି ନ ଥିବାରୁ ବଜାରକୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି ବୋଲି ଜିଓଜିତ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ର ମୁଖ୍ୟ ଇନ୍‌ଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ଭି.କେ. ବିଜୟକୁମାର ସୂଚନା ଦେଇଛନ୍ତି।
ସେହିପରି ମେହଟ୍ଟା ଇକ୍ୱିଟିଜ୍‌ ସିନିୟର ଭାଇସ୍‌ପ୍ରେସିଡେଣ୍ଟ ପ୍ରଶାନ୍ତ ତାପ୍‌ସେ କହିଛନ୍ତି , ଟ୍ରମ୍ପ୍‌ଙ୍କ ଶପଥ ଅଭିଭାଷଣକୁ ନେଇ ନିବେଶକମାନେ ଆତଙ୍କିତ। ସେ ଆମେରିକାର ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେଇପାରନ୍ତି, ଯାହାକି ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ସଙ୍କୁଚିତ କରିଦେଇପାରେ। ସେହିପରି ଆସନ୍ତା ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ଉପସ୍ଥାପନ କରିବାକୁ ଥିବା କେନ୍ଦ୍ରୀୟ ବଜେଟ-୨୦୨୫କୁ ନେଇ ମଧ୍ୟ ନିବେଶକ ଆଶା ଆଶଙ୍କାରେ ରହିଛନ୍ତି। ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ଭାରତୀୟ ବଜାରରୁ ମୁହଁ ଫେରାଇନେବା ଭଳି ଆଉ କିଛି କାରଣରୁ ପୁଞ୍ଜିବଜାର ମଙ୍ଗଳବାର ତଳମୁହଁା ହୋଇଥିବା ଅନୁମାନ କରାଯାଉଛି। ଦିନକରେ ଏଫ୍‌ଆଇଆଇ ୫,୯୨୦.୨୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଥିବା ଷ୍ଟକ୍‌ ଏକ୍ସଚେଞ୍ଜ ଡେଟାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri